ETV Bharat / state

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସଡ଼ନ ଡେଥରେ ୬-୫ ଗୋଲରେ ଶାନ କ୍ଲବ ଚାମ୍ପିୟନ

author img

By

Published : Feb 25, 2023, 10:41 PM IST

ଖାର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଆୟୋଜିତ ୩୬ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଶାନ କ୍ଲବ ଚାମ୍ପିୟନ ।

ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
all india football tournament in khordha
ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଖୋର୍ଦ୍ଧା: ବେଗୁନିଆ ବ୍ଲକ କୁଶପଲ୍ଲା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ କୁଶପଲ୍ଲା ମିନିଷ୍ଟାଡିୟମରେ ଚାଲିଥିବା ୩୬ ତମ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବହୁ ପ୍ରତିକ୍ଷିତ ଫାଇନାଲ ଖେଳ ଶାନ କ୍ଲବ ଭୁବନେଶ୍ୱର ଓ ବଜରଙ୍ଗୀ ସ୍ପୋର୍ଟିଂ କ୍ଲବ ଘାଟିକିଆ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସଡ଼ନ ଡେଥରେ ଶାନ କ୍ଲବ ୬-୫ ଗୋଲରେ ଚାମ୍ପିୟନ ହୋଇଛନ୍ତି ।

ହଜାର ହଜାର ଦର୍ଶକ ଖେଳକୁ ଭରପୁର ଉପଭୋଗ କରିଥିବା ବେଳେ ଖେଳର ପ୍ରଥମାର୍ଦ୍ଧରେ ଘାଟିକିଆ ବଜରଙ୍ଗୀ ସ୍ପୋର୍ଟିଂ କ୍ଲବର ୧୫ ନମ୍ବର ଖେଳାଳି ପ୍ରକାଶ ଜେନା ଗୋଟିଏ ଗୋଲ ସ୍କୋର କରି ଦଳକୁ ମଜବୁତ ସ୍ଥିତିକୁ ଆଣିଥିଲେ । ମଧ୍ୟାନ୍ତର ବିରତି ସୁଦ୍ଧା ଶାନ କ୍ଲବ ଗୋଲଟିକୁ ପରିଶୋଧ କରିପାରି ନଥିଲେ । ଗୋଲଟିକୁ ପରିଶୋଧ କରିବା ପାଇଁ ଦର୍ଶକମାନଙ୍କ ମଧ୍ୟରୁ ୨ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା । ଦ୍ଵିତୀୟାର୍ଦ୍ଧ ଖେଳ ସଙ୍ଘର୍ଷପୂର୍ଣ୍ଣରେ ଚାଲିଥିବା ବେଳେ ଶାନ କ୍ଲବର ୮ ନମ୍ବର ବିଜୟ ବାରିକ ଗୋଲ ସ୍କୋର କରି ଆଜିର ଖେଳକୁ ବରାବର ସ୍ଥିତିକୁ ଆଣିଥିଲେ । ଖେଳ ଶେଷ ସୁଦ୍ଧା ଅମୀମାଂସିତ ରହିବାରୁ ରେଫରି ଟ୍ରାଇବ୍ରେକର ସହାୟତା ନେଇଥିଲେ ।

ଟ୍ରାଇବ୍ରେକର ଅମୀମାଂସିତ ରହିଥିବା ବେଳେ ସଡ଼ନ ଡେଥରେ ଶାନ କ୍ଲବ ୬-୫ ଗୋଲରେ ଚାମ୍ପିୟନ ହୋଇଥିଲେ । ଖେଳରେ ରେଫରି ଭାବେ ରାଜୁ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ପ୍ରିୟବ୍ରତ ବାହିନୀପତି, ପ୍ରଫୁଲ କୁମାର ବେହେରା, ଶେଖୱାତ ଅଲ୍ଲୀ ଖାଁ, ଦେବରାଜ ସ୍ୱାଇଁ ଲାଇନରେ ସହାୟତା କରିଥିଲେ । ସେହିପରି ମ୍ୟାଚ କମିଶନର ଭାବେ ଦୈୟାନ ଖାଁ ଦାୟିତ୍ୱ ତୁଲାଇଥିଲେ ।

ଭାଷ୍ୟକାର ମିହିର ରଞ୍ଜନ ମହାପାତ୍ର, ଫୈଜଲ ହୁସେନ ଖାଁ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମହମ୍ମଦ ମଇଉଦିନ ମହମ୍ମଦଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ସାଂସଦ ମୁନା ଖାଁ ଯୋଗ ଦେଇଥିଲେ । ବିଜେଡି ସାଧାରଣ ସମ୍ପାଦକ ପ୍ରଦୀପ କୁମାର ସାହୁ, ବ୍ଲକ ଅଧ୍ୟକ୍ଷ ଲକ୍ଷ୍ମୀଧର ସୁବୁଦ୍ଧି, ଖୋର୍ଦ୍ଧା ଆଥେଲେଟିକ ଆସୋସିଏସନ ସଂପାଦକ ଉପେନ୍ଦ୍ର ନାଥ ଦାଶ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଶାନ କ୍ଲବ ଭୁବନେଶ୍ୱର ଦଳକୁ ଚାମ୍ପିୟନ ଟ୍ରଫି ସହିତ ୧୫ ହଜାର ଏବଂ ବଜରଙ୍ଗୀ ସ୍ପୋର୍ଟିଂ କ୍ଲବ ଘାଟିକିଆ ଦଳକୁ ରନର୍ସ ଅପ ଟ୍ରଫି ସହିତ ୧୦ ହଜାର ଆର୍ଥିକ ରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ । ଅନୁଷ୍ଠାନ ପକ୍ଷରୁ ବେଷ୍ଟ ପ୍ଲେୟାର ଘାଟିକିଆ ଦଳର ତୋଫାନ ନାୟକ ଏବଂ ଶାନ କ୍ଲବର ଗୋଲକିପରଙ୍କୁ ବେଷ୍ଟ ଗୋଲକିପର ଭାବେ ପୁରସ୍କୃତ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.