ETV Bharat / state

ରାଉରକେଲାକୁ ବଡ ବିମାନ ଉଡାଣ ଲାଗି ଖୋଲିଲା ବାଟ, ଖୁବଶୀଘ୍ର ଟ୍ରାଏଲ ଲ୍ୟାଣ୍ଡିଙ୍ଗ କରାଯିବ

DGCA ଦେଲା 2C ଅପଗ୍ରେଡେଡ ଲାଇସେନ୍ସ । ଫଳରେ ରାଉରକେଲାକୁ 72 ସିଟର ପର୍ଯ୍ୟନ୍ତ ବିମାନ ଉଡ଼ିପାରିବ। ଅଧିକ ପଢନ୍ତୁ

author img

By

Published : Dec 20, 2022, 10:22 PM IST

flight to rourkela
flight to rourkela
ଖୁବଶୀଘ୍ର ଟ୍ରାଏଲ ଲ୍ୟାଣ୍ଡିଙ୍ଗ କରାଯିବ

ଭୁବନେଶ୍ବର: ରାଉଲକେଲାକୁ ବଡ ବିମାନ ଉଡାଣ ଲାଗି ଖୋଲିଲା ବାଟ। ହକି ବିଶ୍ଵକପ ପୂର୍ବରୁ ରାଉରକେଲା ଏୟାରପୋର୍ଟ ସମ୍ପୂର୍ଣ ଭାବରେ ପ୍ରସ୍ତୁତ। DGCA ଦେଲା 2C ଅପଗ୍ରେଡେଡ ଲାଇସେନ୍ସ। ଫଳରେ ରାଉରକେଲାକୁ 72 ସିଟର ପର୍ଯ୍ୟନ୍ତ ବିମାନ ଉଡ଼ିପାରିବ। ଏଥିଲାଗି ଖୁବଶୀଘ୍ର DGCA ପକ୍ଷରୁ ଟ୍ରାଏଲ ଲ୍ୟାଣ୍ଡିଙ୍ଗ ଅନୁଷ୍ଠିତ ହେବ। ଏହା ପରେ ବିମାନ ର ସୁବିଧା ଜନକ ହୋଇପାରୁଛି କୁ ନାହିଁ ତାହା ଦେଖାଯିବ।

ତେବେ ଏହା ପରେ ଭୁବନେଶ୍ବରରୁ ରାଉରକେଲା ଓ କଲିକତା ଉଡାଣ କରିବା ବିମାନ। ଟ୍ରାଏଲ ଲ୍ୟାଣ୍ଡିଙ୍ଗ ପାଇଁ ATS 72 ବିମାନ। ପୂର୍ବରୁ ରାଉରକେଲା ବିମାନବନ୍ଦରକୁ ଛୋଟ ବିମାନ ଉଡାଣ ଲାଗି 2B ଲାଇସେନ୍ସ ମିଳିଥିଲା।

ସୂଚନା ଅନୁଯାୟୀ, ଆସନ୍ତା ବର୍ଷ ଭୁବନେଶ୍ବର ସହ ରାଉରକେଲାରେ ଖେଳାଯିବ ହକି ବିଶ୍ବକପ୍। ଏନେଇ ରାଉରକେଲା ବିମାନ ବନ୍ଦରକୁ ଉଡ଼ିବ ସ୍ବତନ୍ତ୍ର ବିମାନ। ଏହାସହ ଭୁବନେଶ୍ବରରୁ ଝାରସୁଗୁଡାକୁ ବିମାନ ବ୍ୟବସ୍ଥା କରାଯିବ। ହକି ବିଶ୍ଵକପ ଭୁବନେଶ୍ବରରେ ୨୦୧୮ ରେ ଓଡ଼ିଶା ସୁନ୍ଦର ଆୟୋଜନ କରିଥିଲା। ଯିଏ ବି ଆସିଥିଲେ, ପ୍ରଶଂସା କରିଥିଲେ । ଏଥର ରାଉରକେଲା ନୂତନ ସହର ଭାବେ ଭୁବନେଶ୍ବର ସହ ଯୋଡି ହୋଇଛି । ରାଉରକେଲାରେ ବିଶ୍ଵସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଥିଲେ । ଏବେ ଷ୍ଟାଡିୟମ ଖେଳ ପାଇଁ ସମ୍ପୂର୍ଣ ଭାବରେ ପ୍ରସ୍ତୁତ ହୋଇ ରହିଛି।

ଏନେଇ ଭୁବନେଶ୍ଵର ଏୟାରପୋର୍ଟ ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, DGCA ଆମକୁ 2C ଅପଗ୍ରେଡେଡ ଲାଇସେନ୍ସ ଦେଇଛନ୍ତି। ଏଥିସହ 72 ସିଟର ପର୍ଯ୍ୟନ୍ତ ବିମାନ ଉଡିବା ପାଇଁ ସେମାନେ ଏକ ଟ୍ରାଏଲ ଲ୍ୟାଣ୍ଡିଙ୍ଗ ଅନୁଷ୍ଠିତ କରିବେ। ଏହାପରେ ସୁବିଧା ଜନକ ହୋଇପାରୁଛି କି ନାହିଁ ଦେଖିକି ଅନୁମତି ମିଳିବ।

ଏହା ମଧ୍ୟ ପଢନ୍ତୁ-Odisha Media Award: ଇଟିଭି ଭାରତର ଦୁଇ ସାମ୍ବାଦିକ ସମ୍ମାନିତ, ସାମ୍ନାକୁ ଆଣିଛନ୍ତି ଆଦିବାସୀଙ୍କ ପ୍ରକୃତ ସମସ୍ୟା ଓ ଅଞ୍ଚଳର ଅବ୍ୟବସ୍ଥା

ସୂଚନା ଥାଉକି , ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହେବ ବିଶ୍ବକପ୍‌ ହକି । ଦ୍ବିତୀୟ ଥର ପାଇଁ ଓଡ଼ିଶାକୁ ବିଶ୍ବକପ ଆୟୋଜନ ସୁଯୋଗ ମିଳିଛି । ଆୟୋଜିତ ହେବାକୁ ଥିବା ଏହି ହକି ବିଶ୍ବକପକୁ ଆୟୋଜନ କରିବାର ଦାୟିତ୍ବ ନେଇଛି ଓଡ଼ିଶା । ତେବେ ଝାରସୁଗୁଡ଼ାର ପଡୋଶୀ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ସ୍ଥିତ ହକି ଷ୍ଟାଡିୟମରେ ଖେଳାଯିବ ମ୍ୟାଚ। ଏହି ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ବିଭିନ୍ନ ସ୍ଥାନକୁ ଗମନାଗମନ ସୁବିଧା ସମ୍ଭବ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.