ଖୋର୍ଦ୍ଧା: ମାଟିର ଉର୍ବରତା ବଢାଇବା ପାଇଁ କୃଷି କର୍ମଶାଳା । ରାସାୟନିକ ସାର ପ୍ରୟୋଗ ଦ୍ୱାରା କିଭଳି ଜମିର ଉର୍ବରତା ନଷ୍ଟ ହୁଏ ଏବଂ ଏହାର ସମାଧାନ କରିବା ପାଇଁ ଆଲୋଚନା କରାଯାଇଛି ।
ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ସାରୁଅ ଗ୍ରାମ ପଞ୍ଚାୟତର କାଠଖୁଣ୍ଟିଆ ଗ୍ରାମରେ ଏକ କୃଷକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମାଟିର ଉର୍ବରତା ବଢାଇବା ପାଇଁ କୃଷି କର୍ମଶାଳା ହୋଇଛି । ବିଲରେ ରାସାୟନିକ ସାର ପ୍ରୟୋଗ ଦ୍ୱାରା କିଭଳି ଜମିର ଉର୍ବରତା ନଷ୍ଟ ହୁଏ । ଏବଂ ଏହାର ସମାଧାନ କରିବା ପାଇଁ ଜୈବିକ ସାର ପ୍ରୟୋଗ କରି କିପରି ଜମିର ଉର୍ବରତାକୁ ପୁନଶ୍ଚ ଫେରାଇ ଆଣି ହୁଏ । ଏହି କର୍ମଶାଳାରେ ଚାଷୀମାନେ ନିଜ ଜମିର ମାଟି ପରୀକ୍ଷା ପାଇଁ ଦେଇଥିଲେ । ମାଟିକୁ କିପରି ଉର୍ବର କରି ଚାଷୀମାନେ ସେମାନଙ୍କ ଫସଲ ଉତ୍ପାଦନକୁ ବଢ଼ାଇ ପାରିବେ, ସେ ନେଇ ଆସିଥିବା କୃଷି ବିଶେଷଜ୍ଞମାନେ ମତ ଦେଇଥିଲେ ।
ସେହିପରି ଜମିରେ ଯଥା ସମ୍ଭବ କମ ରାସାୟନିକ ସାର ପ୍ରୟୋଗ କରି ଜୈବିକ ସାର ପକାଇ ଚାଷ କଲେ ଚାଷୀମାନେ ଲାଭବାନ ହେବେ ବୋଲି ବିଶେଷଜ୍ଞ ମତ ଦେଇଥିଲେ । ଏହି କର୍ମଶାଳାରେ କୋଭିଡ ନିୟମ ପାଳନକରି ବହୁ ଚାଷୀ ଯୋଗଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