ETV Bharat / state

Annual Bird census: ଚିଲିକାରେ ପକ୍ଷୀ ଗଣନା ଆରମ୍ଭ, ୨୧ଟି ଟିମ ନିୟୋଜିତ - ଚିଲିକାରେ ପକ୍ଷୀ ଗଣନା

ଆରମ୍ଭ ହେଲା ଚିଲିକାରେ ପକ୍ଷୀ ଗଣନା । ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ ଏହି ଗଣନା । ଅଧିକ ପଢନ୍ତୁ

ପକ୍ଷୀ ଗଣନା
ପକ୍ଷୀ ଗଣନା
author img

By

Published : Jan 4, 2023, 9:19 AM IST

Updated : Jan 4, 2023, 9:31 AM IST

ଚିଲିକାରେ ପକ୍ଷୀ ଗଣନା

ଖୋର୍ଦ୍ଧା: ଏସିଆର ବୃହତ୍ତମ ଲବଣ ହ୍ରଦ ଚିଲିକା ହ୍ରଦରେ ହଜାର ହଜାର ମାଇଲ ଅତିକ୍ରମ କରି ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି (annual bird census begins in chilika) । ଆଜି ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି ଯାହା ମଧ୍ୟାହ୍ନ ୧୨ଟା ଯାଏଁ ଚାଲିବ । ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅନ୍ତର୍ଗତ ସାତପଡ଼ା, ରମ୍ଭା, ବାଲୁଗାଁ, ଟାଙ୍ଗୀ ଏବଂ ଚିଲିକା ରେଞ୍ଜରେ ପକ୍ଷୀଗଣନା କରାଯାଉଥିବା ବେଳେ ୨୧ ଗୋଟି ଟିମ ପକ୍ଷୀ ଗଣନାରେ ନିୟୋଜିତ ହୋଇଛନ୍ତି ।

ତେବେ ଟାଙ୍ଗି ଜୋନରେ ୮ଟି, ବାଲୁଗାଁରେ ୬ ଟି, ସାତପଡ଼ାରେ ୪ଟି, ରମ୍ଭାରେ ୨ଟି ଏବଂ ଚିଲିକାରେ ଗୋଟିଏ ଟିମ ନିୟୋଜିତ ରହିଛନ୍ତି । ପ୍ରତି ଟିମରେ ୬ ରୁ ୭ ଜଣ ଗଣନାକାରୀ ଯୋଗଦେଇଛନ୍ତି । ପ୍ରତିବର୍ଷ ଭଳି ଗଣନା କାର୍ଯ୍ୟରେ ଜିପିଏସ, ବାଇନାକୁଲାର ବ୍ୟବହାର କରାଯାଉଛି । ପକ୍ଷୀ ଗଣନା ଟିମରେ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ, ଜଙ୍ଗଲ ବିଭାଗ କର୍ମଚାରୀ, ଓୟୁଏଟିର ଛାତ୍ରଛାତ୍ରୀ, ୱାଇଲଡ ଓଡ଼ିଶା ଏବଂ ୱାଇଲଡିଜ ନାମକ ସାମାଜିକ ସଂଗଠନର କାର୍ଯ୍ୟକର୍ତ୍ତା, ଟାଙ୍ଗୀ ରେଞ୍ଜ ଅନ୍ତର୍ଗତ ତିନି ଗୋଟି ପକ୍ଷୀ ସୁରକ୍ଷା ସମିତିର ସଦସ୍ୟମାନେ ସାମିଲ ହୋଇଛନ୍ତି । ତେବେ ଏହି ପକ୍ଷୀ ଗଣନା ପାଇଁ ଗତକାଲି(ମଙ୍ଗଳବାର) ବଡକୁଳ ସ୍ଥିତ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ଆର୍ଦ୍ରଭୂମି ପରୀକ୍ଷଣ କେନ୍ଦ୍ର ପରିସରରେ ପକ୍ଷୀ ବିଶେଷଜ୍ଞମାନେ ଗଣନକାରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ସାତପଡା ବନବିଭାଗ କାର୍ଯ୍ୟାଳୟରେ ମଧ୍ୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: ଅଗ୍ନିବୀରଙ୍କୁ ଅବସର ଦେବାକୁ ସମସ୍ତ ରାଜ୍ୟ ସରକାର ଓ ଘରୋଇ କ୍ଷେତ୍ରକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଅପିଲ୍‌

ସୂଚନାଅନୁସାରେ, ପ୍ରତ୍ୟେକ ଗଣନାକାରୀ ଦଳକୁ ଗୋଟିଏ ଲେଖାଏଁ ଡଙ୍ଗା ଯୋଗାଇ ଦିଆଯାଇଥିବା ବେଳେ ପ୍ରତି ଟିମରେ ଅଭିଜ୍ଞ ପକ୍ଷୀ ବିଶାରଦଙ୍କ ସମେତ ୪ରୁ ୫ଜଣ ସହଯୋଗୀ ରହିଥିବା ସୂଚନା ରହିଛି । ବାଲୁଗାଁ ରେଞ୍ଜରେ ୬ଟି ଟିମ ନିୟୋଜିତ ହୋଇଥିବା ବେଳେ ସାତପଡାରେ ୪ଟି, ରମ୍ଭାରେ ୨ଟି, ଚିଲିକାରେ ୧ ଓ ଟାଙ୍ଗୀରେ ସର୍ବାଧିକ ୮ ଗୋଟି ଟିମ ପକ୍ଷୀଗଣନା ପାଇଁ ସ୍ଥିର କରାଯାଇଛି । ତେବେ ପକ୍ଷୀଗଣନା ୨ଟି ପଦ୍ଧତିରେ କରାଯାଇଥାଏ ।

ପ୍ରଥମ ପଦ୍ଧତି ହେଲା ଏକକ ପଦ୍ଧତି ଏବଂ ଦ୍ବିତୀୟଟି ହେଲା ବ୍ଲକ ପଦ୍ଧତି । ଏକକ ପଦ୍ଧତିରେ ଚିଲିକା ମଧ୍ୟରେ ଯେଉଁଠି ସ୍ବଳ୍ପ ସଂଖ୍ୟକ ପକ୍ଷୀ ଦୃଷ୍ଟିଗୋଚର ହୋଇଥାନ୍ତି, ସେଠାରେ ୧,୨ କ୍ରମରେ ପକ୍ଷୀସଂଖ୍ୟା ଏବଂ ପ୍ରଜାତି ଗଣନା ହୋଇଥାଏ । ବ୍ଲକ ପଦ୍ଧତି ଅନୁସାରେ, ଯେଉଁଠି ପକ୍ଷୀ ଗଣିହୁଏ ନାହିଁ ଏବଂ ଅସଂଖ୍ୟ ମାତ୍ରାରେ ସମାଗମ ହୋଇଥାନ୍ତି, ସେଠାରେ ବାଇନାକୁଲାର ପରିଧି ମଧ୍ୟରେ ଦୃଷ୍ଟିଗୋଚର ହେଉଥିବା ପକ୍ଷୀଙ୍କୁ ନେଇ ଗୋଟିଏ ପରେ ଗୋଟିଏ ବ୍ଲକ ତିଆରି କରାଯାଏ । ଏହିପରି ଏକାଧିକ ବ୍ଲକ ତିଆରି କରି ଜିପିଏସ ମାଧ୍ୟମରେ ପକ୍ଷୀଙ୍କ ପ୍ରଜାତି ଏବଂ ସଂଖ୍ୟା ସ୍ଫଷ୍ଟୀକରଣ କରାଯାଇଥାଏ ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated : Jan 4, 2023, 9:31 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.