ETV Bharat / state

ଜମିଜମା ରେକର୍ଡ ସଂଶୋଧନ ଦାବି, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ 12ଦିନ ଧରି ଧରଣା - ଖୋର୍ଦ୍ଧାରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟିର ଧାରଣା

ଜମିଜମା ରେକର୍ଡ ସଂଶୋଧନ ଦାବିରେ ଦୀର୍ଘ ୧୨ ଦିନ ଧରି ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି । ଅଧିକ ପଢ଼ନ୍ତୁ

anchalika bhitamati banchao protest in khordha
ଖୋର୍ଦ୍ଧାରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟିର ଧାରଣା
author img

By

Published : Mar 14, 2023, 4:26 PM IST

ଜମିଜମା ରେକର୍ଡ ସଂଶୋଧନ ଦାବିରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି ପକ୍ଷରୁ ଧାରଣା

ଖୋର୍ଦ୍ଧା: ସ୍ବାଧୀନତାକୁ ୭୫ ବର୍ଷ ପୂରିଥିଲେ ମଧ୍ୟ ଜମିର ସତ୍ଵାଧିକାର ପାଇ ନାହାନ୍ତି ଗ୍ରାମବାସୀ । ଆଜି ବି ସେମାନଙ୍କ ଜମି ରେକର୍ଡରେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି, ପୁରୀ ଲେଖାଯାଇଛି । ଜମିଜମା ରେକର୍ଡରେ ଓଡ଼ିଶା ସରକାରଙ୍କ ନାମ ନଥିବାରୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ରେକର୍ଡ ସଂଶୋଧନ ଦାବିରେ ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ନିକଟରେ ଧରଣା ଦିଆଯାଇଛି । ଦୀର୍ଘ ୧୨ ଦିନ ଧରି ଧାରଣା ଦିଆଯିବା ସତ୍ତ୍ବେ ପ୍ରଶାସନ ଶୁଣୁନଥିବା କମିଟି ଅଭିଯୋଗ କରିଛି ।

ଗତ ତିନି ତାରିଖରୁ ନରଣଗଡ, ନିଜିଗଡ ତାପଙ୍ଗ, ଧଉଳିମୁହଁ ତିନି ପଞ୍ଚାୟତ ୧୫ଖଣ୍ଡ ଗ୍ରାମର ୫ହଜାରରୁ ଊର୍ଦ୍ଧ୍ବ ଗ୍ରାମବାସୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛି ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି । ଜମିର ସତ୍ଵାଧିକାର ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର କରାଯିବାକୁ ଦାବି କରିଛନ୍ତି । ଦୀର୍ଘ ବର୍ଷ ଧରି ସରକାରଙ୍କ ନିକଟରେ ଦାବି ସତ୍ତ୍ବେ ଏଥିପ୍ରତି ଗୁରୁତ୍ବ ଦିଆଯାଉ ନାହିଁ । ଫଳରେ ଗ୍ରାମବାସୀ ଜମିଜମା ବିକ୍ରି ଓ ଅନନ୍ଯା ସୁବିଧାରୁ ବଞ୍ଚିତ ହେଉଛନ୍ତି । ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଛି ଭିଟାମାଟି ବଞ୍ଚାଅ କମିଟି ।

ସୂଚନା ଅନୁଯାୟୀ, ୨୦୨୧ ମସିହା ସେପ୍ଟେମ୍ବର ୨୯ରେ ଆଇନ ବିଭାଗ ଓ ସାତ ଜଣିଆ କମିଟିର ପ୍ରସ୍ତାବ କାର୍ଯ୍ୟକାରୀ ହୋଇନାହିଁ । ଏଖାରଜାତ ମାହାଲ ଅନ୍ତର୍ଗତ ଖୋର୍ଦ୍ଧା ତହସିଲର ନିଜିଗଡ଼ତାପଙ୍ଗ, ଝିଙ୍କିଝାରୀ, ଦୁର୍ଗାପ୍ରସାଦ, ଜଗନ୍ନାଥପୁର, ନରଣଗଡ଼, ଭୋଗପୁର, ଭଗବାନପୁର, କୁରୁମପଡ଼ା, ହାଡ଼ପଦା, କଞ୍ଚିଲେ, ମେଦିନି, ବଳପୁର, ଧବଳପୁର, ଓରକୂଳ ପ୍ରମୁଖ ଗ୍ରାମର ଜମିପଟ୍ଟା ବନ୍ଦୋବସ୍ତ ଜରିଆରେ ସଂଶୋଧନ ପାଇଁ ଏବେ ଦାବି ଜୋର ଧରିଲାଣି । ଉପରୋକ୍ତ ଗ୍ରାମ ଗୁଡ଼ିକରେ ପାଇକ ବିଦ୍ରୋହ ପାଦଚିହ୍ନ ରହିଛି । ଏଠାକାର ବୀର ପାଇକଙ୍କ ବିରୋଧ ଫଳରେ ଇଂରେଜ ସରକାର ୧୮୧୭ରୁ ୧୮୨୭ ମସିହା ଅର୍ଥାତ ୧୦ ବର୍ଷ ଖଜଣା ଆଦାୟରେ ବିଫଳ ହୋଇଥିଲା । ୧୮୫୮ ମସିହାରେ ତାପଙ୍ଗ ଓ ୧୮୬୩ ମଧ୍ୟରେ ଏଖାରତମାହଲ ଅଧିନରେ ଥିବା ଜମି ଗୁଡ଼ିକ ଶ୍ରୀମନ୍ଦିର ପରିଚାଳନା ସୁପରିଟେଣ୍ଡେଣ୍ଟ ନାମରେ ରେକର୍ଡ଼ ଭୁକ୍ତ ହୋଇଥିଲା । ଏହି ଜମିର ମାଲିକ ମନ୍ଦିର ପ୍ରଶାସନ ମାତ୍ର , ପ୍ରଜାସତ୍ଵ ଉପରେ କୌଣିସି ହସ୍ତକ୍ଷେପ ମନ୍ଦିର ପ୍ରଶାସନ ନକରିବାକୁ କୁହାଯାଇଥିଲା ।

