ETV Bharat / state

ଅକ୍ଷୟ ପରିଜା ସୁଟିଂ ସେଟରେ ହଙ୍ଗାମା, ଅଭିଯୋଗକୁ ଖଣ୍ଡନ କରିଲେ ଅକ୍ଷୟ - ଅକ୍ଷୟ ପରିଜା ସୁଟିଂ ସେଟ

ବିବାଦରେ ଅକ୍ଷୟ ପରିଜା । କର୍ମଚାରୀଙ୍କୁ ଟଙ୍କା ଦେଇନଥିବା ନେଇ ପ୍ରଯୋଜକ ଅକ୍ଷୟ ପରିଜା ସୁଟିଂ ସେଟରେ କଳାକାରଙ୍କ ହଙ୍ଗାମା । ଅନ୍ଯପଟେ ଅଭିଯୋଗକୁ ଖଣ୍ଡନ କଲେ ଅକ୍ଷୟ । ଅଧିକ ପଢନ୍ତୁ

film producer Akshay Parija not clearing payments of staff

author img

By

Published : Mar 29, 2023, 7:58 AM IST

Updated : Mar 29, 2023, 8:42 AM IST

ଅକ୍ଷୟ ପରିଜା ସୁଟିଂ ସେଟରେ ହଙ୍ଗାମା

ଭୁବନେଶ୍ବର: କିଛି ଦିନର ବ୍ୟବଧାନ ପରେ ପୁଣି ବିବାଦ ଘେରକୁ ଆସିଛନ୍ତି ପ୍ରଯୋଜକ ଅକ୍ଷୟ ପରିଜା । ଅର୍ଚ୍ଚନା ନାଗ ମାମଲାରେ ଛନ୍ଦି ହୋଇଥିବା ଅକ୍ଷୟଙ୍କ ନାମରେ ଆଉ ଏକ ସାଂଘାତିକ ଅଭିଯୋଗ ଆସିଛି । କଳାକାରଙ୍କୁ ପାରିଶ୍ରମିକ ଦେଉନଥିବା ନେଇ ଅଭିଯୋଗ ଆସିଛି । ଗତକାଲି(ମଙ୍ଗଳବାର) ସୁଟିଂ ସେଟ ବାହାରେ କିଛି କଳାକାରମାନେ ହଙ୍ଗାମା କରିଥିଲେ । ତେବେ ଅଭିଯୋଗ ପରେ ପ୍ରତିକ୍ରିୟା ରଖିଛନ୍ତି ଅକ୍ଷୟ ।

କଳାକାରଙ୍କୁ ପାରିଶ୍ରମିକ ମିଳିନଥିବା ଅଭିଯୋଗରେ ମଙ୍ଗଳବାର ଭୁବନେଶ୍ବର କଣ୍ଟାବାଡ଼ରେ ଅକ୍ଷୟ ପରିଜା ପ୍ରଡକ୍ସନ ହାଉସ ସମ୍ମୁଖରେ କଳାକାର, ଟେକ୍ନିସିଆନ ଧାରଣା ଦେଇଥିଲେ । ଶାନ୍ତି ସିରିଏଲରେ କାମ କରୁଥିବା କଳାକାର ଗତ ୩ ମାସ ହେଲା ପାରିଶ୍ରମିକ ପାଇନଥିବା ଅଭିଯୋଗ କରି ଧାରଣାରେ ବସିବା ସହ ହଙ୍ଗମା କରିଥିଲେ । ଆମକୁ ଆମ ପ୍ରାପ୍ୟ ଦିଆଯାଉ ବୋଲି ଦାବି କରିଥିଲେ । ଏନେଇ ଆଇନର ସାହାରା ମଧ୍ୟ ନେଇଥିଲେ । ତେବେ ଏଭଳି ଅଭିଯୋଗ ପରେ ପ୍ରତିକ୍ରିୟା ରହିଛନ୍ତି ଅକ୍ଷୟ ପରିଜା ।

