ETV Bharat / state

Bhubaneswar Foundation Day: ଏଥର ବି ଯୋଗ ଦେଲେନି ଅପରାଜିତା, ମେୟର କହିଲେ ଆମେ ସମସ୍ତଙ୍କୁ ଡାକିଛୁ

ଏଥର ବି ଭୁବନେଶ୍ୱର ପ୍ରତିଷ୍ଠା ଦିବସ ଯୋଗ ଦେଲେନି ସାଂସଦ ଅପରାଜିତା, ଉଦ୍ଦେଶ୍ୟ ମୂଳକ ଭାବେ ଡକା ନଯିବା ଦୁର୍ଭାଗ୍ୟଜନକ କହିଲା କମିଟି । ଅଧିକ ପଢନ୍ତୁ

author img

By

Published : Apr 13, 2023, 3:27 PM IST

Updated : Apr 13, 2023, 3:52 PM IST

Bhubaneswar Foundation Day event
Bhubaneswar Foundation Day event
Bhubaneswar Foundation Day
Bhubaneswar Foundation Day event

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରର ପ୍ରତିଷ୍ଠା ଦିବସ। 75 ବର୍ଷରେ ପାଦ ଥାପିଛି ରାଜଧାନୀ। ଏନେଇ ମହାନଗର ନିଗମ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ କରାଯାଇ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଯେଉଁଠାରେ ମେୟରଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉପସ୍ଥିତ। ହେଲେ ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦେଖିବାକୁ ମିଳିନଥିଲା। ସଂସଦୀୟ କ୍ଷେତ୍ରର ସଂସଦ ହୋଇଥିଲେ ହିଁ ତାଙ୍କ ଅନୁପସ୍ଥିତ ପୁଣି ପୂର୍ବ ବର୍ଷ ପରି ଏଥର ବି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସାଂସଦଙ୍କ ଅନୁପସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଉଭୟ ପ୍ରତିଷ୍ଠା ଦିବସ ପାଳନ କମିଟି ସଦସ୍ୟ ଓ ବିଏମ୍ସି । ଏହାକୁ ନେଇ ପରସ୍ପର ମଧ୍ୟରେ ଦୋଷ ଲଦା ଲଦି ହୋଇଥିବା ବେଳେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅନୁପସ୍ଥିତି ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ପରି ମନେ ହେଉଛି। କାରଣ ଭୁବନେଶ୍ୱରର ବିଧାୟକ ସୁର ରାଉତରାୟ କଂଗ୍ରେସ ଦଳର ହୋଇଥିଲେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ତେବେ ରାଜଧାନୀ ପ୍ରତିଷ୍ଠା ଦିବସ କୌଣସି ଦଳୀୟ କାର୍ଯ୍ୟକ୍ରମ ହୋଇନଥିବା ବେଳେ ସମସ୍ତେ ଏଥିରେ ଯୋଗ ଦେଇପାରିବେ। କିନ୍ତୁ ବିଜେପି ସାଂସଦଙ୍କୁ କାହିଁକି ଏଠାକୁ ନିମନ୍ତ୍ରଣ ନଥିଲା ତାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏହା କଣ ଦଳୀୟ କାର୍ଯ୍ୟକ୍ରମ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସାଂସଦଙ୍କ ଅନୁପସ୍ଥିତିକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଏମସି ମେୟର କଥାକୁ ଏଡାଇ ଚାଲିଯାଇଥିବା ବେଳେ ଆମେ ସମସ୍ତଙ୍କୁ ଡାକିଛୁ ବୋଲି କହିଛନ୍ତି ।

ଅପରାଜିତା ପ୍ରସଙ୍ଗରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ''ମୁଁ ଗତଥର ପ୍ରତିଷ୍ଠା ଦିବସର ଆୟୋଜକ କି ସଂଯୋଜକ ନଥିଲି କି ଏଥର ନାହିଁ । ମିଡିଆକୁ ବିଭ୍ରାନ୍ତ କରିବା ପାଇଁ ସାଂସଦ ମତେ ନିମନ୍ତ୍ରଣ କରାଯାଇନାହିଁ ବୋଲି ଏହିସବୁ କଥା କହିଛନ୍ତି। ସାଂସଦଙ୍କ ନାଁ କୁ ନେଇ ମତେ କାଇଁ ପ୍ରଶ୍ନ କରାଯାଉଛି। ଆଇଗିଣିଆ ଛକରେ ଅଶୋକ ପଣ୍ଡାଙ୍କ ଅଞ୍ଚଳ ହେଲେ ମଧ୍ୟ ମୋ ନାଁ କେଉଁଠି ମଧ୍ୟ ନାହିଁ । ସାଂସଦ ନିଜର ବୋର୍ଡଟିଏ ଲୁଚେଇକି ମାରିଦେଇଛନ୍ତି । କହିବାକୁ ଗଲେ ବହୁତ କଥା ବାହାରିବ ବା କହିପାରିବି । ମତେ କହିବାକୁ ବାଧ୍ୟ କରନ୍ତୁ ନାହିଁ। ତେଣୁ ବିକାଶକୁ ସ୍ୱାଗତ କରନ୍ତୁ ସାଂସଦ। ଏକଥା ନ କରି ସବୁଥିରେ ଦୋଷତ୍ରୁଟି ଖୋଜୁଛନ୍ତି। ଏହା ତାଙ୍କର କୋମଳାତାର ପରିଚୟ ।''

