ETV Bharat / state

AIIMS Launches Millet In Diet: ଏମସ୍‌ ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ

author img

By

Published : Apr 4, 2023, 9:01 AM IST

ଏମ୍ସ ଭୁବନେଶ୍ୱରରେ ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ସାମିଲ ହେଲା ମାଣ୍ଡିଆ । ଛାତ୍ରଛାତ୍ରୀଙ୍କ ସହିତ ମିଶି ମାଣ୍ଡିଆଯୁକ୍ତ ଖାଦ୍ୟ ଖାଇଲେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଆଶୁତୋଷ ବିଶ୍ବାସ । ଅଧିକ ପଢନ୍ତୁ

aiims introduces millets in diet
aiims introduces millets in diet

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ଛାତ୍ରଛାତ୍ରୀ ଏବଂ ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ଖାଦ୍ୟରେ ସାମିଲ ହୋଇଛି ପୋଷଣଯୁକ୍ତ ଖାଦ୍ୟ ମାଣ୍ଡିଆ । ଛାତ୍ରଛାତ୍ରୀ ଏବଂ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଉତ୍ତମମାନର ସୁସ୍ଥ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାର ଉଦ୍ଦେଶ୍ୟକୁ ନେଇ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ମାଣ୍ଡିଆକୁ ଖାଦ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି । ପବିତ୍ର ଉତ୍କଳ ଦିବସ ଏବଂ ଜି-୨୦ ଜନଭାଗିଦାରୀ ଅଭିଯାନର ଶୁଭାରମ୍ଭ ସ୍ବରୂପ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଆଶୁତୋଷ ବିଶ୍ବାସ ଏହି ବ୍ୟବସ୍ଥାକୁ ଆରମ୍ଭ କରିଛନ୍ତି । ରୋଗୀଙ୍କୁ ମାଣ୍ଡିଆଯୁକ୍ତ ଖାଦ୍ୟ ବଣ୍ଟନ କରିବା ସହିତ ଛାତ୍ରଛାତ୍ରୀଙ୍କ ସହିତ ମିଶି ନିଜେ ମଧ୍ୟ ମଧ୍ୟାହ୍ନ ଭୋଜନ ଖାଇଥିଲେ ଡ. ବିଶ୍ବାସ ।

aiims introduces millets in diet
aiims introduces millets in diet

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ.ଆଶୁତୋଷ ବିଶ୍ବାସ କହିଛନ୍ତି ଯେ, ଛାତ୍ରଛାତ୍ରୀ ଏବଂ ରୋଗୀଙ୍କ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ଏକ ଆନନ୍ଦର ବିଷୟ । ଏକାଧିକ ଭିଟାମିନ୍‌ ଏବଂ ମିନେରାଲ୍‌ସରେ ପରିପୂର୍ଣ୍ଣ ମାଣ୍ଡିଆ ଖାଇବା ଦ୍ବାରା ରୋଗୀମାନେ ଶୀଘ୍ର ଆରୋଗ୍ୟ ହୋଇ ପାରିବା ନେଇ ଆଶାବ୍ୟକ୍ତ କରିଛନ୍ତି ଡ.ବିଶ୍ବାସ । ଏମ୍‌ସରେ ଭର୍ତ୍ତି ହୋଇ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ସର୍ବୋତ୍ତମ ସେବା, ଯତ୍ନ ପ୍ରଦାନ କରିବାର ପ୍ରତିଶ୍ରୁତିବଦ୍ଧତାର ଅଂଶସ୍ବରୂପ ଏମ୍ସ ଗ୍ରହଣ କରୁଥିବା ଅନେକ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ଅଟେ । ସେହିଭଳି ଛାତ୍ରଛାତ୍ରୀମାନେ ଏହି ଖାଦ୍ୟରୁ ସମୃଦ୍ଧ ପୁଷ୍ଟିକର ଏବଂ ଖଣିଜ ପଦାର୍ଥ ପାଇବେ ।

ଏହା ମଧ୍ୟ ପଢନ୍ତୁ- Poster for Missing Dog: IAS ଅଫିସରଙ୍କ କୁକୁର ନିଖୋଜ, ସାରା ସହରରେ ଲାଗିଲା ପୋଷ୍ଟର

ଏହା ମଧ୍ୟ ପଢନ୍ତୁ-ETV BAL BHARAT: ମନୋରଞ୍ଜନରେ ଭରିବ ପିଲାଙ୍କ ଖରା ଛୁଟି, ଇଟିଭି ବାଲ୍ୟଭାରତ ଆଣିଲା ମଜାଳିଆ କାର୍ଯ୍ୟକ୍ରମ

ମାଣ୍ଡିଆ ସେବନର ଉପକାରିତା ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା । ଜନସାଧାରଣଙ୍କ ନିକଟରେ ଏହାର ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଏମ୍ସ ଓପିଡିରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିସହିତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ବିଶ୍ବାସ ଏବଂ ଦନ୍ତ ଚିକିତ୍ସା ବିଭାଗର ମୁଖ୍ୟ ଡ. ଅଶୋକ କୁମାର ଜେନାଙ୍କ ଦ୍ୱାରା ଲିଖିତ “ ସ୍ୱାସ୍ଥ୍ୟ ଉପକାର ଏବଂ ରୋଗ ଉପରେ ମାଣ୍ଡିଆର ପ୍ରଭାବ” ଶୀର୍ଷକ ଏକ ପୁସ୍ତକକୁ ଜନସାଧାରଣଙ୍କୁ ଦିଆଯାଇଛି । ଏମ୍ସ ଭୁବନେଶ୍ୱରର ଏପରି ପଦକ୍ଷେପ ସମାଜରେ ମାଣ୍ଡିଆର ବ୍ୟବହାରକୁ ଆହୁରି ଅଧିକ କରିବ ବୋଲି ବିଶ୍ବାସ ରହିଛି ।

ପ୍ରକାଶ ଥାଉକି, ଆଗାମୀ ଏପ୍ରିଲ ୧୩ ରୁ ୧୫ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ । ପ୍ରତିଷ୍ଠା ଦିବସ ପାଳନ ଉପଲକ୍ଷେ ଏକ ଉଚ୍ଚସ୍ତରୀୟ ସମନ୍ୱୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଛି । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ବୈଠକ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.