ETV Bharat / state

ପିଜି ପ୍ରବେଶିକା ଆବେଦନ ଶେଷ, ଜୁନ 23ରୁ ପରୀକ୍ଷା - ପିଜି ପ୍ରବେଶିକା

ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟର ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରକ୍ଷୀ ଆବେଦନ ଶେଷ ହୋଇଛି । ଅଧିକ ପଢନ୍ତୁ

Application for pg entrance over
ପିଜି ପରୀକ୍ଷା ଆବେଦନ ଶେଷ
author img

By

Published : May 11, 2023, 11:01 AM IST

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷା ବର୍ଷରେ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରୀକ୍ଷା ଆସନ୍ତା ଜୁନ ୨୩ରୁ ଜୁଲାଇ ୪ ମଧ୍ୟରେ ଅନୁଷ୍ଠିତ ହେବ । ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା ଆବେଦନ ଶେଷ ହୋଇଛି । ମେ ପହିଲାରୁ ଆରମ୍ଭ ହୋଇଥିଲା ଆବେଦନ ପ୍ରକ୍ରିୟା । ପିଜି ପ୍ରବେଶିକା ପରୀକ୍ଷା ପାଇଁ ମୋଟ ୫୪ ହଜାରରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ଆସନ୍ତା ଜୁନ ୨୩ ତାରିଖରୁ ଜୁଲାଇ ୪ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଜୁନ୍ ୨୮ ତାରିଖ ଓ ୩୦ ତାରିଖରେ ପ୍ରବେଶିକା ପରୀକ୍ଷା ହେବନାହିଁ । ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଗତ ୧ ତାରିଖରୁ ଆବେଦନ ଆରମ୍ଭ ହୋଇଥିବା ବେଳେ ୧୦ ତାରିଖରେ ଆବେଦନ ଶେଷ ହୋଇଛି । ରାଜ୍ୟରେ ମୋଟ ୯୨ଟି ଉଚ୍ଚଶିକ୍ଷାନୁଷ୍ଠାନରେ ୨୫ ହଜାର ୨୮୧ ଆସନ ରହିଥିବା ବେଳେ ପ୍ରବେଶିକା ପରୀକ୍ଷା ନିମନ୍ତେ 54 ହଜାର ୯୮ ଜଣ ଛାତ୍ରଛାତ୍ରୀ ସାମ୍ସ ଜରିଆରେ ଆବେଦନ କରିଛନ୍ତି । ଏହା ମଧ୍ୟରୁ ୫୩ ହଜାର 629ଜଣ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଟଙ୍କା ମଧ୍ୟ ପୈଠ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କ ଫର୍ମରେ ଯଦି କିଛି ଭୁଲ ଥାଏ ତେବେ ଦୁଇଦିନ ଭିତରେ ଏହାର ସଂଶୋଧନ କରିପାରିବେ ।

ପରୀକ୍ଷା ପାଇଁ ଆଡମିଟ କାର୍ଡ ଜୁନ୍ ୯ ତାରିଖରେ ସାମ୍ସ ପୋର୍ଟାଲରେ ଉପଲବ୍ଧ ହେବ । ଏସଏସବି ଦ୍ବାରା ପରୀକ୍ଷା ପରିଚାଳନା ହେବାକୁ ଥିବାବେଳେ ୧୬ ଜୁଲାଇ ସୁଦ୍ଧା ଓକାକ ପିଲାଙ୍କ ପରୀକ୍ଷା ମାର୍କ ଏସଏସବି ନିକଟରେ ଦାଖଲ କରିବ । ସେହିପରି ଜୁଲାଇ ୮ରୁ ୧୫ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ସ୍ନାତକ ମାର୍କ ଅପଲୋଡ୍ ହେବ । ପ୍ରବେଶିକା ପରୀକ୍ଷାରେ ୮୦ ପ୍ରତିଶତ ମାର୍କ ଓ ୨୦ ପ୍ରତିଶତ କ୍ୟାରିୟର ମାର୍କକୁ ଭିତ୍ତି କରି ପିଲାଙ୍କୁ ସିଟ ଆବଣ୍ଟନ କରାଯିବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିଲା ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ । ତେବେ ଏହି ପ୍ରବେଶିକା ପରୀକ୍ଷା ପ୍ରଥମ ଥର ପାଇଁ ଷ୍ଟେଟ ସିଲେକ୍ସନ ବୋର୍ଡ (ଏସଏସବି) ଏହି ପରୀକ୍ଷା ପରିଚାଳନା କରୁଛି । ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ସେମାନଙ୍କ ନିକଟସ୍ଥ ଶିକ୍ଷାନୁଷ୍ଠାନରେ ପରୀକ୍ଷା କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ ସମେତ ୨୧ଟି ସରକାରୀ କଲେଜରେ ପରୀକ୍ଷା କେନ୍ଦ୍ର କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.