ETV Bharat / state

ବେକ ଦାଗରୁ DJ ଆଜେକ୍ସଙ୍କ ଆତ୍ମହତ୍ୟା ସ୍ପଷ୍ଟ, ଉସୁକାଇଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଆସିଲା ଡିଜେ ଆଜେକ୍ସଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରୁ ସେ ସୁଇସାଇଡ କରିଥିବା ସ୍ପଷ୍ଟ ହୋଇଥିବା କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେପଟେ ଆଜେକ୍ସଙ୍କ ବାନ୍ଧବୀଙ୍କ ଉପରେ ସିଧାସଳଖ ଅଭିଯୋଗ ଆଣି କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଆଜେକ୍ସଙ୍କ ମାଆ ଓ ବନ୍ଧୁ । ଅଧିକ ପଢ଼ନ୍ତୁ

DJ ଆଜେକ୍ସଙ୍କ ଆତ୍ମହତ୍ୟା ସ୍ପଷ୍ଟ
DJ ଆଜେକ୍ସଙ୍କ ଆତ୍ମହତ୍ୟା ସ୍ପଷ୍ଟ
author img

By

Published : Mar 21, 2023, 10:24 PM IST

DJ ଆଜେକ୍ସଙ୍କ ଆତ୍ମହତ୍ୟା ସ୍ପଷ୍ଟ

ଭୁବନେଶ୍ବର: ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ପୂର୍ଣ୍ଣଚ୍ଛେଦ । ଆସିଲା ଡିଜେ ଆଜେକ୍ସ ବା ଅକ୍ଷୟ ମହାରଣାଙ୍କ ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟରେ ଅକ୍ଷୟଙ୍କ ବେକରେ ଥିବା ଦାଗରୁ ଏହା ସ୍ପଷ୍ଟ ହୋଇଛି ଯେ ଏହା ସୁଇସାଇଡ । ଅର୍ଥାତ୍ ସାଇଣ୍ଟିଫିକାଲ ରିପୋର୍ଟ ଲିଗାର୍ଚର ମାର୍କ ଓ ଆଣ୍ଟିମର୍ଟମ ରିପୋର୍ଟ ଅନୁସାରେ ସେ ସୁଇସାଇଡ କରିଥିବା କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ କହିଛନ୍ତି ।

ଅନ୍ୟପଟେ ଏନେଇ ଅକ୍ଷୟଙ୍କ ପରିବାର ଲୋକ ଆଣିଥିବା ଅକ୍ଷୟଙ୍କ ବାନ୍ଧବୀ ଓ ତାଙ୍କ ବନ୍ଧୁଙ୍କ ବିରୋଧରେ ଅଭିଯୋଗକୁ ପୋଲିସ ୩୦୬ ଆତ୍ମହତ୍ୟା ପାଇଁ ଉସୁକାଇବା ଓ ୩୪ ଆଇପିସିରେ ଜଣକରୁ ଏକାଧିକ ଲୋକ ସାମିଲ ଥିବା ଆଧାରରେ ପୋଲିସ ତଦନ୍ତ କରୁଛି । ଏନେଇ ଅକ୍ଷୟଙ୍କ ପରିବାର‌ ଲୋକଙ୍କୁ ଏଫଆଇଆର କପି ହସ୍ତାନ୍ତର‌ କରିଛି ପୋଲିସ । ତେବେ ଅକ୍ଷୟଙ୍କ ମୃତ୍ୟୁ ନେଇ ପରିବାର ଲୋକ ଅନେକ ସନ୍ଦେହ କରିଛନ୍ତି । ଆଜେକ୍ସଙ୍କ ମଆ କହିଛନ୍ତି, "ଜଣେ ଝିଅ ଅକ୍ଷୟଙ୍କ ସହ ସମ୍ପର୍କରେ ଥାଇ ତାଙ୍କ ସହିତ ସମୟ ଅତିବାହିତ କରି ସମ୍ପର୍କ ରଖିବା ପରେ ତାଙ୍କୁ ବ୍ଲାକମେଲ କରୁଥିଲା । ଏପରିକି କିଛି ଫଟୋ ଓ ଭିଡିଓ ଜରିଆରେ ସମାଧାନ ପାଇଁ ବାଧ୍ୟ କରୁଥିଲା । ମାନସିକ ଚାପ ଦେବା ସହ ଆତ୍ମହତ୍ୟା ପାଇଁ ଉସୁକାଇଛି । ତେଣୁ ପୋଲିସ ଏହି ଦିଗରେ ତଦନ୍ତ କରିବା ଦରକାର । ଯେପରି କେଉଁ ଝିଅ କାହା ସହ ସେପରି କରିବାକୁ ସାହାସ ନକରିବ ।"