ସେହିପରି ଏନେଇ ବିଏମ୍ସି କମିଶନର କହିଛନ୍ତି, ''ପ୍ରତିଷ୍ଠା ଦିବସ କମିଟିକୁ କୁହାଯାଇଥିଲା ସାଂସଦଙ୍କୁ ଡାକିବାକୁ, ସେମାନେ ଏ ବିଷୟରେ ସଠିକ କଥା କହିପାରିବେ ।'' ସେହିପରି ପୂର୍ବତନ ମେୟର ଅନନ୍ତ ନାରାୟଣ କହିଛନ୍ତି, ''ଯେଉଁ ବିଭାଗ ବା ଯେଉଁ କମିଟି ପ୍ରତିଷ୍ଠା ଦିବସର ଆୟୋଜନ କରିଛନ୍ତି ସେମାନେ ସଠିକ କହିପାରିବେ ଏହାର କାରଣ । ଆମେ ବି ନିମନ୍ତ୍ରୀତ ଅତିଥି ତେଣୁ ତାଙ୍କୁ କାହିଁକି ଡକାଯାଇନଥିଲା ସେ ହୁଏତ କୌଣସି ଅସୁବିଧା ପାଇଁ ଏହି କାର୍ଯ୍ୟକ୍ରମକୁ ଆସିପାରିନଥିବେ ।'' ସେହିପରି ବିଧାୟକ ସୁର ରାଉତରାୟ କହିଛନ୍ତି ସାଂସଦ ନିଜେ ଆସିବା କଥା। ଆମ ଭୁବନେଶ୍ୱର। କାହାର ପୈତୃକ ସମ୍ପତ୍ତି ନୁହେଁ ରାଜଧାନୀ। ସେ ଆସିଥିଲେ ଆମେ ସ୍ୱାଗତ କରିବୁ।ଆମେ କିଛି ଜଣ ଏହି କମିଟିର ଫାଉଣ୍ଡର। ଆରଥରକୁ ସରକାର ଙ୍କୁ କହିବୁ ସାଂସଦଙ୍କୁ ନିମନ୍ତ୍ରଣ କରିବା ପାଇଁ ।''

ଅନ୍ୟପଟେ ସମସ୍ତଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ କମିଟି। ଏନେଇ କମିଟିର ସଭାପତି କହିଛନ୍ତି, ''ଏହା ଏକ ସରକାରୀ କାର୍ଯ୍ୟକ୍ରମ । ୩୫ ବର୍ଷ ଧରି ଯେହେତୁ ଆମେ ଆୟୋଜନ କରିଥିଲୁ। ଆମକୁ ସେମାନେ ପରାମର୍ଶ ମାଗିଥିଲେ। ଭୁବନେଶ୍ୱର ସାଂସଦଙ୍କୁ ଡାକିବା ପାଇଁ ଆମେ ପରାମର୍ଶ ମଧ୍ୟ ଦେଇଥିଲୁ । ଆମକୁ ଯେତେ ପ୍ରସ୍ତୁତି ବୈଠକକୁ ଡାକିଛନ୍ତି ଆମେ ସବୁବେଳେ କହିଛୁ ସାଂସଦକୁ ଡାକନ୍ତୁ । ରାଜଧାନୀ ବିକାଶରେ ସାଂସଦଙ୍କ ବଡ଼ ଭୂମିକା ରହିଛି । ଗତକାଲି ହୋଇଥିବା ଶେଷ ବୈଠକରେ ଆମେ ସାଂସଦଙ୍କୁ ଡାକିବା ପାଇଁ କହିଥିଲୁ। ଏଠି ସେ ପୂର୍ବରୁ କମିଶନର ମଧ୍ୟ ଥିଲେ । ତାଙ୍କର ମଧ୍ୟ ଧାରଣା ରହିଛି ଭୁବନେଶ୍ୱରର ବିକାଶ ପାଇଁ । ଆମେ ଅନ୍ତତଃ କାର୍ଡ ଦେବା ପାଇଁ କହିଥିଲୁ । ଆମେ ସ୍ୱୀକୃତି ସ୍ୱରୂପ ତାଙ୍କୁ ପତ୍ର ଦେଲା ପରେ ଗ୍ରହଣ କଲେ ବୋଲି ଆମକୁ ଜଣାଇବା ପାଇଁ ମଧ୍ୟ କହିଥିଲୁ । ତାପରେ ମଧ୍ୟ ଯଦି ସାଂସଦଙ୍କ ଉଦ୍ଦେଶ୍ୟ ମୂଳକ ଭାବରେ ଡ଼କା ଯାଇ ନ ଥିବା ଏହା ଦୁର୍ଭାଗ୍ୟ ଜନକ । ଏମିତି କି ତାଙ୍କୁ କାର୍ଡ ଦେବାକୁ ସିଧାସଳଖ ମେୟର ମନା କରି ଦେଇଥିଲେ ବୋଲି କହିଥିଲେ ।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 13, 2023, 3:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.