ETV Bharat / state

ଏନ୍‌ଏଚରେ ଓଲଟିଲା ଆମ୍ବୁଲାନ୍ସ, 5 ଗୁରୁତର - khurda nachuni ambulance accident news

ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ନିକଟରେ ଆମ୍ବୁଲାନ୍ସ ଓଲଟି ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ଆମ୍ବୁଲାନ୍ସ ଓଲଟି 5 ଗୁରୁତର
ଆମ୍ବୁଲାନ୍ସ ଓଲଟି 5 ଗୁରୁତର
author img

By

Published : Nov 3, 2020, 8:57 PM IST

ଖୋର୍ଦ୍ଧା: ଆମ୍ବୁଲାନ୍ସ ଓଲଟି ପାଞ୍ଚ ଗୁରୁତର । ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥ ନାଚୁଣୀ ନିକଟରେ ଆମ୍ବୁଲାନ୍ସ ଓଲଟି ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଆମ୍ବୁଲାନ୍ସ ଓଲଟି 5 ଗୁରୁତର

ସୂଚନା ଅନୁଯାୟୀ, ଏହି ବ୍ୟକ୍ତିମାନେ ଆମ୍ବୁଲାନ୍ସରେ ତ୍ରୁପ୍ତି ମୁଣ୍ଡାଙ୍କ ସ୍ବାମୀ ଦିଲିପ ମୁଣ୍ଡାଙ୍କର ମୃତଦେହ ଧରି ତାମିଲନାଡୁରୁ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣାକୁ ଆସୁଥିଲା । ରାସ୍ତା ଖରାପ ଯୋଗୁଁ ହଠାତ୍ ଆମ୍ବୁଲାନ୍ସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଯେଉଁଥିରେ 5 ଜଣ ଗୁରୁତର ହୋଇଥିଲେ ।

ଗୁରୁତର ବ୍ୟକ୍ତିମାନଙ୍କୁ ଚିଲିକା ଅଗ୍ନିଶମ ବାହିନୀ ଉଦ୍ଧାର କରି ଟାଙ୍ଗୀ ସରକାରୀ ମେଡିକାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ବ୍ୟକ୍ତି ମାନେ ହେଲେ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ ଉତ୍ତର ୨୪ ପ୍ରଗଣା ଅଞ୍ଚଳର ଗୋଟିଏ ପରିଵାରର ସଦସ୍ୟ ।

ସେମାନେ ହେଲେ ତ୍ରୁପ୍ତି ମୁଣ୍ଡା, ପ୍ରୋସେନ କୁମାର ମୁଣ୍ଡା, ରାକେଶ କୁମାର ମୁଣ୍ଡା, ସର୍ମିଲା ମଣ୍ଡଳ ଓ ସୁରଜିତ୍ ସରଦାର । ତେବେ ଆମ୍ବୁଲାନ୍ସଟି ଭାଙ୍ଗି ଯାଇଥିବାବେଳେ ଚାଳକ ଜଣକ ସୁରକ୍ଷିତ ଥିବା ଜଣାପଡିଛି । ସ୍ଥାନୀୟ ପୋଲିସ ଗାଡି ଜବତ କରି ତଦନ୍ତ ଚଳାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.