ସେ କହିଛନ୍ତି, "ମୁଁ ଏବେ ବିଦେଶରେ ରହିଥିବା ବେଳେ ୫ରୁ ୬ ଜଣ କଳାକାର ଟଙ୍କା ଦେଇନଥିବା ଅଭିଯୋଗ କରିଛନ୍ତ । ଟଙ୍କା ଦେବା ପାଇଁ ଚୁକ୍ତି କରିଥିବା ୪୮ ଘଣ୍ଟା ହିଁ ବିଳମ୍ବ ହୋଇଛି । ମୁଁ ଓଡ଼ିଆ ସିନେମା ଶିଳ୍ପ ପାଇଁ ୧୩ ବର୍ଷ ହେଲା କାର୍ଯ୍ୟ କରୁଛି। ଆଉ ସବୁବେଳେ ୧ ନମ୍ବର ହୋଇ ମନୋରଞ୍ଜନ ଦେଇଛି । ଆଜିଯାଏଁ କାହାର ଟଙ୍କା ମୁଁ ରଖିନି କି ରଖିବି ନାହିଁ । କିନ୍ତୁ ତାଙ୍କର ଗୋଟିଏ ବ୍ୟାଙ୍କ ଆକାଉଣ୍ଟ ଟେକନିକାଲ ସମସ୍ୟା ଯୋଗୁଁ ଫ୍ରିଜ ହୋଇଯାଇଥିଲା । ଯେଉଁଥିପାଇଁ ଏହି ବିଳମ୍ବ ହୋଇଛି ତାହା ଆଜି କ୍ଳିୟର ହୋଇଛି ଆଉ ସେ ଧୀରେ ଧୀରେ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ପଇସା ଦିଆଯିବ । ଅନେକ କ୍ଷତି ସହି ବି ମୁଁ କାମ କରିଛି ଆଗକୁ କରିବି । ଆମେ ସମସ୍ତେ ମିଶି କାମ କରିବା । ତେଣୁ କାହାର ମିଥ୍ୟା ପ୍ରରୋଚନାରେ ଆସି ମତେ ବଦନାମ କରନ୍ତୁ ନାହିଁ ।"

ଅନ୍ୟପଟେ ତାଙ୍କ ପ୍ରଡକ୍ସନ ହାଉସ ମଧ୍ୟ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, "ଅକ୍ଷୟ ପରିଜା ଜାତୀୟ ଚ୍ୟାନେଲ ସହିତ କାମ କରୁଛନ୍ତି । ସଂପୃକ୍ତ ଚ୍ୟାନେଲ ଠାରୁ ଦେଢ କୋଟି ଟଙ୍କା ପାଇବାର ଅଛି । ୨୬ ଲକ୍ଷ ଟଙ୍କା କଳକାରଙ୍କୁ ଦେବାର ଅଛି । କାହାରି ଟଙ୍କା ରଖିବାର ଅଭିପ୍ରାୟ ନାହିଁ ଆମେ ସମସ୍ତଙ୍କ ପଇସା ଦେଇଦେବୁ । କିନ୍ତୁ ଗତ କିଛି ଦିନ ହେବ ପ୍ରଡକ୍ସନ କାମ ବନ୍ଦ ଥିବା ଥିଲା ତଥାପି ଆମେ ବିନା କାମରେ ସେମାନଙ୍କୁ ଟଙ୍କା ଦେଇଛୁ । କିନ୍ତୁ କିଛି ଦିନ ହେବ ଚାନେଲ ଟଙ୍କା ଦେଇନଥିବାରୁ ଆମେ କଳାକାର ଟେକ୍ନିସିଆନଙ୍କ ଟଙ୍କା ଦେଇନଥିଲୁ ।

ଏହାକୁ ନେଇ କଳାକାର ଆମ ସମ୍ମୁଖରେ ଅଭିଯୋଗ ବି କରିଥିଲେ । ଆମେ କହିଥିଲୁ ୨୫ ତାରିଖରେ ଟଙ୍କା ଦେଇଦେବୁ ବୋଲି ହେଲେ ଚାନେଲ୍ ବିଳମ୍ବରେ ଟଙ୍କା ଦେବା ସହ ଛୁଟି ଓ ଆକାଉଣ୍ଟର ସମସ୍ୟା ପାଇଁ ବିଳମ୍ବ ହୋଇଥିଲା । ଏହାକୁ ନେଇ କଳାକାରମାନେ ଧାରଣାରେ ବସିଥିଲେ ଓ ହଙ୍ଗାମା କରିଥିଲେ। ଆମେ ବର୍ତ୍ତମାନ୍ ସେମାନଙ୍କ ଟଙ୍କା ପର୍ଯ୍ୟାୟ କ୍ରମେ ଫେରାଇଦେବୁ । ଆମେ ଗୋଟେ ପରିବାର ପରି କାମ କରୁଛେ ଆଉ ସେଥିରେ ସମସ୍ତଙ୍କର ସହଯୋଗ ରହିବ ଦରକାର ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Mar 29, 2023, 8:42 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.