୧୯୭୪ ମାର୍ଚ୍ଚ ୧୮ ତାରିଖରେ ଓଡ଼ିଶାରେ ଜମିଦାର ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହୋଇଥିଲା । ୧୯୯୮ରେ ଜମିଦାରୀ ଉଚ୍ଛେଦ ଆଇନ ଧାରା ୨୩ ଅନୁସାୟୀ ରାଜ୍ୟ ସରକାର ଜମିଦାର ତଥା ମନ୍ଦିର ପ୍ରଶାସନକୁ କ୍ଷତିପୂରଣ ଦେଇଥିଲେ । ଜମିଦାର ଉଚ୍ଛେଦ ଆଇନ ପରବର୍ତ୍ତେ ଅବସ୍ଥାରୁ ଉପରୋକ୍ତ ଗ୍ରାମର ପୂଜା ରାଜସ୍ବ ବିଭାଗକୁ ଖଜଣା ଦେଇ ଆସୁଛନ୍ତି । କିନ୍ତୁ ୧୯୯୮-୨୦୦୫ ମଧ୍ୟରେ ୧୨୦ ଗ୍ରାମ ଜମିପଟ୍ଟା ଶ୍ରୀଜଗନ୍ନାଥ ବିଜେ ନାମରୁ ରାଜସ୍ଵ ଖାତାକୁ ଆସିଛି । ଅବଶିଷ୍ଟ ୩୬ ଗ୍ରାମରେ ସାମିଲ ଶ୍ରୀଜଗନ୍ନାଥ ବିଜେଙ୍କ ନାମରେ ରେକର୍ଡ଼ ହୋଇରହିଛି । ୧୯୬୨ -୧୯୬୫ ମସିହା ବନ୍ଦୋବସ୍ତ ମଧ୍ୟରେ ୧୨୦ ଏଖାରଜାତ ମାହଲ ଗ୍ରାମରେ ଜମିପଟ୍ଟା ସଂଶୋଧନ ହୋଇଥିଲା । ରାଜ୍ୟ ସରକାର ଅବହେଳାରୁ ୩୬ ଗ୍ରାମ ପୂର୍ବଭଳି ଶ୍ରୀଜଗନ୍ନାଥ ବିଜେ ନାମରେ ରେକର୍ଡ଼ ଭୁକ୍ତ ରହିଛି । ଦାବି ସତ୍ୱେ ରାଜ୍ୟ ସରକାର ଏହାକୁ ଗୁରୁତ୍ବ ଦେଉ ନ ଥିବା ବେଳେ ୨୦୧୪ ମସିହା ଠାରୁ ଉକ୍ତ ଜମି ବିକ୍ରିବଟା ଉପରେ ସରକାର ପ୍ରତିବନ୍ଧକ ସାଜିଛନ୍ତି ବୋଲି ଆଞ୍ଚଳିକ ଭିଟାମାଟି ବଞ୍ଚାଅ କମିଟି ଅଭିଯୋଗ କରିଛି ।

୬୨ ବର୍ଷ ହେବ ବନ୍ଦୋବସ୍ତ ହୋଇପାରିନଥିବାରୁ ଜମିଦାର ଶ୍ରୀଜଗନ୍ନାଥ ବିଜେ ହୋଇଥିବା ବେଳେ ସେମାନେ ପ୍ରଜାଭାବେ ଜମିକୁ ଭୋଗ ଦଖଲ କରିଆସୁଛନ୍ତି । ଜମିଦାର ଉଚ୍ଛେଦ ଆଇନ କାର୍ଯ୍ୟକାରୀ ହେବା ସତ୍ତ୍ବେ ଦେଶ ସ୍ଵାଧୀନତାର ୭୫ ବର୍ଷ ମଧ୍ୟରେ ମଧ୍ୟ ଯେଉଁ ପାଇକ ଇଂରେଜ ସରକାର ବିରୋଧରେ ସଂଗ୍ରାମ କରୁଥିଲେ ତାଙ୍କ ଦାୟଦ୍ବ ଜମିପଟ୍ଟା ସଂଶୋଧନ କରିବାକୁ ବାରଦ୍ଵାର ହେଉଥିବା ଅଭିଯୋଗ ହୋଇଛି । ଅତୀତରେ ଆଇନ ବିଭାଗ ତରଫରୁ ବସିଥିବା ଉଚ୍ଚକ୍ଷମତା ସମ୍ପନ୍ନ ବୈଠକରେ ବୋର୍ଡ଼ ଅଫ୍ ରେଭିନ୍ୟୁ ଜରିଆରେ ଜମିପଟ୍ଟା ସଂଶୋଧନ ବନ୍ଦୋବସ୍ତ ଜରିଆରେ କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା । ତେବେ ରାଜ୍ୟ ସରକାର ତୁରନ୍ତ ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ଦାବି ଉଠିଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.