ETV Bharat / state

ସିଗନାଲ ଉପରେ କଟକଣା ଥାଇ ମଧ୍ୟ ଗାଡ଼ି ଗଡିଲା, CRS ସ୍ତରରେ ହେବ ତଦନ୍ତ: CPRO

author img

By ETV Bharat Odisha Team

Published : Oct 30, 2023, 7:20 PM IST

Updated : Oct 30, 2023, 7:35 PM IST

ଆନ୍ଧ୍ର ଟ୍ରେନ ଟ୍ରାଜେଡି ଘଟଣା । ସିଗନାଲ ଉପରେ କଟକଣା ଥାଇ ମଧ୍ୟ ଗାଡ଼ି ଗଡିଥିଲା । ଏ ନେଇ ତଦନ୍ତ କରାଯିବ ବୋଲି କହିଲେ ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ବଜିତ ସାହୁ । ଅଧିକ ପଢନ୍ତୁ

East Coast Railway CPRO Biswajit Sahu
East Coast Railway CPRO Biswajit Sahu

ସିଗନାଲ ଉପରେ କଟକଣା ଥାଇ ମଧ୍ୟ ଗାଡ଼ି ଗଡିଲା, CRS ସ୍ତରରେ ହେବ ତଦନ୍ତ: CPRO

ଭୁବନେଶ୍ବର: ସିଗନାଲ ଉପରେ କଟକଣା ଥାଇ ମଧ୍ୟ ଗାଡ଼ି ଗଡିଥିଲା । ତେବେ ଏନେଇ ତଦନ୍ତ କରାଯିବ । ସଠିକ ରୂପେ ତଦନ୍ତ ପାଇଁ ବୈଠକ ବସିବ ଓ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅନ୍ୟପଟେ ଅପ ଲାଇନ ଟ୍ରାକ ଆଉ ଡାଉନଲାଇନ ଟ୍ରାକ ଠିକ ହୋଇଯାଇଛି । ଟ୍ରାକ ଉପରେ ଏକ ମାଲବାହୀ ଟ୍ରେନ ପ୍ରଶାନ୍ତି ଏକ୍ସପ୍ରେସ ଗଡିସାରିଲାଣି । ଖୁବଶୀଘ୍ର ମଝି ଟ୍ରାକଟିକୁ ସଜଡ଼ା ଯିବ । ଯଦିଓ ପ୍ରଶାନ୍ତି ଏକ୍ସପ୍ରେସ ଗଡ଼ିଛି ଏହାର ସ୍ପିଡ ଉପରେ କଟକଣା ରହିଥିଲା ଖୁବଶୀଘ୍ର ଏହି କଟକଣା ହଟାଯିବ ବୋଲି ସୂଚନା ଦେଇଛନ୍ତି ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ବଜିତ ସାହୁ ।

ଏନେଇ ପୂର୍ବତଟ ରେଳପଥ ମୁଖ୍ୟ ଜନସମ୍ପର୍କ ଅଧିକାରୀ, "ବର୍ତ୍ତମାନ ଅପ ଲାଇନ ଓ ଡାଉନଲାଇନ ଫିଟ ହୋଇଯାଇଛି । ଏବେ ମାଲବାହୀ ଟ୍ରେନ ଡାଉନଲାଇନରେ ଏବଂ ପାସେଞ୍ଜର ଟ୍ରେନ ଭାବେ ପ୍ରଶାନ୍ତି ଏକ୍ସପ୍ରେସ ଅଫଲାଇନରେ ଯାଇଛି । OHE ଫିଟନେସ ଏବଂ ଟ୍ରାକ ଫିଟନେସ ମିଳିବା ପରେ ଏହି ଟ୍ରେନ ଗଡ଼ିଛି । ସେହି ଟ୍ରାକରେ ବର୍ତ୍ତମାନ ସ୍ପିଡ ରେଷ୍ଟ୍ରିକ୍ସନ ମଧ୍ୟରେ ଟ୍ରେନ ଯାତାୟାତ କରୁଛି । ପୁରା ରିଷ୍ଟୋର ହେବା ପରେ ସ୍ପିଡ ରେଷ୍ଟ୍ରିକ୍ସନ ହଟିବ । ଯେଉଁ ଟ୍ରେନ ଗୁଡିକ ବାତିଲ କରାଯାଇଥିଲା ତାର ସିଡ୍ୟୁଲ ହୋଇଯାଇଛି ତେଣୁ ସେଥିରେ ଟ୍ରାକ ପରିବର୍ତ୍ତନ ହେବନାହିଁ । ଆଗକୁ ଯେଉଁ ଟ୍ରେନଗୁଡିକ ଚଳାଚଳ କରିବ ସେସବୁ ରେଗୁଲାରାଇଜ କରାଯିବ । ମୃତକଙ୍କୁ ସହାୟତା ରାଶି ମିଳିଲାଣି ।"

