ETV Bharat / state

ସିଏସ୍‌ଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ; ବଜେଟ ଅନୁସାରେ କାର୍ଯ୍ୟ ଓ ଖର୍ଚ୍ଚ କରିବାକୁ ନିର୍ଦ୍ଦେଶ

author img

By ETV Bharat Odisha Team

Published : Jan 6, 2024, 7:40 PM IST

Departmental meeting chaired by CS: ଖାରବେଳ ଭବନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋଚନା ହୋଇଛି । ଅଧିକ ପଢ଼ନ୍ତୁ...

ସିଏସ୍‌ଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ
ସିଏସ୍‌ଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଖାରବେଳ ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସମେତ ଅନ୍ୟ ସମସ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ ଓ କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଆଲୋଚନା ହୋଇଛି ।

ବିଭିନ୍ନ ବିଭାଗର ପ୍ରଦର୍ଶନ ଆଧାରରେ ମୁଖ୍ୟ ଶାସନ ସଚିବ ଆଗାମୀ ମାସରେ କାର୍ଯ୍ୟ ଓ ସେହି ଅନୁସାରେ କିପରି ଖର୍ଚ୍ଚ ପ୍ରଦର୍ଶନ ଅଧିକ ଭଲ ରହିବ, ସେନେଇ ତ୍ବରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ବୈଠକର ପ୍ରାରମ୍ଭରେ ମୁଖ୍ୟ ଶାସନ ସଚିବ ଚଳିତ ଜାନୁଆରୀ ୧୭ ତାରିଖରେ ଲୋକାର୍ପଣ ହେବାକୁ ଥିବା ପୁରୀ ଶ୍ରୀମନ୍ଦିର ପରକ୍ରମା ପ୍ରକଳ୍ପ ସଂପର୍କରେ ଗୁରୁତ୍ବାରୋପ କରିଛନ୍ତି । ଏଥିରେ ସଂପୃକ୍ତ ସମସ୍ତ ବିଭାଗୀୟ କାର୍ଯ୍ୟକୁ ସୁଚାରୁରୂପେ ଅଗ୍ରାଧିକାର ଭିତ୍ତିରେ କରିବା ନେଇ ସହଯୋଗ କରିବାକୁ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଉନ୍ନୟନ କମିଶନର ଅନୁ ଗର୍ଗ ଗତ ଡିସେମ୍ବର ମାସରେ ବିଭିନ୍ନ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ ସଫଳତା ସଂପର୍କରେ ଆଲୋକପାତ କରିଛନ୍ତି । ଡିସେମ୍ବର ମାସରେ ଓଡ଼ିଶା ମିଲେଟ୍‌ ମିଶନ୍‌, ମିଲେଟ୍‌ ପ୍ରୋତ୍ସାହନ ପାଇଁ ବିଶ୍ବସ୍ତରୀୟ ମଡେଲ ଭାବେ ପୁରସ୍କୃତ, ଲକ୍ଷ୍ମୀ ବସ ସେବା କୋରାପୁଟରେ ଆରମ୍ଭ, ତାଳଚେରରେ ପବିତ୍ରମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଲୋକାର୍ପଣ, ବିଏସକେୱାଇ-ନବୀନ କାର୍ଡ ପ୍ରଣୟନ, ପୁରୀ ଜିଲ୍ଲା ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ-ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଆଗାମୀ ସାଧାରଣତନ୍ତ୍ର ଦିବସରେ ଜାତୀୟସ୍ତରୀୟ ପରେଡ୍‌ରେ ଅଂଶଗ୍ରହଣ ପାଇଁ ଚୟନ, ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଓ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ହଳଦିଆ ଡ୍ୟାମ ଲୋକାର୍ପଣ, ସିଙ୍ଗିଲ ୱିଣ୍ଡୋ ବ୍ୟବସ୍ଥାରେ ଶିଳ୍ପ ବିଭାଗର ୧୯ଟି ପ୍ରକଳ୍ପ ମଞ୍ଜୁର କରାଯାଇ ୭୫୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ସଂପର୍କରେ ଆଲୋକପାତ କରିଛନ୍ତି । ଏହାସହ ସେ ଅନ୍ୟ ସମସ୍ତ ବିଭାଗର କାର୍ଯ୍ୟ ସଫଳତା ସଂପର୍କରେ ମଧ୍ୟ ସବିଶେଷ ସୂଚନା ପ୍ରଦାନ କରିଛନ୍ତି । ଏହା ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ସଂପର୍କିତ ପ୍ରାକ୍‌ ପ୍ରସ୍ତୁତି ସଂପର୍କରେ ଆଲୋକପାତ କରିଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, 11ତାରିଖ ସୁଦ୍ଧା କାମ ସାରିବାକୁ ନିର୍ଦ୍ଦେଶ

