ETV Bharat / state

ଅଭିଯୋଗ ସହ ସରିଲା ମୋ ଓଡିଶା ନବୀନ ଓଡିଶା ଗ୍ରାମୀଣ ପ୍ରକଳ୍ପ ଘୋଷଣା - ସରିଲା ଆମ ଓଡିଶା ନବୀନ ଓଡିଶା ଘୋଷଣା

ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିଲା ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା' । ଯାହା ସବୁ ଜିଲ୍ଲାର ସବୁ ପଞ୍ଚାୟତରେ ପହଞ୍ଚିଛି । ଏକ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକ୍ରମରେ ପ୍ରକଳ୍ପ ଘୋଷଣା ଓ ଅର୍ଥ ଅନୁମୋଦନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି । ଗାଁରେ ଆଧୁନିକ ବିକାଶର ପାଦ ଚି଼ହ୍ନ ପକାଇବା ପାଇଁ ଏହା ପରିକଳ୍ପନା । ଅଧିକ ପଢନ୍ତୁ

ଅଭିଯୋଗ ସହ ସରିଲା ମୋ ଓଡିଶା ନବୀନ ଓଡିଶା ଗ୍ରାମୀଣ ପ୍ରକଳ୍ପ ଘୋଷଣା

author img

By ETV Bharat Odisha Team

Published : Nov 11, 2023, 10:21 PM IST

ଅଭିଯୋଗ ସହ ସରିଲା ମୋ ଓଡିଶା ନବୀନ ଓଡିଶା ଗ୍ରାମୀଣ ପ୍ରକଳ୍ପ ଘୋଷଣା

ଭୁବନେଶ୍ବର: ରାଜ୍ୟରେ ସବୁ ପଞ୍ଚାୟତକୁ ଛୁଇଁଲା ଆମ ଓଡ଼ିଶା ନବୀନ ଓଡ଼ିଶା । ଅକ୍ଟୋବର ୧୦ରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା ଯୋଜନା ନଭେମ୍ବର ୧୦ ରେ ଯାଜପୁରରେ ଶେଷ ହୋଇଛି । ସାରା ରାଜ୍ୟରେ ୯୯୨୨୩ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ ୩୩୯୭ କୋଟି ଟଙ୍କା । ରାଜ୍ୟର ପ୍ରତି ପଞ୍ଚାୟତକୁ ପ୍ରଦାନ କରାଯିବ ୫୦ ଲକ୍ଷ ଟଙ୍କା । ଲୋକଙ୍କ ଇଚ୍ଛାରେ ପ୍ରକଳ୍ପ ସହ ଜଗନ୍ନାଥ ସଂସ୍କୃତିକୁ ସାଥୀରେ ଧରି, ଡିଜିଟାଲ ଯୁଗ ସହିତ ତାଳ ଦେଇ ଆମ ଓଡ଼ିଶାର ଗାଁ'ଗୁଡ଼ିକ ଆଗକୁ ବଢୁଛି । ଏହା ସହ ବିରୋଧୀ ଦଳ ଆଣିଛନ୍ତି ଦଳୀୟ ଚିହ୍ନ ବ୍ୟବହାର ଅଭିଯୋଗ । ଅଭିଯୋଗର ଜବାବ ରଖିଛି ଶାସକ ଦଳ ।

ଅଧିକ ପଢନ୍ତୁ- Pandian likely to Join BJD: ଖୁବଶୀଘ୍ର ଶଙ୍ଖ ଫୁଙ୍କିବେ ପାଣ୍ଡିଆନ, ପ୍ରସ୍ତୁତ ହେଲାଣି କ୍ଷେତ୍ର

ଅକ୍ଟୋବର ୧୦ ତାରିଖରୁ ଆରମ୍ଭ ହୋଇଥିଲା ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ୱକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା' । ଯାହା ସବୁ ଜିଲ୍ଲାର ସବୁ ପଞ୍ଚାୟତରେ ପହଞ୍ଚିଛି । ଏକ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକ୍ରମରେ ପ୍ରକଳ୍ପ ଘୋଷଣା ଓ ଅର୍ଥ ଅନୁମୋଦନ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ହୋଇଛି । ଗାଁରେ ଆଧୁନିକ ବିକାଶର ପାଦ ଚି଼ହ୍ନ ପକାଇବା ପାଇଁ ଏହା ପରିକଳ୍ପନା । ଡିଜିଟାଲ ସଂଯୋଗ ସହିତ ଜଗନ୍ନାଥ ସଂସ୍କୃତିର ସମନ୍ଵୟ ଏକ ସଶକ୍ତ ଓଡ଼ିଶା ଗଠନର ମାର୍ଗ ପ୍ରଶସ୍ତ କରିଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲା ଗସ୍ତବେଳେ ଲୋକଙ୍କ ଠାରୁ ଆସିଥିବା ପ୍ରସ୍ତାବ ଭିତ୍ତିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି । ଅକ୍ଟୋବର ୧୦ ତାରିଖରେ କେନ୍ଦୁଝରରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ ଉତ୍ସାହ ଆନନ୍ଦର ସହ ବାଣ ଓ ଆଲୋକର ଫୁଆର ମଧ୍ୟରେ ଯାଜପୁରରେ ଉଦଯାପନ ହୋଇଛି । ଏକ ମାସ ମଧ୍ୟରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମରେ ୧୬ ଲକ୍ଷରୁ ଅଧିକ ଲୋକ ଭାଗ ନେଇଥିଲେ । ସାରା ରାଜ୍ୟରେ ୩୩୯୭ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି ।

