ଖୋର୍ଦ୍ଧା: ରାଜ୍ୟରେ ବନ୍ଦ ରହିଥିବା ସମସ୍ତ ସରକାରୀ ସ୍କୁଲ ସବୁ ଖୋଲିବାକୁ ଦାବି । ଖୋର୍ଦ୍ଧା ବାଲିଅନ୍ତା ବ୍ଲକର ପୁରଣଶାସନ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ହେବା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ରାଜ୍ୟର ୧୪,୩୭୯ ପ୍ରାଥମିକ ସରକାରୀ ସ୍କୁଲ ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରିଛି ବିଦ୍ୟାଳୟ ସୁରକ୍ଷା କମିଟି ଓ ଏ.ଆଇ.ଡି.ଏସ.ଓ ।
ସରକାରୀ ବିଦ୍ୟାଳୟ ବନ୍ଦ ହେବା ପ୍ରତିବାଦରେ ଆଜି ବିଦ୍ୟାଳୟ ସୁରକ୍ଷା କମିଟି ଓ ଏ.ଆଇ.ଡି.ଏସ.ଓ ଭୁବନେଶ୍ବର ତରଫରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଯେଉଁସବୁ ସ୍କୁଲ ଗୁଡିକରେ 15ରୁ 20 ପିଲା ରହିଛନ୍ତି । ସେହିସବୁ ସ୍କୁଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ବାଲିଅନ୍ତା ବ୍ଲକ ପୁରଣଶାସନ ସରକାରୀ ସ୍କୁଲରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସତ୍ତ୍ବେ ମଧ୍ୟ ଏହାକୁ ବନ୍ଦ କରାଯାଇଛି ।
ଯାହା ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲୁଛନ୍ତି ସରକାର । ତେଣୁ ତୁରନ୍ତ ସରକାର ରାଜ୍ୟର ବନ୍ଦ ସ୍କୁଲକୁ ପୁନର୍ବାର ଖୋଲିବା ପାଇଁ ଦାବି କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