ETV Bharat / state

ମାଟ୍ରିକ ପରୀକ୍ଷା ପାଇଁ ଆମେ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ - ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ

ରାତି ପାହିଲେ ମାଟ୍ରିକ ପରୀକ୍ଷା । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ସେପଟେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ସମ୍ପୂର୍ଣ୍ଣ ମନା ଥିବା ବେଳେ ପିଲାଙ୍କ କପି ରୋକିବାକୁ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ମାଟ୍ରିକ ପରୀକ୍ଷା ପାଇଁ ଆମେ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

author img

By

Published : Feb 18, 2020, 7:10 PM IST

ଖୋର୍ଦ୍ଧା: ବୁଧବାର ଠାରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ସେଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇ ସାରିଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମ୍ପୁର୍ଣ୍ଣ ବାରଣ କରାଯାଇଛି । ଏପରିକି ପରୀକ୍ଷାକୁ ସ୍ବଚ୍ଛ ଓ ନିର୍ଭୁଲ କରିବା ପାଇଁ କେନ୍ଦ୍ରରେ ଦୁଇଜଣ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଆଜି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

ମାଟ୍ରିକ ପରୀକ୍ଷା ପାଇଁ ଆମେ ପ୍ରସ୍ତୁତ: ଗଣଶିକ୍ଷା ମନ୍ତ୍ରୀ

ଏଥିସହ ପ୍ରଶ୍ନପତ୍ର ଯଦି କୌଣସି ସ୍ଥାନରେ ଭାଇରାଲ ହୁଏ, ତେବେ କେଉଁ ଛାତ୍ରଛାତ୍ରୀର ଏହି ପ୍ରଶ୍ନପତ୍ର ତାହା ଚଳିତ ବର୍ଷ ଜଣାପଡ଼ିଯିବ । ଏହାସହ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଚଳିତ ଥର ମଧ୍ୟ ବିଭିନ୍ନ କଲେଜର ଅଧ୍ୟାପକ ଓ ପ୍ରଫେସର ମାନଙ୍କୁ ସ୍କ୍ବାର୍ଡ଼ରେ ସାମିଲ କରାଯାଇଥିବା ମନ୍ତ୍ରୀ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.