ETV Bharat / state

ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବାସେଳି ସାହିର ଅଶୋକ କୁମାର ସାହୁ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିବା ବେଳେ ଚିକତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ।

author img

By

Published : May 26, 2020, 4:34 PM IST

Khurdha Allegations of young man's death
ଖୋର୍ଦ୍ଧାରେ ଚିକିତ୍ସା ଅବହେଳାରୁ ମୃତ୍ୟୁ

ଖୋର୍ଦ୍ଧା: ଚିକିତ୍ସା ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ ଆଣିଲା ପରିବାର । ଖୋର୍ଦ୍ଧା ବାସେଳି ସାହିର ଅଶୋକ କୁମାର ସାହୁ ଥଣ୍ଡା,କାଶ ଜର ହେତୁ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଗତକାଲି ରାତିରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଅବଜରଭେସନ ରୁମରେ ରଖି ଚିକିତ୍ସା କରିଥିଲେ । ମାତ୍ର ତାଙ୍କର ଆଜି ସକାଳୁ ମୃତ୍ୟୁ ହୋଇଛି । ଏହାକୁ ନେଇ ପରିବାର ଲୋକ ଚିକିତ୍ସା ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ।

ଖୋର୍ଦ୍ଧାରେ ଚିକିତ୍ସା ଅବହେଳାରୁ ମୃତ୍ୟୁ

ସେପଟେ ମୃତକ ଜଟଣୀ ବ୍ଲକରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାର୍ଯ୍ୟ କରୁଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ କରିବା ସହ ତାଙ୍କର ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି । ରିପୋର୍ଟ ଆସିବା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ କରି ରଖାଯିବ ବୋଲି ସୂଚନା ମିଳିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.