ETV Bharat / state

ହଟିଲା 370: ବିଜେପିର ସ୍ବାଗତ, କଂଗ୍ରେସ କହିଲା ଗଣତନ୍ତ୍ର ବିରୋଧି - ନରସିଂହ ମିଶ୍ର

ଏନଡ଼ିଏ ସରକାରର ଐତିହାସିକ ନିଷ୍ପତ୍ତି । ଗୋଟିଏ ସମ୍ବିଧାନରେ ଆବଦ୍ଧ ହେଲା କାଶ୍ମୀରରୁ କନ୍ଯାକୁମାରୀ । ଜାମ୍ମୁ କାଶ୍ମୀରରୁ ଉଚ୍ଛେଦ ହୋଇଛି ଧାରା 370 । ଆଜି ରାଜ୍ଯ ସଭାରେ ସକଳ୍ପ ପତ୍ର ଜରିଆରେ କେନ୍ଦ୍ର ଗୃହମନ୍ତ୍ରୀ ଆଗତ କରିଥିବା ଏହି ପ୍ରସ୍ତାବକୁ ସ୍ବାଗତ ଜଣାଇଛି ରାଜ୍ଯ ବିଜେପି । କଂଗ୍ରେସ କହିଛି ଚୁକ୍ତି ଉଲ୍ଲଙ୍ଘନ କରିଛି ବିଜେପି । ଗଣତନ୍ତ୍ରକୁ କେନ୍ଦ୍ର ସରକାର ହତ୍ଯା କରିଥିବା କହିଛନ୍ତି ନରସିଂହ ମିଶ୍ର ।

ଫାଇଲ ଫଟୋ
author img

By

Published : Aug 5, 2019, 6:43 PM IST

ଭୁବନେଶ୍ବର: ଜାମ୍ମୁ କାଶ୍ମୀରକୁ ସ୍ବତନ୍ତ୍ର ଅଧିକାର ପ୍ରଦାନ କରୁଥିବା ଧାରା ୩୭୦କୁ ଉଚ୍ଛେଦ ପାଇଁ ରାଜ୍ୟସଭାରେ ସଙ୍କଳ୍ପ ଆଗତ ହୋଇଛି । ଏ ନେଇ ଆଜି ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜାମ୍ମୁ କାଶ୍ମୀରର ପୁର୍ନଗଠନ ପାଇଁ ମଧ୍ୟ ସଂସଦରେ ସଂକଳ୍ପ ପତ୍ର ଜରିଆରେ ପ୍ରସ୍ତାବ ଦେଇଛନ୍ତି ଗୃହମନ୍ତ୍ରୀ । ଏପଟେ ଏହି ପ୍ରସ୍ତାବକୁ ଐତିହାସିକ କହି ବିଲକୁ ସ୍ବାଗତ ଜଣାଇଛନ୍ତି ରାଜ୍ୟ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦିପ୍ତ ନାୟକ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପ୍ରଦୀପ୍ତ କହିଛନ୍ତି, ଏହି ଧାରା ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି କହିଛନ୍ତି ସବକା ସାଥ୍ ସବକା ବିକାଶ ପାଇଁ ଏ ବ୍ୟବସ୍ଥା କରାଯାଇଛି । ଧାରା ୩୭୦ ନେଇ ଆଗତ ପ୍ରସ୍ତାବ ପାରିତ ପରେ ସମସ୍ତଙ୍କର ମଙ୍ଗଳ ହେବ । ଦେଶର ଅନେକ ଅର୍ଥ ଜମ୍ମୁ କାଶ୍ମୀରରେ ହିଁ ଖର୍ଚ୍ଚ ହେଉଥିଲା । ସେଠାରେ ଯେଉଁ ଅଶାନ୍ତି ବାତାବରଣ ଥିଲା ଏବେ ଶାନ୍ତି ଫେରିବ । ଏ ବିବାଦକୁ ନେହେରୁ ସମାଧାନ କରିପାରିଲେ ନାହିଁ । ଆଜି ସମାଧାନ ହୋଇଛି । ସେଥିପାଇଁ ଗୃହମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଦୀପ ନାୟକ ।

