ETV Bharat / state

ଶ୍ରମବନ୍ଧୁ ସମ୍ମାନରେ ସମ୍ମାନିତ ଡକ୍ଟର ଅରୁଣ କୁମାର ପ୍ରହରାଜ

author img

By

Published : Oct 20, 2022, 10:10 PM IST

ମର୍ଯ୍ୟାଦାଜନକ ଶ୍ରମବନ୍ଧୁ ସମ୍ମାନରେ ସମ୍ମାନିତ ଡକ୍ଟର ଅରୁଣ କୁମାର ପ୍ରହରାଜ । ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କର ସେବା ପାଇଁ ଅରୁଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢ଼ନ୍ତୁ

Arun Kumar Praharaj felicitated with Shrama Bandhu Sanman by Kalinga Bengaluru Foundation
ଶ୍ରମବନ୍ଧୁ ସମ୍ମାନରେ ସମ୍ମାନିତ ଡକ୍ଟର ଅରୁଣ କୁମାର ପ୍ରହରାଜ

ଭୁବନେଶ୍ବର: ସ୍ବାଧୀନତାର ଅମୃତ ମହୋତ୍ସବ ଅବସରରେ କଳିଙ୍ଗ ବେଙ୍ଗାଲୁରୁ ଫାଉଣ୍ଡେସନର ନବମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମରେ ମର୍ଯ୍ୟାଦାଜନକ 'ଶ୍ରମବନ୍ଧୁ ସମ୍ମାନ' ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶ୍ରମ କଲ୍ୟାଣ କର୍ମୀ ତଥା ବିଶ୍ବ ଓଡ଼ିଶା ସଦ୍ଭାବନା ରାଷ୍ଟ୍ରଦୂତ ଡ. ଅରୁଣ କୁମାର ପ୍ରହରାଜଙ୍କୁ ପ୍ରଦାନ କରାଯାଇଛି । ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କର ସେବା ପାଇଁ ଅରୁଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବ ଭୂଷଣ ହରିଚନ୍ଦନ ଏହି ସମ୍ମାନ ପ୍ରଦାନ କରିବା ସହ ଡକ୍ଟର ଅରୁଣ କୁମାର ପ୍ରହରାଜଙ୍କୁ ତାଙ୍କର ଏହି ଉତ୍ସର୍ଗୀକୃତ ଶ୍ରମ କଲ୍ୟାଣ ଓ ସେବା ପାଇଁ ପ୍ରଶଂସା କରିଛନ୍ତି ।

ଡକ୍ଟର ଅରୁଣ କୁମାର ପ୍ରହରାଜ କିଙ୍ଗ୍‌ଡମ୍‌ ଅଫ୍‌ ବାହାରିନରେ ଦାଦାଭାଇ ଗ୍ରୁପରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ କାର୍ଯ୍ୟରତ । ମଧ୍ୟପ୍ରାଚ୍ୟ ରାଷ୍ଟ୍ରମାନଙ୍କରେ କାର୍ଯ୍ୟ କରୁଥିବା ଓଡ଼ିଆ ତଥା ଭାରତୀୟ ଶ୍ରମିକମାନଙ୍କ ବିପଦ ସମୟରେ ଜଣେ ତ୍ରାଣକର୍ତ୍ତା ଭାବେ ବିଭିନ୍ନ ସାହାଯ୍ୟ ସହଯୋଗ କରିଥାନ୍ତି । ବିଭିନ୍ନ ରାଷ୍ଟ୍ରରେ ଫସିରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର କରି ସ୍ବଦେଶ ଫେରାଇବା, କୋଭିଡ ସମୟରେ ଅଟକ ରହିଯାଇଥିବା ଓଡ଼ିଆମାନଙ୍କୁ ସ୍ବଦେଶ ଫେରାଇବା କାର୍ଯ୍ୟରେ ଅରୁଣ କୁମାର ପ୍ରହରାଜଙ୍କ ସପରିବାର ଉଦ୍ୟମ କରିଥିଲେ ।

ଏହି ସମ୍ମାନ ଲାଭ କରି ସେ ଓଡ଼ିଆ ଭାଇ ଭଉଣୀଙ୍କ ସେବା କରିବା ପାଇଁ ଆହୁରି ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଏଥିପାଇଁ ସେ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କୁ କୃତଜ୍ଞତା ଜଣାଇବା ସହିତ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତାଙ୍କର ଏହି ମାନବୀୟ ସେବା ଓ ସମ୍ମାନର ସମସ୍ତ ଶ୍ରେୟ ସେ ମହାପ୍ରଭୁ ଜଗନ୍ନାଥ ଓ ମାତାପିତାଙ୍କୁ ଦେଇଛନ୍ତି । ମାତାପିତାଙ୍କ ଆଦର୍ଶ ଓ ସଂସ୍କାର ନେଇ ମାନବ ସେବା ହିଁ ମାଧବ ସେବା ବ୍ରତକୁ ସେ ଆଜୀବନ ପାଳନ କରି ଆସୁଛନ୍ତି । ଡକ୍ଟର ଅରୁଣ କୁମାର ପ୍ରହରାଜ ବାହାରିନ ଓଡ଼ିଆ ସମାଜର ପ୍ରତିଷ୍ଠାତା ଭାବରେ ସେଠାରେ ଦୀର୍ଘ ୨୫ ବର୍ଷ ଧରି ଓଡ଼ିଆ ମାନଙ୍କୁ ସଙ୍ଗଠିତ କରି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାର କରି ଆସୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.