ETV Bharat / state

ରାଜଧାନୀର ବନ୍ଦ ହେବ ଆଉ ଗୋଟିଏ 5T ହାଇସ୍କୁଲ, ଅସନ୍ତୋଷ ଅଭିଭାବକ - ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ରାଜଧାନୀରେ ବନ୍ଦ ହେବାକୁ ଯାଉଛି ଆଉ ଏକ ଫାଇଭ-ଟି ରୂପାନ୍ତରିତ ହାଇସ୍କୁଲ । ଅସନ୍ତୋଷ ଜାହିର କଲେ ଅଭିଭାବକ । ଅଧିକ ପଢନ୍ତୁ

ରାଜଧାନୀର ବନ୍ଦ ହେବ ଆଉ ଗୋଟିଏ 5T ହାଇସ୍କୁଲ
ରାଜଧାନୀର ବନ୍ଦ ହେବ ଆଉ ଗୋଟିଏ 5T ହାଇସ୍କୁଲ
author img

By

Published : May 12, 2023, 8:34 AM IST

ଭୁବନେଶ୍ବର: ବନ୍ଦ ହେବ ରାଜଧାନୀର ଆଉ ଏକ ଫାଇଭ-ଟି ରୂପାନ୍ତରିତ ହାଇସ୍କୁଲ । ଭୁବନେଶ୍ବରର ୟୁନିଟ୍-୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ ବନ୍ଦ କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ଅଭିଭାବକମାନେ ଗଣଶିକ୍ଷା ମନ୍ତ୍ରୀଙ୍କୁ ଦାବିପତ୍ର ଦେଇଛନ୍ତି । ୧୯୬୭ ମସିହାରେ ସ୍ଥାପିତ ଏହି ପୁରାତନ ହାଇସ୍କୁଲରେ ପ୍ରାୟ ୪୦୦ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ କାହିଁକି ସ୍କୁଲକୁ ବନ୍ଦ କରାଯିବ ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ । ଅଭିଭାବକଙ୍କ ଦାବିପତ୍ର ପାଇବା ପରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିଷ୍ପତ୍ତିର ପୁନର୍ବିଚାର ଲାଗି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ନିର୍ଦ୍ଦେଶ ଦେଇଛନ୍ତି ।

ଏପଟେ କିନ୍ତୁ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି ଯେ, ଦୀର୍ଘ ଦିନ ଧରି ପାଠପଢାରେ ଅନେକ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ଏକା କ୍ୟାମ୍ପସରେ ଯୁକ୍ତ ଦୁଇ ଏବଂ ବିଶ୍ବବିଦ୍ୟାଳୟ ପିଲାମାନେ ପାଠ ପଢୁଛନ୍ତି । ଏଥିପାଇଁ ଅନେକ ସମସ୍ୟା ହେଉଥିବାରୁ ଯୁକ୍ତ ଦୁଇ କ୍ୟାମ୍ପସକୁ ୟୁନିଟ ୯ କ୍ୟାମ୍ପସକୁ ସ୍ଥାନାନ୍ତରିତ କରିବାକୁ ଯୋଜନା କରାଯାଉଛି । ଏନେଇ ସ୍କୁଲ ବିଭାଗ ଓ ଉଚ୍ଚଶିକ୍ଷା ବିଭାଗ ସହ ମଧ୍ୟ ଆଲୋଚନା କରାଯାଇଛି ।

କିଛି ଦିନ ତଳେ ରାଜ୍ୟରେ ଫାଇଭ-ଟି ସ୍କୁଲର ଅସଲ ଚେହେରା ସାମ୍ନାକୁ ଆସିଥିଲା । ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ସ୍କୁଲଗୁଡିକୁ ରୂପାନ୍ତରୀକରଣ କରାଯାଉଛି । ସ୍କୁଲର ବାହାର ଓ ଭିତର ସମ୍ପୂର୍ଣ୍ଣ ଭାବରେ ଚକାଚକ ହେଉଛି । କିନ୍ତୁ ଯେତେବେଳେ ସ୍କୁଲଟି ନୂଆ ରୂପ ପାଉଛି ସେହି ସମୟରେ କମ୍ ଉପସ୍ଥାନ ଦର୍ଶାଇ ସ୍କୁଲକୁ ବନ୍ଦ କରାଯାଉଛି । ପୂର୍ବରୁ ଏଭଳି ଏକ ଘଟଣା ଲୋକଲୋଚନକୁ ଆସିଥିଲା । ରାଜଧାନୀର ସଚିବାଳୟ ଠାରୁ ଖୁବ୍ କମ୍ ମିଟର ଦୂରରେ ସ୍ଥିତ ୟୁନିଟ ୧ ସରକାରୀ ଫାଇଭ-ଟି ସ୍କୁଲ ବନ୍ଦ କରାଯାଇଥିଲା । ଏଠାରେ ପିଲା ସଂଖ୍ୟା ମାତ୍ର 35 ଥିଲା ।

ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ସ୍କୁଲକୁ ସମ୍ପୂର୍ଣ୍ଣ ଭାବରେ ରୂପାନ୍ତରିତ କରିସାରିବା ପରେ ପାଠ ପଢ଼ାଯିବା ବଦଳରେ ବନ୍ଦ କରିଦିଆଯାଇଥିଲା । ଯଦି ସମସ୍ତଙ୍କ ନଜରରେ ଥିବା ସ୍କୁଲର ଏଭଳି ସ୍ଥିତି ହୋଇପାରୁଛି ତେବେ ଉପାନ୍ତରେ ଅବସ୍ଥା ଆହୁରି ସାଂଘାତିକ ବୋଲି ଅନୁମାନ କରାଯାଉଛି । ତେବେ କମ୍ ଉପସ୍ଥାନ ଥିବା ସ୍କୁଲକୁ କିପରି ଓ କାହା ସ୍ବାର୍ଥରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ 5T ରୂପାନ୍ତରୀକରଣ ଯୋଜନାରେ ସାମିଲ କରାଗଲା, ତାକୁ ନେଇ ପ୍ରଶ୍ନ ଉଠିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.