ଖୋର୍ଦ୍ଧା: ଟାଙ୍ଗୀ ବ୍ଲକ ନିରାକାରପୁର ପଞ୍ଚାୟତରେ ମନରେଗା ଯୋଜନାରେ ପୋଖରୀ କାମରେ 8 ଲକ୍ଷ ହଡପ କରିବା ଉଦ୍ୟମ ବେଳେ ଧରିଲେ ଗ୍ରାମବାସୀ । ପୁରୁଣା ପଥର ଖଣିକୁ ଦେଖାଇ ଲୁଟ ପାଇ ହୋଇଥିଲା ମସୁଧା । ସେହିପରି ଜବ-କାର୍ଡ ହୀତାଧିକାରୀଙ୍କୁ କାମ ମିଳୁନାହିଁ । ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ନିଜେ ଡିଆ ସମିତି ସଭ୍ୟା ।
ସେପଟେ ଏସବୁ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ନିରାକାରପୁର ପଞ୍ଚାୟତ ରାହୁଳହଜ ଗାଁରେ ଥିବା ପୁରୁଣା ମାଙ୍କଡା ପଥର ଖଣି ଭିତରେ ଲାଗିଛି ମନରେଗା ଯୋଜନାରେ ନିର୍ମାଣ ହେବାକୁ ଥିବା ପୋଖରୀର ଫଳକ । ନୂତନ ପୋଖରୀ କାର୍ଯ୍ୟ 28.05.2021 ରୁ ଆରମ୍ଭ ହୋଇଛି । ଏଥିପାଇ 3116 ଶ୍ରମ ଦିବସ ରହିଥିବା ବେଳେ ସରଞ୍ଜାମ ପାଇ ମଧ୍ୟ ରହିଛି ଏକ ଲକ୍ଷ 29 ହଜାର ଟଙ୍କା ।
ସେହିପରି ପୁରା ପୋଖରୀ ପାଇଁ ମନରେଗା ଯୋଜନାରେ 8 ଲକ୍ଷ ଖର୍ଚ୍ଚ ହେବାର ଫଳକ ଲାଗିଛି । କିନ୍ତୁ ଗ୍ରାମବାସୀଙ୍କ ଅଭିଯୋଗ ଯେ ପୁରୁଣା ମାଙ୍କଡା ପଥର ଖଣିରୁ ପୁଣି ଥରେ ମେସିନ ସହାୟତାରେ ପଥର କାଟି ବିକ୍ରି ଚାଲିଛି । ସେହିପରି ପୋଖରୀ ଖନନ ନାମରେ ମନରେଗାରେ ଅର୍ଥ ହଡପ ପାଇଁ ବସୁଧା ଚାଲିଛି । ତେବେ ଏହାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ ଓ ଡିଆ ସମିତି ସଭ୍ୟା ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