ETV Bharat / state

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ ବ୍ରାଣ୍ଡିଂ, ଲାଗିବ 'ଆମେ ଗଢିବୁ ନୂଆ ଓଡିଶା' ର ଷ୍ଟିକର

ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲରେ ଲାଗିବ ଆମେ ଗଢିବୁ ନୂଆ ଓଡିଶାର ଷ୍ଟିକର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 9, 2023, 12:19 PM IST

Ame gadhibu nua odisha
Ame gadhibu nua odisha

ଭୁବନେଶ୍ବର: ପୁଣି 'ଆମେ ଗଢିବୁ ନୂଆ ଓଡିଶା' ର ବ୍ରାଣ୍ଡିଂ ପାଇଁ ଲାଗିବ ଷ୍ଟିକର । ଏନେଇ ଯୋଜନା କରିଛି ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ। ଆସନ୍ତା ୩୦ ତାରିଖରୁ ନବମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସାଇକଲେରେ ଲାଗିବ ଏହି ଷ୍ଟିକର । ପୁର୍ବରୁ ଛାତ୍ର ଛାତ୍ରୀଙ୍କ ସ୍କୁଲ ଡ୍ରେସ୍‌ ଓ ଟୋପି ମାଧ୍ୟମରେ ସରକାର କରିଥିଲେ ବ୍ରାଣ୍ଡିଂ । ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନାରେ ସାଇକେଲ କିଣିବାକୁ ୨୦୨୩-୨୪ ଶିକ୍ଷା ବର୍ଷରୁ ୩୫୦୦ ଟଙ୍କାର ଅର୍ଥରାଶି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଦିଆଯାଉଛି । ଏହି ଅର୍ଥରେ ଛାତ୍ର ଛାତ୍ରୀ ମାନେ ସାଇକେଲ କିଣି ବିଦ୍ୟାଳୟକୁ ସହଜରେ ଯିବା ଆସିବା କରିପାରୁଛନ୍ତି । ଚଳିତ ବର୍ଷ ଠାରୁ ସମସ୍ତ ସାଇକେଲକୁ ବ୍ରାଣ୍ଡିଂ କରିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ନବମ ଓ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ସ୍କୁଲ ୟୁନିଫର୍ମ

ଛାତ୍ର ଛାତ୍ରୀଙ୍କୁ ସାଇକେଲକୁ ବ୍ରାଣ୍ଡିଂ କରାଯିବ । ଏହାର ସଫଳ ରୂପାୟନ ପାଇଁ ଜିଲ୍ଲା ସ୍ତରରୁ ନେଇ ବ୍ଲକ ଓ ବିଦ୍ୟାଳୟ ସ୍ତରରେ ସମସ୍ତ ଶିକ୍ଷା ପ୍ରଶାସକଙ୍କ ସକ୍ରିୟ ରହିବେ । ସାଇକେଲ ବ୍ରାଣ୍ଡିଂ ପାଇଁ ସମସ୍ତ ଷ୍ଟିକର ଆସନ୍ତା ୧୮ରୁ ୨୨ ତାରିଖରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ କାର୍ଯ୍ୟାଳୟରେ ପହଞ୍ଚିବ । ପ୍ରତ୍ୟେକ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀମାନେ ‘ମୋ ସ୍କୁଲ’ ରାଜ୍ୟ କାର୍ଯ୍ୟାଳୟରୁ ନଭେମ୍ବର ୧୪ ତାରିଖ ପରଠୁ ଷ୍ଟିକର ଗ୍ରହଣ କରିବେ । ଏହାପରେ ଜିଲ୍ଲାର ସମସ୍ତ ବ୍ଲକ୍‌କୁ ଆସନ୍ତା ୨୪ ତାରିଖରେ ପଠାଇବାକୁ ବ୍ୟବସ୍ଥା କରାଯିବ । ପରବର୍ତ୍ତୀ ସମୟରେ ବ୍ଲକ୍‌ ଶିକ୍ଷା ଅଧିକାରୀ(ବିଇଓ) ସମସ୍ତ ବିଦ୍ୟାଳୟକୁ ଆସନ୍ତା ୨୪ ତାରିଖରୁ ୨୮ ତାରିଖ ମଧ୍ୟରେ ଷ୍ଟିକର୍‌ ଗୁଡ଼ିକ ପଠାଇବେ।

ଏହା ମଧ୍ୟ ପଢନ୍ତୁ- ନବମ ଶ୍ରେଣୀ ଛାତ୍ରଙ୍କ କମାଲ, ଦୃଷ୍ଟିହୀନଙ୍କ ଲାଗି ତିଆରି କରିଛନ୍ତି ସ୍ମାର୍ଟ ଜୋତା

ଏହାପରେ ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ଆସନ୍ତା ୩୦ ତାରିଖ ଦିନ ଛାତ୍ରଛାତ୍ରୀଙ୍କ ସାଇକେଲରେ ଷ୍ଟିକରିଂ କରାଯିବ । ସେହିଦିନ ସମସ୍ତ ନବମ ଶ୍ରେଣୀର ଛାତ୍ରଛାତ୍ରୀ ନିଜ ସାଇକେଲ୍ ସହ ବିଦ୍ୟାଳୟକୁ ଆସିବେ । ପ୍ରଧାନଶିକ୍ଷକଙ୍କ ତତ୍ତ୍ୱାବଧାନରେ ଷ୍ଟିକରିଂ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଥିରେ ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହିବେ । ସମସ୍ତଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ରେ ଷ୍ଟିକରିଂ କରାଯିବ । ପୂର୍ବରୁ ସ୍କୁଲ୍‌ ପୋଷାକ ଏବଂ ହେଡ କ୍ୟାପରେ ବ୍ରାଣ୍ଡିଂ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.