ETV Bharat / state

ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗର ନିର୍ଦ୍ଦେଶ - ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ

ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି । ଅଧିକ ପଢନ୍ତୁ

school and mass education
school and mass education
author img

By ETV Bharat Odisha Team

Published : Oct 20, 2023, 10:50 AM IST

ଭୁବନେଶ୍ବର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ‘ମୋ ସରକାର’ ପ୍ରକୋଷ୍ଠରେ କେତେକ କର୍ମଚାରୀମାନଙ୍କ ବିରୋଧରେ ଅଭିଯୋଗ ହସ୍ତଗତ ହୋଇଥିଲା । ଉକ୍ତ ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କରିଥିଲା ବିଭାଗ । ଶିକ୍ଷକମାନଙ୍କର ପେନ୍‌ସନ୍‌, ଅବସରକାଳୀନ ପ୍ରାପ୍ୟ ଓ ସରକାରୀ କାର୍ଯ୍ୟରେ ଅବହେଳା ସମ୍ବନ୍ଧୀୟ ହୋଇଥିବା ଜଣା ପଡ଼ିଥିଲା । ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ହୋଇଛି ।

ଉକ୍ତ ଅଭିଯୋଗକୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ସଂପୃକ୍ତ ଜିଲ୍ଲା କାର୍ଯ୍ୟାଳୟ (ଭଦ୍ରକ, କଳାହାଣ୍ଡି ଓ ଯାଜପୁର)ଗୁଡ଼ିକୁ ତଦନ୍ତ ପାଇଁ ପଠାଇ ଦିଆଯାଇଥିଲା । ତେବେ ଏହାର ତଦନ୍ତରୁ ଜଣାପଡ଼ିଥିଲା ଯେ ବିଭିନ୍ନ ମହଲରୁ ହୋଇଥିବା ଅଭିଯୋଗଗୁଡ଼ିକର ସତ୍ୟତା ରହିଛି । ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ବିଦ୍ୟାଳୟ ଓ କଲେଜ୍‌ରେ ମୁଖ୍ୟତଃ ଶିକ୍ଷକମାନଙ୍କର ପେନ୍‌ସନ୍‌, ଅବସରକାଳୀନ ପ୍ରାପ୍ୟ ଓ ସରକାରୀ କାର୍ଯ୍ୟରେ ଅବହେଳା ଅଭିଯୋଗ ହୋଇଥିଲା ଅବହେଳାରେ ସମ୍ପୃକ୍ତ ସରକାରୀ କର୍ମଚାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ପୂର୍ବରୁ ମଧ୍ୟ ଅବହେଳା ନେଇ ଅନେକଙ୍କ ଉପରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଫେବୁଆରି ମାସରେ ଲହୁଣୀପଡ଼ା ବ୍ଲକ ଭୂତୁଡ଼ା ହାଇସ୍କୁଲର 6 ଜଣ ଶିକ୍ଷକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି ଭାବରେ ମେ' ମାସରେ ଫୁଲବାଣୀ ହାଇସ୍କୁଲ୍‌ର 4 ଜଣ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କ କାର୍ଯ୍ୟରେ ଅବହେଳା ପାଇଁ ତାଙ୍କର ଦରମା ବନ୍ଦ କରିଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସେମାନଙ୍କ ଉପରେ କଡ଼ାକଡ଼ି ଭାବରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ।

ଏହା ବି ପଢନ୍ତୁ...ଶିକ୍ଷା ବ୍ୟବସ୍ଥାର ବିକଳ ରୂପ, ବାରଣ୍ଡାରେ ଚାଲିଛି ପାଠପଢା

ସୂଚନା ଅନୁଯାୟୀ, ଅନେକ ସମୟରେ ଅଭିଯୋଗ ଆସିଛି ଯେ, ଅନେକ ସମୟରେ ଶିକ୍ଷକ ଶିକ୍ଷୟତ୍ରୀମାନେ ଦିଆଯାଇଥିବା କ୍ଲାସ ସମୟ ଅନୁସାରେ ନେଉନାହାନ୍ତି । ବହୁ ଡେରିରେ କ୍ଲାସ ରୁମ୍‌କୁ ଆସିଥିନ୍ତି । ଅନେକ ସମୟରେ ବିଦ୍ୟାଳୟରେ ରହିଥିଲେ ମଧ୍ୟ କ୍ଲାସ କରିନଥାନ୍ତି । ଏହା ସହ ପେନସନ୍‌ ସମୟରେ ମଧ୍ୟ ଏଭଳି ଅଭିଯୋଗ ଦେଖିବାକୁ ମିଳୁଛି । କେବଳ ବିଦ୍ୟାଳୟ ନୁହେଁ ଏପରିକି ମହାବିଦ୍ୟାଳୟରେ ମଧ୍ୟ ଅଧ୍ୟାପକମାନଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.