ETV Bharat / state

ହସ୍ପିଟାଲକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ: ହେପାଟାଇଟିସ୍ ରୋଗୀଙ୍କ ତଥ୍ୟ ଦେବା ବାଧ୍ୟତାମୂଳକ

author img

By

Published : Aug 5, 2023, 8:53 AM IST

ସରକାରଙ୍କ ପାଖରେ ରହିବ ହେପାଟାଇଟିସ୍ ରୋଗୀଙ୍କ ତଥ୍ୟ । ଏହି ରୋଗୀଙ୍କ ସମ୍ପର୍କରେ ସୂଚନା ଦେବାକୁ ସବୁ ସରକାରୀ ଓ ଘରୋଇ ହସ୍ପିଟାଲକୁ ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ହେପାଟାଇଟିସ୍ ରୋଗୀଙ୍କ ତଥ୍ୟ ଦେବା ବାଧ୍ୟତାମୂଳକ

ଭୁବନେଶ୍ବର: ରାଜ୍ୟରେ ହେପାଟାଇଟିସ୍ ବି ଏବଂ ସି ମାମଲା ଦିନକୁ ଦିନ ବୃଦ୍ଧି ପାଉଛି । ହେପାଟାଇଟିସ୍ ଏକ ରକ୍ତ ସଂକ୍ରମିତ ଜନିତ ଗୁରୁତର ରୋଗ । ଜଣେ ବ୍ୟକ୍ତିଙ୍କ ଠାରୁ ଆଉ ଜଣଙ୍କ ପାଖକୁ ସଂକ୍ରମିତ କରିଥାଏ । ଏଥିରେ ଅନେକ ରୋଗୀଙ୍କ ମୃତ୍ୟୁ ହୋଇଥାଏ । ଏହି ହେପାଟାଇଟିସ୍ ରୋଗକୁ ରୋକିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲ ଗୁଡିକୁ ହେପାଟାଇଟିସ୍ ରୋଗୀଙ୍କ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସ୍ବାସ୍ଥ୍ୟ ଅନୁଷ୍ଠାନରେ ଏହି ରୋଗୀ ଚିହ୍ନଟ ହେବେ ଏହାର ବିବରଣୀ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିବା ବାଧ୍ୟତାମୂଳକ । ଏନେଇ ସ୍ବାସ୍ଥ୍ୟ ବିଭାଗ ଏକ ବିଜ୍ଞପ୍ତି ପ୍ରକାଶ କରିଛି ।

ମହାମାରୀ ରୋଗ ନିୟମ ୧୯୮୭ ଅନୁଯାୟୀ, ସମସ୍ତ ସରକାରୀ ଓ ବେସରକାରୀ ଏବଂ ଏନଜିଓ ସଂସ୍ଥା ଗୁଡିକ ଚିକିତ୍ସିତ ହେପାଟାଇଟିସ୍ ବି ଏବଂ ସି ରୋଗୀଙ୍କର ସମସ୍ତ ତଥ୍ୟ ସଠିକ ସମୟରେ ସମ୍ପୃକ୍ତ ଜିଲ୍ଲାର ପର୍ଯବେକ୍ଷଣ ଅଧିକାରୀ ଓ ଷ୍ଟେଟ୍ ସର୍ଭିଲାନ୍ସ ଅଫିସରଙ୍କୁ ଦେବେ । ଫଳରେ ହେପାଟାଇଟିସ୍ ରୋଗୀଙ୍କ ତଥ୍ୟ ସରକାରଙ୍କ ପାଖରେ ରହିବ । ଏହି ରୋଗରେ ଯକୃତ ସହିତ ଜଡିତ ଅନେକ ସମସ୍ୟା ଦେଖାଯାଏ । ହେପାଟାଇଟିସ ସି ସଂକ୍ରମଣରେ ୩ ମାସ ମଧ୍ୟରେ ଚିକିତ୍ସା କରାଯିବା ଆବଶ୍ୟକ । ସେହିପରି ହେପାଟାଇଟିସ ବି ପାଇଁ ଆଜୀବନ ଚିକିତ୍ସିତ ହେବାକୁ ପଡିଥାଏ । ଯଦି ଉଭୟ ରୋଗର ସଠିକ୍ ସମୟରେ ଚିକିତ୍ସା କରାନଯାଏ ତେବେ ଆଗାମୀ ଦିନରେ ଯକୃତ କର୍କଟ ହୋଇପାରେ ।

ଏହାମଧ୍ୟ ପଢନ୍ତୁ: ହେପାଟାଇଟିସ Cରୁ ସୁସ୍ଥ ହେବା ପରେ ମଧ୍ୟ ଯାଇପାରେ ଜୀବନ: ରିସର୍ଚ୍ଚ

ସୂଚନା ଅନୁଯାୟୀ, ହେପାଟାଇଟିସ ଆକ୍ରାନ୍ତମାନଙ୍କ ଶରୀରରେ ପୀଡ଼ା ହୋଇଥାଏ । ପେଟରେ ଅତ୍ୟଧିକ ଯନ୍ତ୍ରଣା ସହ ଜ୍ବର ହୋଇଯାଏ । ତେବେ ଅନେକ ପୀଡ଼ିତଙ୍କର ପ୍ରାଥମିକ ଅବସ୍ଥାରେ କୌଣସି ଲକ୍ଷଣ ଦେଖା ଯାଇନଥାଏ । ଏହି ଘାତକ ରୋଗର ଆଗୁଆ ଚିହ୍ନଟ ପ୍ରକ୍ରିୟା କରିବା ସହ ଠିକ୍ ସମୟରେ ଏହାର ଚିକିତ୍ସା କରାଯିବା ନେଇ ଗୁରୁତ୍ବ ଦିଆଯାଉଛି । ହେପାଟାଇଟିସ୍ ଯକୃତକୁ କ୍ଷତି ପହଞ୍ଚାଇଥାଏ । ଏଥିପାଇଁ ସବୁବେଳେ ସବୁ ସମୟରେ ଆମକୁ ସଚେତନ ରହିବାକୁ ପଡ଼ିବ । ଯାହାଦ୍ଵାରା ଏକ ସୁସ୍ଥ ଜୀବନଯାପନ କରିପାରିବା । ହେପାଟାଇଟିସ ଏକ ସାମୟିକ ରୋଗ ବା ଦୀର୍ଘକାଳୀନ କ୍ରନିକ ରୋଗ ହୋଇପାରେ । ବିଶେଷ ଭାବରେ ହେପାଟାଇଟିସ ସମୟକ୍ରମେ ପ୍ରଗତି କରି ସିରୋସିସ, ଯକୃତ ଫେଲ ମାରିବା ଭଳି ବିପଦ ସୃଷ୍ଟି କରିଥାଏ ଓ ରୋଗୀ ମୃତ୍ୟୁମୁଖରେ ପଡିଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.