ଖୋର୍ଦ୍ଧା: ଆଜି ପବିତ୍ର ଅକ୍ଷୟ ତୃତୀୟା । ଆଜିର ଦିନରେ ବର୍ଷକର ଭଲ ଫସଲ ପାଇଁ କ୍ଷେତରେ ଧାନ ଅନୁକୂଳ କରିଥାନ୍ତି ଚାଷୀକୂଳ । ଘରର ମା' ମାନେ ମା' ଲକ୍ଷ୍ମୀଙ୍କ ନିକଟରେ ଝୋଟି ପକାଇ ପୂଜା କରିଛନ୍ତି ।
ବୋଝରେ ଧୂପ, ଦୀପ, ଚନ୍ଦନ, ଭୋଗ, ଧାନ ଆଦି ସଜାଇବା ପରେ ଘରର ମୁଖିଆ କ୍ଷେତରେ ମା' ଲକ୍ଷ୍ମୀଙ୍କ ନିକଟରେ ପୂଜା କରି ଧାନ ଅନୁକୂଳ କରିଥିବା ଦେଖାଯାଇଛି । ଚଳିତ ବର୍ଷ ଭଲ ଫସଲ ଅମଳ ପାଇଁ ଚାଷୀ ବେଶ୍ ଆଶା ରଖିଛି । ସେହିଭଳି ଆଜିର ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ରଥକାଠ ଅନୁକୂଳ ମଧ୍ୟ ହୋଇଥାଏ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