ଆଗାମୀ ଫେବୃଆରୀ ୩ରୁ ୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ରାଜ୍ୟରେ ହେବାକୁ ଥିବା ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଆୟୋଜନ ସଂପର୍କରେ ମିଶନ ଶକ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ ପ୍ରସ୍ତୁତି ସମ୍ପର୍କରେ ଉପସ୍ଥାପନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମର ସଫଳ ଆୟୋଜନ ସଂପର୍କରେ ସଂପୃକ୍ତ ସମସ୍ତ ବିଭାଗର ସହଯୋଗ କାମନା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି । ସଚିବ ତଥା ଅଧିକାରୀମାନେ ନିଜ ନିଜ କାର୍ଯ୍ୟରେ ପତ୍ର ପ୍ରେରଣ ପାଇଁ 'ଲେଟର ହେଡ୍‌' ଇଂରାଜୀ ଭାଷାରେ ବ୍ୟବହାର କରୁଥିଲେ, ଓଡ଼ିଆ ଭାଷାରେ ମଧ୍ୟ ଏହାର ବହୁଳ ବ୍ୟବହାର କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ସଚିବସ୍ତରୀୟ ବୈଠକରେ ଡିସେମ୍ବର ୨୦୨୩ ସୁଦ୍ଧା ରାଜ୍ୟ ତଥା ବିଭିନ୍ନ ବିଭାଗ ତଥା ରାଜ୍ୟର ବିତ୍ତୀୟ ପ୍ରଦର୍ଶନ ସଂପର୍କରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ବିଶଦ ଭାବେ ତଥ୍ୟ ଉପସ୍ଥାପନ କରିଛନ୍ତି । ବଜେଟ ବ୍ୟବସ୍ଥା ଅନୁସାରେ ବିଭିନ୍ନ ବିଭାଗର ସାମଗ୍ରିକ ଖର୍ଚ୍ଚ ହାର ଗତ ଡିସେମ୍ବର ୨୦୨୨ ଶେଷ ସୁଦ୍ଧା ୪୮.୩୦ ପ୍ରତିଶତ ହୋଇଛି । ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୫୩.୩୫ ପ୍ରତିଶତ ହୋଇଛି । ଫଳରେ ଅର୍ଥ ବିନିଯୋଗ ହାର ବୃଦ୍ଧି ପାଇଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଗତବର୍ଷ ୫୩.୯୨ ପ୍ରତିଶତ ତୁଳନାରେ ଏ ବର୍ଷ ଖର୍ଚ୍ଚ ୫୫.୨୭ ପ୍ରତିଶତକୁ ବୃଦ୍ଧି ପାଇଛି । ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା, ଶିକ୍ଷା, ମିଶନ ଶକ୍ତି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ଆଦି ସାମାଜିକ କ୍ଷେତ୍ରରେ ଗତ ବର୍ଷ ୫୩.୬୧ ପ୍ରତିଶତ ତୁଳନାରେ ଏ ବର୍ଷ ଖର୍ଚ୍ଚ ୫୮.୩୫ ପ୍ରତିଶତ ରହିଛି ।

ବଜେଟ ଅର୍ଥ ଆବଣ୍ଟନ ଅନୁସାରେ ଗତବର୍ଷ ଖର୍ଚ୍ଚ ଏହି ସମୟ ସୁଦ୍ଧା ୧୫ ପ୍ରତିଶତରୁ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ୨୭ ପ୍ରତିଶତକୁ ବୃଦ୍ଧି ଘଟିଛି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଡିସେମ୍ବର ୨୦୨୨ ସୁଦ୍ଧା ଖର୍ଚ୍ଚ ହାର ୪୬.୩୦ ପ୍ରତିଶତ ଥିବାବେଳେ ଡିସେମ୍ବର ୨୦୨୩ ସୁଦ୍ଧା ୫୦.୪୯ ପ୍ରତିଶତ ରହିଛି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର, ଜଳ ସମ୍ପଦ, ମତ୍ସ୍ୟ ଓ ପ୍ରାଣୀ ସଂପଦ, ସମବାୟ ଆଦି କ୍ଷେତ୍ରରେ ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ଖର୍ଚ୍ଚ ବିନିଯୋଗ ପ୍ରତିଶତ ଗତ ବର୍ଷ ତୁଳନାରେ ଅଧିକ ରହିଛି । ସେହିପରି ଭିତ୍ତିଭୂମି ବିକାଶ କ୍ଷେତ୍ରରେ ପୂର୍ତ୍ତ, ଗୃହ ଓ ନଗର ଉନ୍ନୟନ, ଗ୍ରାମ୍ୟ ଉନ୍ନୟନ, ଶକ୍ତି କ୍ଷେତ୍ରରେ କାର୍ଯ୍ୟକ୍ରମ ବାବଦରେ ଖର୍ଚ୍ଚ ବିନିଯୋଗ ହାର ବଢିଛି । ଚଳିତ ଆର୍ଥିକ ବର୍ଷରେ ଆଗାମୀ ମାସ ଗୁଡିକରେ ବଜେଟ ଅନୁସାରେ କାର୍ଯ୍ୟ ଓ ଖର୍ଚ୍ଚ ବିନିଯୋଗକୁ ତ୍ବରାନ୍ବିତ କରିବା ସହ ବିଶେଷ କରି ଶିକ୍ଷା, ସଡକ ନିର୍ମାଣ ଭଳି ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...୨୮ରୁ ସିଏସଙ୍କ ସମ୍ମିଳନୀ; ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ, ଫୋକସରେ ଇଜ୍‌ ଅଫ୍‌ ଲିଭିଂ