ଯୋଜନା ଆରମ୍ଭରୁ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହିଛି । ପ୍ରକଳ୍ପ ପ୍ରସ୍ତାବକୁ ଦ୍ଵନ୍ଦ, ଦଳୀୟ ଚିହ୍ନ ବ୍ୟବହାର ନେଇ ଅଭିଯୋଗ ମଧ୍ୟ ହୋଇଛି । ଏନେଇ ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି ଯେ, ମୋ ଓଡିଶା ନବୀନ ଓଡ଼ିଶା ଏହା ଏକ ଅଭିନବ କାର୍ଯ୍ୟକ୍ରମ । ଗ୍ରାମୀଣ କ୍ଷେତ୍ରରେ ଭିତ୍ତିଭୂମିର ଉନ୍ନତି ଓ ପଞ୍ଚାୟତକୁ ଡିଜିଟାଲ ସଂଯୋଗ କରାଯିବ । ଅକ୍ଟୋବର ୧୦ରୁ ନଭେମ୍ବର ୧୦ ମଧ୍ୟରେ ଶେଷ କରିବା ଲାଗି ସମୟ ଧାର୍ଯ୍ୟ ହୋଇଥିଲା । ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜିଲ୍ଲାରେ ପ୍ରକଳ୍ପର ଅନୁମୋଦନ କରିଛନ୍ତି । ଗତକାଲି ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଛି । ଓଡ଼ିଶାର ସବୁ ଜିଲ୍ଲାରେ ପ୍ରାୟ ୩୩୯୭ କୋଟି ଟଙ୍କା ବିନିଯୋଗ ହେବ । ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ମିଳିବ । ଗତକାଲି ସୁଦ୍ଧା ୯୦୬୫୦ ଗ୍ରାମୀଣ ପ୍ରକଳ୍ପ ଅନୁମୋଦନ ହୋଇଛି । ୧୮ ଶହରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଗଲାଣି । ଘୋଷଣା ହୋଇଥିବା ଅନ୍ୟ ପ୍ରକଳ୍ପ ସାରିବାକୁ ପଞ୍ଚାୟତିରାଜ ବିଭାଗ ପଦକ୍ଷେପ ନେଉଛି ।

ଯୋଜନାରେ ଚିହ୍ନ ବ୍ୟବହାର ନେଇ ଅଭିଯୋଗ ବାବଦରେ ନିର୍ବାଚନ କମିଶନ ନିଷ୍ପତ୍ତି ନେବେ । ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ବିଜେପି ନିଜ ଦଳର ଚିହ୍ନକୁ ବ୍ୟବହାର କରୁଛନ୍ତି । ଏହି ଅଭିଯୋଗ ମଧ୍ୟ ରହିଛି । ତେଣୁ ବିଜେପି ଯାହା କହୁଛି, ନିଜେ ଦେଖିବା କଥା । ପରମ୍ପରା ଅନୁସାରେ ଶଙ୍ଖ ବ୍ୟବହାର ହୋଇଛି । କିନ୍ତୁ ବିଜେପି ନିଜର ପ୍ରଚାର ଲାଗି କରିଥିବା ପ୍ରମାଣ ରହିଛି । ଲୋକଙ୍କର କାର୍ଯ୍ୟ ନିର୍ବାହ ହୋଇପାରିବ ତାହା ଉପରେ ନଜର ରଖିବା କଥା । ସେହିପରି ବିଧାୟକ ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ, ଆମ ଓଡ଼ିଶା ନବୀନ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଏକ ଅଭିନବ ଯୋଜନା । ଖୁବ କମ ଦିନରେ ୩୦ ଜିଲ୍ଲାରେ ଯୋଜନା ପହଞ୍ଚିବା ସରକାରଙ୍କ କୃତିତ୍ୱ । ବିରୋଧୀ କେବଳ ବିରୋଧାତ୍ମକ ଦୃଷ୍ଟିରେ ଦେଖୁଛନ୍ତି । ଗୋଟିଏ ଭଲ ଯୋଜନାକୁ ସମ୍ବେଦନଶୀଳ ବିରୋଧୀ ଭାବେ କେହି ଜଣେ ପ୍ରଶଂସା କରି ନାହାଁନ୍ତି । ବରଂ ସମାଲୋଚନା କରୁଛନ୍ତି । କିନ୍ତୁ ବିରୋଧୀଙ୍କ ସମାଲୋଚନା ଲୋକଙ୍କ ପାଖରେ ପହଞ୍ଚି ପାରୁନି । କାରଣ ଲୋକେ ବିକାଶ ସହ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.