ETV Bharat / state

Archana Nag case: ପ୍ରସଙ୍ଗ ବିଧାନସଭାରେ ଉଠାଇବୁ, ସରକାରଙ୍କୁ ଜବାବ ମାଗିବୁ: ତାରା

ଅର୍ଚ୍ଚନା ନାଗ ପୋଖରୀରେ କେତେ ନେତା କେଉଁ ଦଳର ନେତା ବୁଡ ପକାଇଛନ୍ତି ? କେଉଁ ଦଳର ନେତା ଅର୍ଚ୍ଚନା ପୋଖରୀରେ ଗାଧୋଇଛନ୍ତି । ସବୁ ପର୍ଦ୍ଦାଫାସ ହେବ । କଂଗ୍ରେସ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ । ବିଜେଡି ବିଜେପି କଳକାରନାମାର ପର୍ଦ୍ଦାଫାସ କରିବ । ଅଧିକ ପଢନ୍ତୁ

author img

By

Published : Oct 21, 2022, 6:29 PM IST

Archana Nag case
Archana Nag case

ଭୁବନେଶ୍ବର: ଅର୍ଚ୍ଚନା ନାଗ ପୋଖରୀରେ କେତେ ନେତା କେଉଁ ଦଳର ନେତା ବୁଡ ପକାଇଛନ୍ତି ? କେଉଁ ଦଳର ନେତା ଅର୍ଚ୍ଚନା ପୋଖରୀରେ ଗାଧୋଇଛନ୍ତି । ସବୁ ପର୍ଦ୍ଦାଫାସ ହେବ । କଂଗ୍ରେସ ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବ । ବିଜେଡି ବିଜେପି କଳକାରନାମାର ପର୍ଦ୍ଦାଫାସ କରିବୁ ।

Archana Nag case: ପ୍ରସଙ୍ଗ ବିଧାନସଭାରେ ଉଠାଇବୁ, ସରକାରଙ୍କୁ ଜବାବ ମାଗିବୁ: ତାରା

ଯେଉଁ ନେତା ମାନେ ଅର୍ଚ୍ଚନା ଘରକୁ ଯାଇ ସେବା ନେଉଥିଲେ ଓ ଅର୍ଚ୍ଚନାକୁ ସହଯୋଗ କରୁଥିଲେ, ସେହି ନେତା ମାନଙ୍କୁ ରାଜ୍ୟବାସୀ ଜାଣିବା ଦରକାର । ଅର୍ଚ୍ଚନା ପ୍ରସଙ୍ଗରେ ବିଜେପି ଡ୍ରାମା କରୁଛି । ପୋଲିସ ଉପରେ ଚାପ ରହିଛି । ଉଭୟ ରାଜ୍ୟ ଓ କେନ୍ଦ୍ରରୁ ପୋଲିସ କମିଶନରଙ୍କ ଉପରେ ଚାପ ପଡୁଛି । ଯେଉଁଥି ପାଇଁ ପୋଲିସ କମିଶନର କୌଣସି ମନ୍ତବ୍ୟ ଦେଉନାହାଁନ୍ତି । ବିଜେଡି ନିଜ ନେତାଙ୍କୁ ବଞ୍ଚାଇବାକୁ ଲାଗିଛି । ଉଭୟ ବିଜେଡି ବିଜେପି ନେତା ଅର୍ଚ୍ଚନା ଫାସରେ ଫସିଛନ୍ତି । ଯାହାକୁ ନେଇ ତଦନ୍ତ ଆଗେଇ ପାରୁନାହିଁ ।

ଏହା ମଧ୍ୟ ପଢନ୍ତୁ: ଅର୍ଚ୍ଚନା ନାଗ ମାମଲା: ବହୁ ବିଜେପି ଓ ବିଜେଡି ନେତା ସାମିଲ, ପୋଲିସ ସ୍ଥାଣୁ ପାଲଟିଛି କହିଲେ ତାରା

ଆଜି ଏଭଳି ଢଙ୍ଗରେ ଶାସକ ବିଜେଡି ଓ ବିରୋଧୀ ବିଜେପି ଓ ପୋଲିସ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି । ତାରା କହିଛନ୍ତି ସଂଖ୍ୟା ବଳରେ ସରକାର ଜାଣିଶୁଣି ପ୍ରସଙ୍ଗ ଚାପି ଦେଉଛନ୍ତି । ଆମେ 9 ଜଣ ବିଧାୟକ ଥିଲେ ମଧ୍ୟ, ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ । ସରକାରଙ୍କୁ ଜବାବ ମାଗିବୁ । କାରଣ ବିଜେଡି ନେତା ତଥା ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିଜେପି ନେତା କେଭି ସିଂଦେଓଙ୍କ ସମେତ ଏକାଧିକ ନେତା ଅଫିସରଙ୍କ ସହ ଅର୍ଚ୍ଚନାର ଫଟୋ ରହିଛି ।

ଏହା ମଧ୍ୟ ପଢନ୍ତୁ: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଘଟଣା: ତଦନ୍ତ ତ୍ବରାନିତ ଦାବିରେ କମିଶନରେଟ ପୋଲିସକୁ ଭେଟିଲା BJP

ସେହିପରି ବିଜେପିକୁ କଡା ସମାଲୋଚନା କରି ତାରା କହିଛନ୍ତି, ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ବିଜେପି ଅନେକ କିଛି କହୁଥିଲା । ହେଲେ ଚୁପ ରହିଲା । ପୋଲିସ କୌଣସି ମୋବାଇଲ ଚୋରକୁ ଧରିଲେ ପ୍ରେସମିଟ କରି ସୂଚନା ଦେଉଛି । ହେଲେ ଏତେ ବଡ ସେକ୍ସ କାରବାରକୁ ନେଇ କାହିଁକି ପ୍ରେସମିଟ କରୁନାହିଁ ପୋଲିସ ବୋଲି ତାରା ପ୍ରଶ୍ନ ଉଠାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.