ETV Bharat / state

ବିଶ୍ବବ୍ୟାପୀ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ, ୬ଜଣଙ୍କୁ ଆର୍ଟ ଅଫ୍‍ ଗିଭିଂ ହିରୋ ସମ୍ମାନ - ବିଶ୍ୱବ୍ୟାପୀ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ

ସାରା ବିଶ୍ବରେ ପାଳନ କରାଯାଇଛି ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ । ଏହି ଅବସରରେ ଭୁବନେଶ୍ୱରରେ ଆୟୋଜିତ କାର୍ଯ୍ୟକ୍ରମରେ ୬ ଜଣଙ୍କୁ ଆର୍ଟ ଅଫ୍‍ ଗିଭିଂ ହିରୋ ସମ୍ମାନିତ କରାଯାଇଛି । ଅଧିକ ପଢନ୍ତୁ

Art of giving day celebrated worldwide
୬ଜଣଙ୍କୁ ଆର୍ଟ ଅଫ୍‍ ଗିଭିଂ ହିରୋ ସମ୍ମାନ
author img

By

Published : May 18, 2023, 3:19 PM IST

ଭୁବନେଶ୍ବର: ବିଶ୍ବବ୍ୟାପୀ ପାଳନ ହୋଇଛି ୧୦ମ ଆର୍ଟ ଅଫ୍‍ ଗିଭିଂ ଦିବସ । ଏଥିରେ ୬ଜଣଙ୍କୁ ଆର୍ଟ ଅଫ୍‍ ଗିଭିଂ ହିରୋ ସମ୍ମାନରେ ସମ୍ମାନିତ କରାଯାଇଛି । ବିଶ୍ବର ୬ଟି ମହାଦେଶରେ ଏହି ଆର୍ଟ ଅଫ୍‍ ଗିଭିଂ ଦିବସ ପାଳନ କରାଯାଇଛି । ସେଥିମଧ୍ୟରୁ ୧୨୦ଟି ଦେଶର ୩୫୦ଟି ସ୍ଥାନରେ ୧୦ମ ଅନ୍ତର୍ଜାତୀୟ ଆର୍ଟ ଅଫ୍‍ ଗିଭିଂ ଦିବସ ପାଳିତ ହେଉଛି । ତେବେ ଭାରତର ୨୯ଟି ରାଜ୍ୟ, ୪ଟି କେନ୍ଦ୍ରଶାସିତ ଅଞ୍ଚଳର ୩୫ଶହ ସ୍ଥାନରେ ଏବଂ ୨ଶହ ସହରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ଦେଖିବାକୁ ମିଳିଛି । ଏଥିରୁ ବାଦ ପଡ଼ିନି ଓଡ଼ିଶା । ବିଶେଷ କରି ଓଡ଼ିଶାର ୩୦ଟି ଜିଲ୍ଲା, ୧୦ଟି ପ୍ରମୁଖ ସହର, ୩ଶହରୁ ଊର୍ଦ୍ଧ୍ବ ବ୍ଲକ, ୫ହଜାରରୁ ଉର୍ଦ୍ଧ୍ବ ଗ୍ରାମପଞ୍ଚାୟତର ୧୦ ହଜାର ସ୍ଥାନରେ ଆର୍ଟ ଅଫ ଗିଭିଂ ଦିବସ ପାଳିତ ହୋଇଛି ।

Art of giving day celebrated worldwide
୬ଜଣଙ୍କୁ ଆର୍ଟ ଅଫ୍‍ ଗିଭିଂ ହିରୋ ସମ୍ମାନ

ସମାଜରେ ପରସ୍ପରକୁ ସାହାଯ୍ୟ, ସହଯୋଗ, ଶାନ୍ତି, ମୈତ୍ରୀ ଓ ସୌହାର୍ଦ୍ଦ୍ୟ ବାଣ୍ଟିବା ଲକ୍ଷ୍ୟରେ ୨୦୧୩ ମସିହା ମେ' ୧୭ ତାରିଖଠାରୁ ଶିକ୍ଷାବିତ୍‍ ଓ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା ‘ଆର୍ଟ ଅଫ୍‍ ଗିଭିଂ’ ପ୍ରୟାସ । ଯାହାକି ସମଗ୍ର ବିଶ୍ବରେ ପ୍ରସାର ଲାଭ କରି ସାରିଛି । ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍‍ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ରହିଛି ହେଲ୍‍ପିଂ ଦି ହେଲ୍‍ପ ଅର୍ଥାତ ସାହାଯ୍ୟକାରୀଙ୍କୁ ସାହାଯ୍ୟ । ଏହି ଅବସରରେ ଭୁବନେଶ୍ବରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ସମାଜସେବା କରୁଥିବା ୬ଜଣ ବ୍ୟକ୍ତିଙ୍କୁ ‘ଆର୍ଟ ଅଫ୍‍ ଗିଭିଂ’ ହିରୋ ସମ୍ମାନରେ ସମ୍ମାନିତ କରାଯାଇଛି ।

ଟଙ୍କିକିଆ ଡାକ୍ତର ଭାବେ ଖ୍ୟାତି ଅର୍ଜନ କରିଥିବା ସମ୍ବଲପୁରର ବିଶିଷ୍ଟ ଡାକ୍ତର ଶଙ୍କର ରାମଚନ୍ଦାନୀ, ଯାଜପୁର ଜିଲ୍ଲାର ମହିଳା ସ୍ବାସ୍ଥ୍ୟକର୍ମୀ ରଞ୍ଜିତା ରଥ, କନ୍ଧମାଳ ଜିଲ୍ଲାର ଆଶାକର୍ମୀ ଶିଲାବତୀ ପ୍ରଧାନ, କେନ୍ଦୁଝର ଜିଲ୍ଲାର ଆମ୍ବୁଲାନ୍ସ ଡ୍ରାଇଭର ଅମରନାଥ ମହାନ୍ତଙ୍କୁ ସମ୍ମାନିତ କରାଯାଇଛି । ଏହାସହ କମିଶନରେଟ ପୋଲିସର ଟ୍ରାଫିକ କନେଷ୍ଟବଳ ଫିରୋଜ ମହମ୍ମଦ ଏବଂ ପତିତା ଉଦ୍ଧାର ସମିତିର ସମ୍ପାଦକ ଆଭାରାଣୀ ଚୌଧୁରୀଙ୍କୁ ମଧ୍ୟ ମିଳିଛି ଆର୍ଟ ଅଫ ଗିଭିଂ ହିରୋ ସମ୍ମାନ ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର. ବାଲକ୍ରିଷ୍ଣନ୍‍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ଏବଂ ଭୁବନେଶ୍ବର ସ୍ଥିତ ଶ୍ରୀରାମ ମନ୍ଦିରର ପ୍ରତିଷ୍ଠାତା ସଭାପତି ବାବା ରାମ ନାରାୟଣ ଦାସ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଆର୍ଟ ଅଫ୍‍ ଗିଭିଂର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାଗତ ଭାଷଣରେ ଆର୍ଟ ଅଫ୍‍ ଗିଭିଂର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଆର୍ଟ ଅଫ୍‍ ଗିଭିଂର ୬ମାସିଆ ପାଠ୍ୟକ୍ରମ ପୁସ୍ତିକା ଓ ଆର୍ଟ ଅଫ୍‍ ଗିଭିଂ ସ୍ମରଣିକା ଉନ୍ମୋଚିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.