ଭୂରାଜସ୍ବ, ଅବକାରୀ, ଜିଏସ୍‌ଟି ସଂଗ୍ରହ ଓ ଅନ୍ୟ ବ୍ୟବସ୍ଥା ମାଧ୍ୟମରେ ବାବଦରେ ରାଜସ୍ବ ସଂଗ୍ରହରୁ ମିଶାଇ ମୋଟ ରାଜସ୍ବ ଆଦାୟ ଗତବର୍ଷ ଡିସେମ୍ବର ତୁଳନାରେ ୧୯.୯ ପ୍ରତିଶତ ବୃଦ୍ଧି ପାଇଛି । ବିକ୍ରୟ କର ବାବଦରେ ଡିସେମ୍ବର ସୁଦ୍ଧା ୨୫,୭୬୮.୬୩ କୋଟି ସଂଗ୍ରହ ହୋଇଛି । ଗତ ଡିସେମ୍ବର ୨୦୨୨ ତୁଳନାରେ ୨୧.୩୬ ପ୍ରତିଶତ ବୃଦ୍ଧି ପାଇଛି । ଯାହାକି ରାଜସ୍ବ ଆଦାୟ କ୍ଷେତ୍ରରେ ପ୍ରମୁଖ ସହଯୋଗ ଦେଇଛି । ଅଣରାଜସ୍ବ କର ବାବଦରେ ୨୦.୨୨ ପ୍ରତିଶତ ବୃଦ୍ଧି ଘଟିଛି । ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ବକେୟା ପଡିଥିବା ବିଦ୍ୟୁତ ବିଲ ପୈଠ ଦେୟ ସମ୍ପର୍କରେ ବିଦ୍ୟୁତ ବିତରକ ସଂସ୍ଥାମାନଙ୍କୁ ପ୍ରଦାନ କରାଯାଇ ନଥିବାରୁ ତାହାକୁ ଠିକ ସମୟରେ ପୈଠ କରି ଆଦର୍ଶ ଉପଭୋକ୍ତା ହୋଇ ଉଦାହରଣ ସୃଷ୍ଟି କରିବାକୁ ବୈଠକରେ ପରାମର୍ଶ ଦିଆଯାଇଛି ।

ସେହିପରି ରାଜ୍ୟକୁ ସ୍ବତନ୍ତ୍ର ଅନୁଦାନ ସହାୟତାର ଅର୍ଥ ପ୍ରଦାନ ବାବଦରେ ହୋଇଥିବା କାର୍ଯ୍ୟ ସଂପର୍କିତ ବିନିଯୋଗ ପତ୍ର ପ୍ରଦାନ ସଂପର୍କରେ ବୈଠକରେ ଗୁରୁତ୍ବାରୋପ କରାଯାଇଛି । ବିଭିନ୍ନ ଜିଲ୍ଲାରେ କି କି ଦକ୍ଷତା ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି, ସେ ସଂପର୍କରେ ଜିଲ୍ଲାରେ ଦକ୍ଷତା ବିକାଶ ସଂପର୍କିତ ଏକ ସ୍କିଲ କ୍ୟାଲେଣ୍ଡର ରହିବ । ଫଳରେ ଯୁବକଯୁବତୀମାନେ ଏହାର ଲାଭ ନେଇ ପାରିବେ ବୋଲି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସୂଚନା ଦେଇଛନ୍ତି । ବିଭିନ୍ନ ବିଭାଗ ଜରିଆରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କରାଯାଉଥିବାରୁ ଏହାର ପ୍ରସ୍ତୁତି ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.