ETV Bharat / state

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର କରି ପ୍ରସୂତିଙ୍କ ପେଟରେ ଗଜ କନା ଛାଡିଦେଲେ ଡାକ୍ତର

ପୁଣି ଥରେ ସାମ୍ନାକୁ ଆସିଲା ଡାକ୍ତରଙ୍କ ଅବହେଳା । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କ ପେଟରେ ରହିଗଲା ଗଜ କନା । ଖୋର୍ଦ୍ଧା ଜିଲ୍ଲା ଏକ ଘରୋଇ ନର୍ସିଂହୋମ ନାଁରେ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ଅଧିକ ପଢନ୍ତୁ...

author img

By

Published : Oct 26, 2021, 2:18 PM IST

ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କ ପେଟରେ ରହିଗଲା ଗଜ କନା

ଖୋର୍ଦ୍ଧା: ପୁଣି ଥରେ ସାମ୍ନାକୁ ଆସିଲା ଡାକ୍ତରଙ୍କ ଅବହେଳା । ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ମହିଳାଙ୍କ ପେଟରେ ରହିଗଲା ଗଜ କନା । ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଛତୁ ଫୁଟିଲା ଭଳି ଘରୋଇ ନର୍ସିଂହୋମ ଓ ହସ୍ପିଟାଲ ଖୋଲି ରୋଗୀଙ୍କୁ ଶୋଷଣ କରାଯାଉଛି। ଯାହାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଧଳାପଥର ବଜାର ଉପରେ ଥିବା ଶ୍ରୀ ନର୍ସିଂହୋମରେ । ତେବେ ହସ୍ପିଟାଲ କର୍ମଚାରୀ ଓ ଡାକ୍ତରଙ୍କ ଅବହେଳା କାରଣରୁ ମହିଳାଙ୍କ ପେଟରେ ଗଜ କନା ରହିଥିବା ସଙ୍ଗୀନ ଅଭିଯୋଗ ଆଣିଛନ୍ତି ପିଡିତାଙ୍କ ସ୍ବାମୀ ଓ ସମ୍ପର୍କୀୟ ।

ଅଭିଯୋଗ ଅନୁଯାୟୀ ଧଳାପଥର ସ୍ଥିତ ଶ୍ରୀ ନର୍ସିଂହୋମରେ ଗତ ମେ ମାସ ୨୭ ତାରିଖରେ ଫତେଗଡ଼ ଅଞ୍ଚଳର ପ୍ରସୂତି ସାଗରିକା ପଣ୍ଡା ଚିକିତ୍ସା ପାଇଁ ଆସିଥିଲେ । ତେବେ ଡ. ବିଦ୍ୟାଧର ପଣ୍ଡାଙ୍କ ଅପରେସନ ପରେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ ପ୍ରସୂତି । କିନ୍ତୁ ଅପରେସନ ପର ଠୁ ମହିଳାଙ୍କର ଅନ୍ୟାନ୍ୟ ରୋଗ ଦେଖା ଦେଇଥିଲା । ଏ ସମ୍ପର୍କରେ ବାରମ୍ବାର ପୀଡିତ ମହିଳା ସମ୍ପୃକ୍ତ ଡାକ୍ତରଙ୍କୁ ଜଣାଇବା ପରେ ସେ ମେଡ଼ିସିନ ଦେଇ ଛାଡ଼ିଦେଉଥିଲେ । କିନ୍ତୁ ପରିସ୍ଥିତି ଜଟିଳ ହେବାରୁ ସେ ଅଲ୍ଟ୍ରାସାଉଣ୍ଡ କରି ଜାଣିବାକୁ ପାଇଲେ ଅପରେସନ ପରଠୁ ତାଙ୍କ ପେଟରେ କିଛି ପଦାର୍ଥ ରହିଯାଇଛି । ଏ ସମ୍ପର୍କରେ ସେ ସମ୍ପୃକ୍ତ ଡାକ୍ତରଙ୍କୁ ଜଣାଇବା ପରେ ଏହି ଗଜ କନା ବାହାର କରିଥିବା ପିଡିତାଙ୍କ ସ୍ବାମୀ ବାଞ୍ଛାନିଧି ପଣ୍ଡା ଏବଂ ସମ୍ପର୍କୀୟ ଚିତ୍ତରଞ୍ଜନ ପଣ୍ଡା କହିଛନ୍ତି ।

ଘଟଣା ସମ୍ପର୍କରେ ଶ୍ରୀ ହସ୍ପିଟାଲର ମାଲିକଙ୍କୁ ପଚାରିବାରୁ ସେ ଦୋଷ ସ୍ବୀକାର କରିବା ସହ ସମ୍ପୃକ୍ତ ରୋଗୀଙ୍କ ଘରକୁ ଯାଇ ଭୁଲ ମାଗିଛନ୍ତି । ତେବେ ଗ୍ରାମାଞ୍ଚଳରେ ଏଭଳି ନର୍ସିଂହୋମ ହସ୍ପିଟାଲ ଖୋଲି ନିରୀହ ଗରିବ ରୋଗୀଙ୍କୁ ଶୋଷଣ କରୁଥିବା ଏହି ସଂସ୍ଥା ଉପରେ କାହିଁକି ସ୍ବାସ୍ଥ୍ୟ ବିଭାଗ କଡା ପଦକ୍ଷେପ ଗ୍ରହଣ କରୁନାହିଁ ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.