ଏହା ବି ପଢନ୍ତୁ- AP train accident: ଉଦ୍ଧାରକାର୍ଯ୍ୟ ଶେଷ ହେବା ପରେ ଗଡିଲା ପ୍ରଥମ ଟ୍ରେନ, ଦେଖନ୍ତୁ ଆକାଶ ମାର୍ଗରୁ ଦୃଶ୍ୟ

ରେଳମନ୍ତ୍ରୀ ଯେଉଁଭଳି ଏକ୍ସଗ୍ରାସିଆ ପେମେଣ୍ଟ କଥା କହିଥିଲେ ସେହିଭଳି ତୁରନ୍ତ ସେହି ସ୍ଥାନରେ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ଖୋଦ ରେଲୱେ ଅଫିସର ଯାଇକି ଏହା ପ୍ରଦାନ କରିଛନ୍ତି । ମିଡିଲ ଲାଇନ କିଭଳି ରିଷ୍ଟୋର ହୋଇପାରିବ ଏବଂ ସବୁ ଟ୍ରେନ ଚଳାଚଳ କରିପାରିବ ସେନେଇ ଚେଷ୍ଟା ଚାଲିଛି । ପାଖାପାଖି ୭୦୦-୮୦୦ ମ୍ୟାନପାୱାର ସେଠାରେ ରହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ୮ରୁ ୯ଟି ପୋରକ୍ଲେନ ମେସିନ ରହିଥିଲା, ତା' ସହିତ ୧୪୦ ଟନର କ୍ରେନ ସେଠାରେ ଥିଲା ତେଣୁ ଏସବୁ ମିଳିତ ଭାବରେ ଉଦ୍ଧାର କାର୍ଯ୍ୟରେ ଲାଗିବା ପରେ ଖୁବଶୀଘ୍ର କାମ ତ୍ବରାନ୍ବିତ ହୋଇଛି ବୋଲି କହିଛନ୍ତି ସିପିଆରଓ ।

ଯେଉଁ ଟ୍ରେନ ଯାତ୍ରୀମାନଙ୍କ ଟିକେଟ ବାତିଲ ହୋଇଯାଇଛି ସେନେଇ ମଧ୍ୟ ଚିନ୍ତା କରାଯାଉଛି । ଯେହେତୁ ପୂର୍ବରୁ ଟ୍ରେନଗୁଡିକରେ ରିଜର୍ଭେସନ ହୋଇ ସାରିଥିବ ତେଣୁ କିଭଳି ସେମାନେ ଯାତ୍ରା କରିବେ ସେନେଇ ଚିନ୍ତା କରାଯାଉଛି ବୋଲି କହିଛନ୍ତି CPRO ବିଶ୍ବଜିତ ସାହୁ। ସେ ଆହୁରି କହିଛନ୍ତି ଯେ, ଆପଣମାନେ ଦେଖିଥିବେ ଯେତେବେଳେ ଟ୍ରେନ ଦୁର୍ଘଟଣା ଘଟିଛି ଯାହା ପସେଞ୍ଜର ସମ୍ପର୍କିତ ରହିଛି ସେତେବେଳେ ପୂର୍ବରୁ ମଧ୍ୟ ରେଲୱେ ସେଫ୍ଟି କମିଶନର ଆସି ପହଞ୍ଚିଛନ୍ତି । ବର୍ତ୍ତମାନ ମଧ୍ୟ ସାଇଟରେ ଆସି ରେଲୱେ ସେଫ୍ଟି କମିଶନର ପହଞ୍ଚିଛନ୍ତି । CRS ସ୍ତରରେ ତଦନ୍ତ ହେବ । ତଦନ୍ତ ପରେ ରିପୋର୍ଟ ଦିଆଯିବ ବୋଲି କହିଛନ୍ତି ବିଶ୍ବଜିତ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 30, 2023, 7:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.