ETV Bharat / state

ରାକ୍ଷୀରେ ବିଜ୍ଞାନ, ସଂସ୍କୃତି, ପରମ୍ପରା ଓ ପରିବେଶ ସୁରକ୍ଷା ବାର୍ତ୍ତା; ଇସ୍ରୋ ବୈଜ୍ଞାନିକଙ୍କୁ ସମ୍ମାନ ଜଣାଇ ଚନ୍ଦ୍ରଯାନ ରାକ୍ଷୀ

author img

By ETV Bharat Odisha Team

Published : Aug 28, 2023, 9:36 PM IST

ଦିନକ ପରେ ରାକ୍ଷୀ । ଭାଇ-ଉଭଣୀର ପବିତ୍ର ସମ୍ପର୍କକୁ ଦୃଢ କରିଥାଏ ଏହି ରେଶମୀ ଡୋରୀ । ଏଥିପାଇଁ ରାକ୍ଷୀ ବଜାର ଚଳଚଞ୍ଚଳ ଚଳିତ ଥର ଚନ୍ଦ୍ରଯାନ ଥିମକୁ ନେଇ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ଚିତ୍ରଶିଳ୍ପୀ । ଅନ୍ୟପଟେ ରାକ୍ଷୀରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛି ବକୁଳ ଫାଉଣ୍ଡେସନ । ଅଧିକ ପଢ଼ନ୍ତୁ

artist makes rakhi based on chandrayaan 3 mission
ଭାଇ ପିନ୍ଧିବ ଚନ୍ଦ୍ରଯାନ ରାକ୍ଷୀ
ଭାଇ ପିନ୍ଧିବ ଚନ୍ଦ୍ରଯାନ ରାକ୍ଷୀ

ଭୁବନେଶ୍ବର: ଆଉ ଦିନକ ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସ୍ନେହର ରାକ୍ଷୀ ବାନ୍ଧିବ ଭଉଣୀ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ରାକ୍ଷୀ ବଜାର । ବ୍ୟବସାୟୀ ଦୋକାନରେ ପ୍ରତିବର୍ଷ ଭଳି ନୂଆ ନୂଆ ଡିଜାଇନର ରାକ୍ଷୀ ବିକ୍ରି କରୁଥିବା ବେଳେ ଚିତ୍ରଶିଳ୍ପୀମାନେ ବି ସେମାନଙ୍କର ଭିନ୍ନ ଭିନ୍ନ ଥିମକୁ ନେଇ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଚଳିତ ବର୍ଷ ଚିତ୍ରଶିଳ୍ପୀ କ୍ରିଷ୍ଣା ଗିରି ପଟ୍ଟଚିତ୍ର ଓ ଚନ୍ଦ୍ରଯାନ-୩ର ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ସେହିପରି ବକୁଳ ଫାଉଣ୍ଡେସନ ଇକୋଫ୍ରେଣ୍ଡଲି ରାକ୍ଷୀ ପ୍ରସ୍ତୁତ କରି ଗଛ ଲଗାଇବାର ବାର୍ତ୍ତା ଦେଉଛି ।

ରାକ୍ଷୀ ହେଉଛି ଭାଇ,ଭଉଣୀ ପବିତ୍ର ସମ୍ପର୍କର ସାକ୍ଷୀ । ଭଉଣୀଟିଏ ରାକ୍ଷୀ ବାନ୍ଧି ଭାଇଠାରୁ ନିଜ ସୁରକ୍ଷାର ପ୍ରତିଶୃତି ପାଇଥାଏ । ସେଥିପାଇଁ ଏହାକୁ ରକ୍ଷା ବନ୍ଧନ ବୋଲି କୁହାଯାଏ । ରକ୍ଷା ବନ୍ଧନ ଆସିଲା ମାନେ ଯେମିତି ସବୁ ଭଉଣୀଙ୍କ ଭିତରେ ଉତ୍କଣ୍ଠା ଥାଏ ସେହିଭଳି ରାକ୍ଷୀ ପ୍ରସ୍ତୁତ କରୁଥିବା କାରିଗର ମାନେ ବି ଉତ୍କଣ୍ଠାର ସହ ନୂଆ କିଛି କରିବାର ଇଚ୍ଛା ନେଇ ରାକ୍ଷୀ ପ୍ରସ୍ତୁତ କରିଥାନ୍ତି । ଭୁବନେଶ୍ୱର ଶୈଳଶ୍ରୀ ବିହାରର ଚିତ୍ରଶିଳ୍ପୀ ଚଳିତ ଥର ଚନ୍ଦ୍ରଯାନ-୩ ଥିମକୁ ନେଇ ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ଦେଶବାସୀ ଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ସେ ଏହି ରାକ୍ଷୀ ପ୍ରସ୍ତୁତ କରିଛନ୍ତି । ଯେଉଁ ରକ୍ଷୀକୁ ସେ ଇସ୍ରୋର ପୂର୍ବତନ ନିର୍ଦ୍ଦେଶକ କେ. ଶିବନ ଓ ପ୍ରକଳ୍ପ ନିର୍ଦ୍ଦେଶକ ପି. ଭେରାମୁଥୁଭେଲଙ୍କୁ ପଠାଇବେ ବୋଲି କହିଛନ୍ତି । ଅର୍ଥାତ ଏଥର ଇସ୍ରୋକୁ ଯିବ କ୍ରିଷ୍ଣାଙ୍କ ରାକ୍ଷୀ । ପୂର୍ବରୁ ମଧ୍ୟ ସେ ରାକ୍ଷୀ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ଓ ରାଷ୍ଟପତିଙ୍କୁ ପଠାଇଥିଲେ । ତେଣୁ ଏଥର ମଧ୍ୟ ତାଙ୍କ ରାକ୍ଷୀ ଇସ୍ରୋ ପହଞ୍ଚିବ ବୋଲେ ସେ ଆଶାବାଦୀ ଅଛନ୍ତି । ଖାଲି ସେତିକି ନୁହେଁ ଓଡ଼ିଆ କଳା, ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସେ ପଟ୍ଟଚିତ୍ରରେ ମଧ୍ୟ ରାକ୍ଷୀ ପ୍ରସ୍ତୁତ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଭଉଣୀ ବୋଲି ସମ୍ବୋଧନ କରିଥିଲେ ପ୍ରଧାନମନ୍ତ୍ରୀ, କେନ୍ଦ୍ରାପଡ଼ାରୁ ମୋଦିଙ୍କ ପାଇଁ ଗଲା ଜରିରେ ତିଆରି ରାକ୍ଷୀ