ଅନ୍ୟପଟେ ଆଜେକ୍ସଙ୍କ ସହଯୋଗୀ କହିଛନ୍ତି, "ମୃତ୍ୟୁର ଦିନ ଅର୍ଥାତ ଭୋର ସକାଳ ୪ଟା ସମୟରେ ଆଜେକ୍ସଙ୍କୁ ଚାପୁଡା ମାରିଥିଲେ ତାଙ୍କ ମହିଳା ବାନ୍ଧବୀ । ଏନେଇ ତାଙ୍କ ଘର ତଳକୁ ଯାଇ ଆଜେକ୍ସଙ୍କୁ ଦେଖାକରି ସେ ଆଜେକ୍ସଙ୍କୁ ଧମକାଇଥିଲେ, ଏପରିକି ଫୋନରେ ମଧ୍ୟ ଧମକ ଦେଇଥିଲେ । କହିଥିଲେ ତାଙ୍କ ବାପା ଜଣେ ପ୍ରତିଷ୍ଠିତ ଗୁଣ୍ଡା ଓ ପୋଲିସ ତାଙ୍କର କିଛି କରିପାରିବନି ।" ଯାହାକୁ ନେଇ ହୁଏତ ମାନସିକ ଚାପ ସହିନପାରି ସେ ଏପରି ଚରମ ନିଷ୍ପତି ନେଇଥାଇ ପାରନ୍ତି । ଏନେଇ ଆଜେକ୍ସଙ୍କ ସାଙ୍ଗ ରାହୁଲ କହିଛନ୍ତି, "ତାଙ୍କ ଫୋନ୍ ଓ କାରର ଲୋକେସନ ଯାଞ୍ଚ ହେଉ । ଏପରିକି ଆକାଉଣ୍ଟ ଯାଞ୍ଚ ହେଉ, ଯେଉଁଠି ସେ ଝିଅ ଆଜେକ୍ସକୁ ନେଇ ଓୟୋରେ ରାତି କାଟିଛନ୍ତି ଓ ହୋଟେଲରେ ସମୟ ବିତାଇଛନ୍ତି । ତେଣୁ ସବୁ ଯାଞ୍ଚ ହେଲେ ଜଣା ପଡ଼ିବ, କିପରି ସେ ଝିଅ ଆଜେକ୍ସକୁ ନିଜ ଫାଇଦା ପାଇଁ ବ୍ୟବହାର କରୁଥିଲେ । ଶେଷରେ ଅନ୍ୟ ସହ ପ୍ରେମରେ ଥାଇ ମାନସିକ ଚାପ ଦେଇ ଫଟୋ ଓ ଭିଡିଓ ଜରିଆରେ ଇମୋସନାଲ ବ୍ଲାକମେଲ କରୁଥିଲେ । ଫଳରେ କୋଟି କୋଟି ଯୁବପିଢୀଙ୍କ ଷ୍ଟାର ପାଲଟିଥିବା ଜଣେ ଡିଜେ ଷ୍ଟାର ଏଭଳି ଚରମ ନିଷ୍ପତି ନେଲେ ।" ଏନେଇ ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଦରକାର ବୋଲି କହିଛନ୍ତି ରାହୁଲ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.