ETV Bharat / state

AIIMS ଦେଲା ନୂଆ ଜୀବନ, ଧାନକଟା ମେସିନରେ କଟିଥିଲା ଯୁବତୀଙ୍କ ହାତ

ଧାନକଟା ମେସିନରେ ପଶିଗଲା ହାତ । ୨ ଖଣ୍ଡ ହୋଇଗଲା ହାତ । AIIMSରେ ଅପରେସନ ପରେ ମିଳିଲା ନୂଆ ଜୀବନ । ଅଧିକ ପଢ଼ନ୍ତୁ

author img

By

Published : Dec 22, 2022, 9:12 PM IST

Updated : Dec 23, 2022, 3:45 PM IST

Woman hand was cut by paddy cut machine
ଧାନକଟା ମେସିନରେ କଟିଗଲା ହାତ
ଧାନକଟା ମେସିନରେ କଟିଗଲା ହାତ

ଭୁବନେଶ୍ବର : ଧାନକଟା ମେସିନରେ ଦୁଇ ଖଣ୍ଡ ହେଲା ହାତ (Woman hand was cut by paddy cut machine) । ସାରା ରାତି ଅପରେସନ ପରେ ନୂଆ ଜୀବନ ପାଇଲେ ବର୍ଷା । ଏମ୍‌ସ୍‌ ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ପୂରା ରାତି ଚାଲିଲା ଅପରେସନ । ସକାଳ 8ଟା ବେଳକୁ ଶେଷ ହେଲା ଅପରେସନ (after treatment patient is cure ) । ପ୍ରାୟ 10 ଘଣ୍ଟାର ପ୍ରଚେଷ୍ଟା ପରେ ଯୋଡ଼ି ହେଲା ସମ୍ପୂର୍ଣ୍ଣ କଟି ଯାଇଥିବା ହାତ ।

ଏମ୍‌ସ୍‌ ଡାକ୍ତରୀ ଟିମ୍‌ର ମିଳିତ ପ୍ରୟାସ ଫଳରେ ନୂଆ ଜୀବନ ପାଇଲେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ୍ ସାମନ୍ତରାପୁରର 25 ବର୍ଷୀୟା ବର୍ଷା ଦାସ । ସୂଚନା ଅନୁଯାୟୀ, ଚଳିତ ମାସ 9 ତାରିଖ ଅପରାହ୍ନ 4ଟା ସମୟରେ ବର୍ଷାଙ୍କ ଘରେ ଧାନ କଟା ମେସିନରେ ଧାନ କଟା ଯାଉଥିଲା । ସେହି ସମୟରେ ବର୍ଷାଙ୍କ ଓଢ଼ଣୀ ହଠାତ୍ ମେସିନରେ ଲାଗି ଯାଇଥିଲା । କିଛି ଭାବିବା ପୂର୍ବରୁ ତାଙ୍କ ବାମ ହାତ ଧାନ କଟା ମେସିନ ଭିତରକୁ ଟାଣି ହୋଇଯାଇଥିଲା ।

ଫଳରେ ମେସିନ ଦ୍ଵାରା ହାତ କଟିଯାଇ ପ୍ରାୟ 50ମିଟର ଦୂରକୁ ଛିଟିକି ପଡ଼ିଥିଲା । ପରିବାର ଲୋକେ କଟା ହାତ ସହ ତାଙ୍କୁ ପ୍ରଥମେ ନିକଟସ୍ଥ ସରକାରୀ ହସ୍ପିଟାଲ ଓ ପରେ ବ୍ରହ୍ମପୁର ମେଡିକାଲକୁ ନେଇଯାଇଥିଲେ । ସେଠାରୁ ଡାକ୍ତର ତାଙ୍କୁ ଫେରାଇ ଦେବାପରେ ଏମ୍‌ସ୍‌ ନେଇଥିଲେ ପରିବାର ଲୋକେ।

ବର୍ଷାଙ୍କ ଏଭଳି ପରିସ୍ଥିତି ଦେଖି ତୁରନ୍ତ ଏମ୍‌ସ୍‌ର ଡାକ୍ତରୀ ଟିମ୍ ଅପରେସନ କରିବା ଆରମ୍ଭ କରି ଦେଇଥିଲେ । ପୂରା ରାତି ପ୍ରୟାସ ପରେ ମିଳିଥିଲା ସଫଳତା । ଏବେ ବର୍ଷା ସୁସ୍ଥ ଅଛନ୍ତି । ଏମ୍‌ସ୍‌ ନିର୍ଦ୍ଦେଶକ ଓ ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ କହିଛନ୍ତି ଏହି ଅପରେସନ ଅତ୍ୟନ୍ତ ଜଟିଳ ଥିଲା । କିନ୍ତୁ ସ୍ଥାନୀୟ ଡାକ୍ତରଖାନାରେ କଟା ହାତକୁ ପ୍ରିଜର୍ଭ କରି ପଠାଇଥିଲେ । ଡାକ୍ତରମାନଙ୍କ ପ୍ରଚେଷ୍ଟା ଯୋଗୁଁ ଏହି ଅପରେସନ ସଫଳ ହୋଇଛି । ତାଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ 3ରୁ 4 ମାସ ସମୟ ଲାଗିବ ।

ଏ ସମ୍ପର୍କରେ ବର୍ଷା କହିଛନ୍ତି, ''ତାଙ୍କ ହାତ ପୁଣି ଥରେ କେବେ ଯୋଡ଼ି ହେବ ବୋଲି ଭାବି ନଥିଲେ । ବଞ୍ଚିବା ପାଇଁ ମୋହ ଛାଡ଼ି ଦେଇଥିଲେ । କିନ୍ତୁ ଦ୍ଵିତୀୟ ଭଗବାନ ଭାବେ ଡାକ୍ତରମାନେ ତାଙ୍କୁ ନୂଆ ଜୀବନ ଦେଇଛନ୍ତି ।''

ସେହିପରି ଏମସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ବାସ କହିଛନ୍ତି ''ବହୁତ ଲମ୍ବା ସମୟର ଅପରେସନ ଥିଲା । ଏବେ ଧୀରେଧୀରେ ବର୍ଷାଙ୍କ ହାତ ଠିକ୍‌ ହେଉଛି । ୯ ତାରିଖରୁ ସେ ଅବଜରଭେସନରେ ଥିଲେ । ଗତକାଲି(ବୁଧବାର) ବର୍ଷାଙ୍କ ହାତର ଅପରେସନ ରାତି ୮ଟାରେ ଆରମ୍ଭ ହୋଇଥିଲା । ତେବେ ଏହା ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆହୁରି ୩ରୁ ୪ ମାସ ସମୟ ଲାଗିବ । ଯେହେତୁ ହାତଟି ପୁରା କଟା ହୋଇଥିଲା, ଏହି ଅପରେସନ ପାଇଁ ପୁରା ଡାକ୍ତରୀ ଟିମ୍ ଲାଗିଥିଲେ ।''

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 23, 2022, 3:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.