ETV Bharat / state

ଆମ ପୋଖରୀ କାର୍ଯ୍ୟକ୍ରମ ଶୁଭାରମ୍ଭ; ୧୧୫ ପୌରାଞ୍ଚଳର ୨୦୦୦ ବୃହତ ଜଳାଶୟର ନବୀକରଣ - ଆମ ପୋଖରୀ କାର୍ଯ୍ୟକ୍ରମ ଶୁଭାରମ୍ଭ

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୧୫ ପୌରାଞ୍ଚଳର ୨୦୦୦ ବୃହତ ଜଳାଶୟର ନବୀକରଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ । ଅଧିକ ପଢ଼ନ୍ତୁ

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ
ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ
author img

By

Published : Jul 6, 2023, 9:54 PM IST

ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ପୌରାଞ୍ଚଳରେ ଆମ ପୋଖରୀ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ସହରାଞ୍ଚଳ ଗୁଡିକରେ ଥିବା ଅବ୍ୟବହୃତ କିମ୍ବା ପୋତି ହୋଇ ଯାଇଥିବା ଜଳାଶୟ ଗୁଡିକର ପୁନରୁଦ୍ଧାର କରାଯିବ । ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହିତ ଏହାର ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ କରାଯିବ । ୧୧୫ଟି ପୌରାଞ୍ଚଳର ୨୦୦୦ଟି ବୃହତ ଜଳାଶୟର ନବୀକରଣ କରାଯାଇ ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ସ୍ୱାସ୍ଥ୍ୟପ୍ରଦ ସର୍ବସାଧାରଣ ସ୍ଥାନର ବିକାଶ କରାଯିବ । ମିଶନ ଶକ୍ତିର ମହିଳା ଓ କଲେଜରୁ ପାସ କରିଥିବା ଶିକ୍ଷିତ ଯୁବକ ଯୁବତୀମାନେ ସହଭାଗିତାରେ ଏହା କରାଯିବ । ପ୍ରାକୃତିକ ଉପାୟରେ କମ ଖର୍ଚ୍ଚରେ ଉନ୍ନତ ପରିବେଶ ସୃଷ୍ଟି କରାଯିବ ।

ଲୋକସେବା ଭବନର କନଭେନ୍ସନ ହଲରେ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ କହିଛନ୍ତି, ‘‘ମା’ମାନେ ହେଉଛନ୍ତି ଟିମ ୱାର୍କର ମଡେଲ । ଗାଁ ସହର ସବୁଆଡେ ଭଲ କାମ କରୁଛନ୍ତି । ସେମାନଙ୍କ ସଫଳତା ପାଇଁ ‘ମୁଁ ଗର୍ବିତ’ । ମୁକ୍ତା ଯୋଜନାରେ, ଜଳସାଥୀ ଭାବରେ ମିଶନ ଶକ୍ତିର ମା’ମାନେ ଭଲ କାମ କରୁଛନ୍ତି । ଆମ ପୋଖରୀ କାର୍ଯ୍ୟକ୍ରମକୁ ମଧ୍ୟ ମା'ମାନେ ଭଲ ଭାବରେ କରିପାରିବେ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ପ୍ରକଟ କରିଛନ୍ତି । ଆମ ପୋଖରୀ ଗୁଡିକ ସହରାଞ୍ଚଳ ଜୀବନର ଏକ ମୌଳିକ ଅଂଶ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି । ସାମାଜିକ ଓ ସାଂସ୍କୃତିକ ଜୀବନରେ ପୋଖରୀ ଗୁଡିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ସହିତ ସ୍ୱାସ୍ଥ୍ୟ ଓ ଅର୍ଥନୀତି ସହିତ ମଧ୍ୟ ସଂପର୍କ ରହିଛି ।’’

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ କହିଛନ୍ତି , ‘‘ଏହି କାର୍ଯ୍ୟକ୍ରମ ଦ୍ୱାରା ମିଶନ ଶକ୍ତିର ମହିଳାମାନେ ଏବେ ଆମର ଜଳାଶୟଗୁଡିକର ମଧ୍ୟ ରକ୍ଷକ ହୋଇ ତା’ର ଦେଖା ଶୁଣା କରିବେ । ସହର, ଗାଁ ସବୁ କ୍ଷେତ୍ରର ବିକାଶରେ ମହିଳାମାନଙ୍କ ଭୂମିକା ଦିନକୁ ଦିନ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି । ମୁଖ୍ୟମନ୍ତ୍ରୀ ଆମ ପୋଖରୀ କାର୍ଯ୍ୟକ୍ରମର ମୁଖ୍ୟ ଉପଦେଷ୍ଟା ଆନନ୍ଦ ମଲ୍ଲିଗଭଡଙ୍କୁ ସମ୍ମାନିତ କରିଛନ୍ତି । ଜଣେ ମେକାନିକାଲ ଇଞ୍ଜିନିୟର ଭାବେ ବୃତ୍ତି ଆରମ୍ଭ କରିଥିବା ଆନନ୍ଦ ଜଳାଶୟ ସୁରକ୍ଷା ପାଇଁ ବୃତ୍ତି ପରିତ୍ୟାଗ କରି କାମ ଆରମ୍ଭ କରିଛନ୍ତି । ଜଳ ସଂରକ୍ଷଣ କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଦକ୍ଷତା ଓ ସୁନାମ ରହିଛି । ସାରା ଦେଶରେ ସେ ‘‘ଲେକ୍‌ ମ୍ୟାନ୍‌’’ ‍ଭାବରେ ପରିଚିତ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.