ETV Bharat / state

ଚାକିରି ଓ ଋଣ ଦେବା ନାଁରେ ୭ ଲକ୍ଷ ଠକେଇ: ଯୁବକ ଗିରଫ - ଚାକିରୀ ନାଁରେ ଠକେଇ ଖୋର୍ଦ୍ଧା

ଚାକିରି କରାଇଦେବାକୁ କହି ବାଲେଶ୍ବରରୁ ଆସି ଖୋର୍ଦ୍ଧାରେ ଠକୁଥିଲେ ଯୁବକ । ଗିରଫ କଲା ଆଦର୍ଶ ଥାନା ପୋଲିସ । ଅଧିକ ପଢନ୍ତୁ...

ଚାକିରୀ ଓ ଋଣଦେବା ନାଁରେ ୭ ଲକ୍ଷ ଠକେଇ: ଯୁବକ ଗିରଫ

author img

By

Published : Jul 29, 2021, 7:35 AM IST

ଖୋର୍ଦ୍ଧା: ଚାକିରି ଓ ଋଣ ଦେବା ନାଁରେ ଠକେଇ ଅଭିଯୁକ୍ତ ଗିରଫ । ନିଜକୁ ଆରବିଏଲ ବ୍ୟାଙ୍କର ଓଡିଶା ମୁଖ୍ୟ ପରିଚୟ ଦେଇ ଲୋକଙ୍କ ମନରେ ବିଶ୍ବାସ ସୃଷ୍ଟି କରି 7 ଲକ୍ଷ ଠକେଇ କରିବା ଅଭିଯୋଗରେ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ତାଙ୍କୁ ଗିରଫ କରିଛି ।

ଗିରଫ ଯୁବକ ଜଣକ ବାଲେଶ୍ବର ସଦରଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ଅନିଲ ମହାନ୍ତି ବୋଲି ଥାନା ଅଧିକାରୀ ସଞ୍ଜୟ ପଟ୍ଟନାୟକ ସୂଚନା ଦେଇଛନ୍ତି । ସୂଚନା ମୁତାବକ ଅନିଲ ନିଜକୁ ଆରବିଏଲ ବ୍ୟାଙ୍କର ଓଡିଶା ମୁଖ୍ୟ ବୋଲି ପରିଚୟ ଦେଇ ବିଭିନ୍ନ ସ୍ଥାନରେ ବ୍ୟାଙ୍କର ଗୋଟିଏ ଗୋଟିଏ ଶାଖା ଖୋଲି ଲୋକଙ୍କୁ ଠକିବା ଆରମ୍ଭ କରିଥିଲା । ପ୍ରଥମେ ଲୋକଙ୍କୁ ସେଠାରେ ଏକ ଆକାଉଣ୍ଟ ଖୋଲିବା ପାଇଁ ପ୍ରବର୍ତ୍ତାଇଥାଏ । ପରବର୍ତ୍ତୀ ସମୟରେ ସେମାନଙ୍କୁ ବ୍ୟାଙ୍କରୁ ଋଣ ଦେବାକୁ ପ୍ରତିଶୃତି ଦେବା ଏବଂ ବ୍ୟାଙ୍କରେ ଚାକିରି କରାଇଦେବା ନାଁରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକାମି କରିଥାଏ । ତେବେ ଅନିଲ ଖୋର୍ଦ୍ଧାର ଦୁଇଟି ସ୍ଥାନରେ ବ୍ରାଞ୍ଚ ଖୋଲି ଲୋକଙ୍କୁ ଠକି ଚାଲିଥିଲା । ସଦର ଥାନା ଅର୍ନ୍ତଗତ କରାଂବଣିଆ ଗ୍ରାମର ବାଉରୀବନ୍ଧୁ ସାହୁ ଅନିଲ ଉପରେ ଭରସା କରି ୪୯ ହଜାର ଦେଇଥିଲେ ।

ମାତ୍ର ଅନିଲ ତାଙ୍କୁ ଋଣ ନ ଦେଇ ଫେରାର୍ ହୋଇ ଯାଇଥିଲେ । ଏନେଇ ବାଉରୀବନ୍ଧୁ ଜାଣିବା ପରେ ଆଦର୍ଶ ଥାନାରେ ଏକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅନିଲକୁ ଗିରଫ କରିଛି । ଘଟଣାର ତଦନ୍ତ ସମୟରେ ଅନିଲ କେବଳ ବାଉରୀବନ୍ଧୁଙ୍କ ଠାରୁ ନୁହେଁ ବରଂ ବେଣୁଧର ପଣିଙ୍କଠାରୁ ୯ ହଜାର, ଗୋବିନ୍ଦଚନ୍ଦ୍ର ସାହୁଙ୍କ ଠାରୁ ୨ ହଜାର, ରମାକାନ୍ତ ଦାସଙ୍କ ଠାରୁ ୩ଲକ୍ଷ, ଶଙ୍କର୍ଷଣ ବିହାରୀଙ୍କ ଠାରୁ ୨ ଲକ୍ଷ ୨୦ ହଜାର, ଦେବାଶିଷ ମହାରଥାଙ୍କ ଠାରୁ ୧୨ ହଜାର, ରମେଶଚନ୍ଦ୍ର ପଲେଇଙ୍କ ଠାରୁ ୧୨ ହଜାରକୁ ମିଶାଇ ମୋଟ ୭ ଲକ୍ଷ ୧୩ ହଜାର ଶହେ ଟଙ୍କା ଠକିନେଇଥିବା ପୋଲିସ ଜାଣିବାକୁ ପାଇଛି । ତେବେ ପୋଲିସ ଅନିଲକୁ ଗିରଫ କରିଅଧିକ ତଦନ୍ତ ଜାରି ରଖିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.