ଏପଟେ ଏହାକୁ ନେଇ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଦେଶର ଚୁକ୍ତି ଉଲ୍ଲଙ୍ଘନ ହୋଇଛି। ଦେଶ ପାଇଁ ଭଲ ନୁହେଁ, ଦେଶର ସୁରକ୍ଷା ପାଇଁ ମଧ୍ୟ ଭଲ ନୁହେଁ। କିଛି ନା କିଛି ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ମୁଁ ଗ୍ରହଣ କରି ପାରୁ ନାହିଁ ବୋଲି କହିଛନ୍ତି ନରସିଂହ।

କାଶ୍ମୀର ରାଜାଙ୍କ ଚୁକ୍ତି ଅନୁସାରେ ସମ୍ବିଧାନରେ ଧାରା 370 ଓ 35(ଏ) ରହିଥିଲା। ହେଲେ ହଠାତ ତାକୁ କେନ୍ଦ୍ର ସରକାର ଉଠାଇ ଦେବା ଅର୍ଥ ଚୁକ୍ତି ଉଲ୍ଲଙ୍ଘନ କରିବା। ରାଜ ନେତାଙ୍କୁ ବନ୍ଦୀ କରି ଏଭଳି ନିଷ୍ପତ୍ତି ନେବା ଗଣତନ୍ତ୍ରରେ ବିରୋଧ ବୋଲି ନରସିଂହ କହିଛନ୍ତି।

ଭୁବନେଶ୍ବର ତପନ ଦାସ, ଇଟିଭି ଭିରତ

Intro:ଜାମ୍ମୁ ଓ କାଶ୍ମୀର ସ୍ୱତନ୍ତ୍ରତା ପାଇଁ ଦିଆଯାଇଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ପରେ । ଏ ନେଇ ଆଜି ରାଜ୍ୟସଭାରେ ପ୍ରସ୍ତାବ ଆଗତ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଏହା ସହିତ ଜାମ୍ମୁ ଓ କାଶ୍ମୀରର ପୁର୍ନଗଠନ ପାଇଁ ମଧ୍ୟ ସଂଦସର ଉପର ଗୃହରେ ପ୍ରସ୍ତାବ ଦେଇଛନ୍ତି ଗୃହ ମନ୍ତ୍ରୀ । Body:ଏହି ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହରେ ଆଲୋଚନା ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ସଦସ୍ୟ ସେମାନଙ୍କର ମତ ରଖିଥିଲେ ।ଆଜି ଏନେଇ ରାଜ୍ୟ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦିପ୍ତ ନାୟକ ଏହାକୁ ସ୍ଵାଗତ କରିଛନ୍ତି ।Conclusion:ପ୍ରଦୀପ କହିଛନ୍ତି ଯେ,ଏହା ନରେନ୍ଦ୍ର ମୋଦି କହିଛନ୍ତି ସବକା ସାଥ୍ ସବକା ବିକାଶ ପାଇଁ ଏ ବ୍ୟବସ୍ଥା କରାଯାଇଛି ।୩୭୦ ପାରିତ ପରେ ସମସ୍ତଙ୍କ ର ମଙ୍ଗଳ ହେବ ।ଦେଶର ଅନେକ ଅର୍ଥ ଖର୍ଚ୍ଚ ହେଉଥିଲା ।ସେଠାରେ ଯେଉଁ ଅଶାନ୍ତି ବାତାବରଣ ଥିଲା ଏବେ ଶାନ୍ତି ଫେରିବ ।ନେହେରୁ ଏଲଢେଇ ନେହେରୁ ସମାଧାନ କରିପାରିଲେ ନାହିଁ ।ଆଜି ସମାଧାନ ହୋଇଛି ସେଥିପାଇଁ ଗୃହମନ୍ତ୍ରୀ ଙ୍କୁ ଧନ୍ୟବାଦ କରିଛନ୍ତି ପ୍ରଦୀପ ନାୟକ ।ପାକିସ୍ତାନ ର ପଇସା ଖାଇ ଏମାନେ ପଥର ବାଜ୍ କରୁଥିଲେ ଏବେ ଏସବୁ ବନ୍ଦ ହେବ ବୋଲି ସେ କହିଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.