ଏନେଇ ଚିତ୍ରଶିଳ୍ପୀ କ୍ରିଷ୍ଣା କହିଛନ୍ତି, "ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ବ ଦରବାରରେ ଆହୁରି ଅଧିକ ଆଦୃତ କରିବାକୁ ସବୁବେଳେ ପ୍ରୟାସ କରିଥାଏ । ତେଣୁ ଏହି ପଟ୍ଟଚିତ୍ର ରାକ୍ଷୀ ତିଆରି କରିଛି । ଏଥିସହ ଜଗନ୍ନାଥ, ଗଣେଷଙ୍କ ଫଟୋ ଥିବା ରାକ୍ଷୀ ମଧ୍ୟ ପ୍ରସ୍ତୁତ କରିଛି । ଏଥର ମୋ ହାତ ତିଆରି ରାକ୍ଷୀ ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ଆଶାବାଦୀ ଅଛି । ପ୍ରତିବର୍ଷ ଏହି ରାକ୍ଷୀ ରୋଜଗାର ଦେବା ସହ ନିଜ ମାଟିର ପରମ୍ପରା ଓ ସଂସ୍କୃତିର ପ୍ରଚାର ପ୍ରସାରର ସୁଯୋଗ ଦେଇଛି ।"

ଅନ୍ୟପଟେ ରାକ୍ଷୀରେ ପରିବେଶ ସୁରକ୍ଷାର ବାର୍ତ୍ତା ଦେଉଛି ବକୁଳ ଫାଉଣ୍ଡେସନ । "ରାକ୍ଷୀ ନିଅନ୍ତୁ ଆଉ ରାକ୍ଷୀ ସହ ଗଛ ନିଅନ୍ତୁ, ଯାହାଦ୍ୱାରା ଆପଣ ପ୍ରକୃତିର ବା ପରିବେଶର ସୁରକ୍ଷା କରିପାରିବେ" ଏହି ଥିମକୁ ପ୍ରତିପାଦିତ କରିବାକୁ ଯାଇ ଏଭଳି ଅଭିନବ ଉପାୟରେ ରାକ୍ଷୀ ପ୍ରସ୍ତୁତ କରିଛି ବକୁଳ ଫାଉଣ୍ଡେସନ । ଗୋଟିଏ ଗୋଟିଏ ମଞ୍ଜି ଏବଂ ଲୋକଙ୍କୁ ସଚେତନ କରିବା ପାଇଁ ଗୋଟେ ଗୋଟେ ବାର୍ତ୍ତାରେ ରାକ୍ଷୀ ପ୍ରସ୍ତୁତ କରାଯାଇଛି । ରାକ୍ଷୀ ପିନ୍ଧାଇ ଭାଇର ସୁରକ୍ଷାର ପ୍ରତିଶୃତି ପାଇବା ସହ ଏକ ଗଛ ମଧ୍ୟ ମିଳିବ । ଅର୍ଥାତ ଏହି ଇକୋଫ୍ରେଣ୍ଡଲି ରାକ୍ଷୀକୁ ମାଟିରେ ଫିଙ୍ଗିଲେ ସେଥିରେ ଥିବା ମଞ୍ଜିରୁ ଗଛଟିଏ ସୃଷ୍ଟି ହେବ । ଦିନକୁ ଦିନ ଜଙ୍ଗଲ କ୍ଷୟ ବଢ଼ିଚାଲିଥିବାରୁ ପରିବେଶ ପ୍ରତି ବିପଦ ସୃଷ୍ଟି ହେଉଛି । ବୃକ୍ଷ ମଣିଷକୁ ସୁରକ୍ଷା ଦେଉଥିବାରୁ ଗଛ ଲଗାଇ ପରିବେଶର ସୁରକ୍ଷା କରିବାକୁ ଫାଉଣ୍ଡେସନ ବାର୍ତ୍ତା ଦେଇଛି । ରାକ୍ଷୀ କେବଳ ଯେ, ଭଉଣୀର ସୁରକ୍ଷା ବାର୍ତା ଦିଏ ତାହା ନୁହେଁ । ପରିବେଶ,ପରମ୍ପରା, କଳା, ସଂସ୍କୁତିକୁ ବଞ୍ଚାଇ ରଖିବାକୁ ମଧ୍ୟ ଆହ୍ବାନ ଦେଇଥାଏ । ତେଣୁ ସମସ୍ତେ ମିଶି ଭଉଣୀର ସୁରକ୍ଷା ସହ ପରିବେଶ ସୁରକ୍ଷା କରିବା ଲାଗି ମଧ୍ୟ ପ୍ରତିଜ୍ଞାବଦ୍ଧ ହେବାର ଆବଶ୍ୟକତା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.