ଖୋର୍ଦ୍ଧା: ଗୁରୁବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋଡ଼ିଆଳୀ ଖେଳ ପଡିଆରେ ରଘୁନାଥ କ୍ଲବ ଆନୁକୂଲ୍ୟରେ ଦିନିକିଆ ଦିବାରାତ୍ରୀ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା । ତେବେ ଫାଇନାଲ ମ୍ୟାଚରେ ଭଦ୍ରକ ଭଲି ବଲ ଟିମକୁ 3-0ରେ ହରାଇ ଆନ୍ଧ୍ରପ୍ରଦେଶ ଭଲିବଲ ଟିମ ଚମ୍ପିଆନ ହୋଇଛି ।
ପ୍ରଥମେ କୋଲକାତା ଏବଂ ଓଡ଼ିଶାର ଦୁଇଟି ମହିଳା ଭଲିବଲ ଦଳ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଭାବେ ଗୋଟିଏ ମ୍ୟାଚ୍ ହୋଇଥିଲା l ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ତଥା ସରପଞ୍ଚ ପ୍ରଫୁଲ୍ଲ କୁମାର ପ୍ରଧାନ, ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ସଭ୍ୟ ସୁଭାଷ ଚନ୍ଦ୍ର ରାୟଗୁରୁ, ସ୍ଥାନୀୟ ସରପଞ୍ଚ ରମାମଣୀ ଦେଇ, ସମିତି ସଭ୍ୟ ତୋଫାନ ବେହେରା, ଖେଳ ଶିକ୍ଷକ ଗୋପାଳ ମହାନ୍ତି, ପୂର୍ବତନ ସମିତି ସଭ୍ୟ କୃଷ୍ଣ ଚନ୍ଦ୍ର ପ୍ରଧାନପ୍ରମୁଖଙ୍କ ସମେତ ଅନ୍ୟମାନେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ l ପରେ ଚମ୍ପିଆନ ଟିମ୍ ଓ ରନର୍ସ-ଅପ ଟିମ୍କୁ ଟ୍ରଫି ପୁରସ୍କାର ଅର୍ଥ ରାଶିର ଚେକ୍ ପ୍ରଦାନ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: Russian Tourists Death: ମୃତ୍ୟୁ ସସପେନ୍ସରୁ ଉଠିବ ପରଦା, କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ଆୟୋଜକଙ୍କ ପକ୍ଷରୁ ଗୋଡିଆଳୀ ଗ୍ରାମବାସୀ ଏବଂ ରଘୁନାଥ କ୍ଲବର ସମସ୍ତ ସ୍ବେଚ୍ଛାସେବୀମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ତାମିଲନାଡୁ, ହରିୟାଣା, ଭଦ୍ରକ, ଭୁବନେଶ୍ୱର, ଜଟଣି ଆନ୍ଧ୍ରପ୍ରଦେଶରୁ ଆମନ୍ତ୍ରିତ ହୋଇ ଆସିଥିବା ଭଲି ବଲ ଟିମ୍ମାନେ ଭଗନେଇଥିଲେ ।
ଇଟିଭି ଭାରତ, ଖୋର୍ଦ୍ଧା