ଖୋର୍ଦ୍ଧା: ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ପଞ୍ଚାୟତ ଗୋଡା ଗ୍ରାମର ଲୋକନାଥ ଦେବଙ୍କ ମନ୍ଦିର ନିକଟରେ ଥିବା ପୋଖରୀକୁ ଅମୃତ ସରୋବର ଯୋଜନାରେ କାର୍ଯ୍ୟ କରାଯାଇଛି । ମନରେଗା ଯୋଜନା ଖୋଳା ଯିବାକୁ ଥିବା ପୋଖରୀକୁ ମେସିନ ସାହାଯ୍ୟରେ ଖୋଳାଯାଉଥିବା ଅଭିଯୋଗ ହୋଇଛି । ଗ୍ରାମବାସୀ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ଖୋଳାଯାଇଥିବା ମାଟିକୁ ପୋଖରୀ ବନ୍ଧରେ ନପକାଇ ଗାଡି ସାହାଯ୍ୟରେ ଉକ୍ତ ଗ୍ରାମର ଗୋହିରୀ ରାସ୍ତା, ମଶାଣୀ ରାସ୍ତା କହରାଝର ରାସ୍ତା ସହ ବ୍ୟକ୍ତିଗତ ଜଣଙ୍କ ଘର ରାସ୍ତାରେ ପକାଇ ମନରେଗା ଯୋଜନାରେ ଉକ୍ତ ରାସ୍ତାର ବିଲ କରିବାକୁ ଗ୍ରାମର କିଛି ଖଳ ପକୃତିର ଲୋକ ଓ ଯନ୍ତ୍ରୀ ଯୋଜନା କରିଥିବା ଶୁକ୍ରବାର ଖୋର୍ଦ୍ଧା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ସେହି ଗ୍ରାମର ଯୁଧୀଷ୍ଠିର ସାମନ୍ତରାୟ । ସେହିପରି ଅଭିଯୋଗ ସମ୍ପର୍କରେ ବ୍ଲକ ପ୍ରଶାସନ ମୁହଁ ଖୋଲୁନଥିବା ବେଳେ ଘଟଣାର ଉଚ୍ଚସ୍ତରୀୟ ତଥା ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଅଭିଯୋଗକାରୀ ।
ଇଟିଭି ଭାରତ, ଖୋର୍ଦ୍ଧା