ETV Bharat / state

Nuakhai 2022, ଖୋର୍ଦ୍ଧାରେ ଧୁମଧାମରେ ପାଳନ ହେଲା ନୂଆଁଖାଇ - ନୂଆଖାଇ ଏକ ଗଣପର୍ବ

କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ । ପୂର୍ବ ଓଡ଼ିଶାରେ ମଧ୍ୟ ଏହି ନୂଆଁଖାଇର ଝଲକ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗାଁରେ ଧୁମଧାମରେ ପାଳନ ହୋଇଛି ଗଣପର୍ବ ନୂଆଁଖାଇ । ଅଧିକ ପଢନ୍ତୁ

Nuakhai 2022, ଖୋର୍ଦ୍ଧାରେ ଧୁମଧାମରେ ପାଳନ ହେଲା ନୂଆଁଖାଇ

author img

By

Published : Sep 1, 2022, 2:22 PM IST

ଖୋର୍ଦ୍ଧା: ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବ ପର୍ବାଣି ମଧ୍ୟରେ ନୂଆଁଖାଇ ପର୍ବ ହେଉଛି ସ୍ଵତନ୍ତ୍ର । ବିଶେଷ କରି ପଶ୍ଚିମ ଓଡିଶାରେ ଏହି ପର୍ବକୁ ଆନନ୍ଦ ଓ ଉଲ୍ଲାସର ସହ ପାଳନ କରାଯାଇଥାଏ । ସେହିପରି ପୂର୍ବ ଓଡ଼ିଶାରେ ମଧ୍ୟ ଏହି ନୂଆଁଖାଇର ଝଲକ ଦେଖିବାକୁ ମିଳିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗାଁରେ ଧୁମଧାମରେ ପାଳନ ହୋଇଛି ଗଣପର୍ବ ନୂଆଁଖାଇ ।

Nuakhai 2022, ଖୋର୍ଦ୍ଧାରେ ଧୁମଧାମରେ ପାଳନ ହେଲା ନୂଆଁଖାଇ

ତେବେ ଏହି ପର୍ବ ଯେ କେବଳ ପଶ୍ଚିମ ଓଡିଶାରେ ପାଳନ ହୁଏ, ତାହା ନୁହେଁ ବରଂ ପୂର୍ବ ଓଡିଶାରେ ମଧ୍ୟ ପାଳିତ ହେଉଛି ନୂଆଁଖାଇ । ଯାହାର ଝଲକ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ସଂପୁର ଗାଁରେ । ଏଠାରେ ନୂଆଁଖାଇ ପର୍ବ ଆଡମ୍ବର ସହକାରେ ପାଳନ କରୁଛନ୍ତି ସମସ୍ତ ଗ୍ରାମବାସୀ । ସଂପୁର ଗ୍ରାମବାସୀ ସକାଳୁ ସକାଳୁ ଗାଧୁଆ ପାଧୁଆ ସାରି ନୂଆ ପୋଷାକ ପରିଧାନ କରି ବାଲୁଙ୍କେଶ୍ବର ମନ୍ଦିରରେ ପହଞ୍ଚିଥିଲେ । ସ୍ନେହ ପ୍ରେମ ଓ ପରମ୍ପରା ବନ୍ଧନର ପ୍ରତୀକ ନୂଆଁଖାଇରେ ନୂଆ ଚାଉଳ, ନୂଆ ଚୁଡ଼ା, ଗୁଡ, କଦଳୀ ସହ ଠାକୁରଙ୍କ ପାଖରେ ନଅ ପ୍ରକାର ବ୍ୟଞ୍ଜନ ଲାଗି କରାଇଥାନ୍ତି । ନବାନ୍ନ ଲାଗିବା ପରେ ସମସ୍ତେ ପିଠାପଣା ଖିରୀପୁରୀ ମିଠା ଡାଲି ତରକାରୀ ଆଦି ପ୍ରସାଦକୁ ନିଜ ନିଜ ଘରକୁ ନେଇ ଆନନ୍ଦରେ ସମସ୍ତେ ମିଶି ଏକାଠି ବସି ନୂଆଁଖାଇ ପାଳନ କରିଥାଆନ୍ତି ।

କିମ୍ବଦନ୍ତୀ କହେ ଖୋର୍ଦ୍ଧା ରାଜାଙ୍କ କନ୍ୟା ମୁକ୍ତା ଦେଇ ସମ୍ବଲପୁରର ରାଜା ଜୟନ୍ତ ସିଂହଙ୍କୁ ବିବାହ କରିଥିଲେ । ୧୯୧୭ ମସିହାରେ ମରହଟ୍ଟା ଓ ଇଂରେଜମାନଙ୍କ ମଧ୍ୟରେ ବିବାଦର ସୂତ୍ରପାତ ହେବା କାରଣରୁ ସେ ଯୌତୁକ ବାବଦରେ ପାଇଥିବା ସଂପୁର ରାଜ୍ୟରେ ଆସି ଅବସ୍ଥାନ କଲେ । କାରଣ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳରେ ଇଂରେଜମାନଙ୍କ କଠୋର ଶାସନକୁ ପାଇକମାନେ କାର୍ଯ୍ୟକାରୀ କରା ଉନ ଥିଲେ । ସମ୍ବଲପୁର ରାଣୀ ଏହି ଅଞ୍ଚଳରେ ରହିଥିବାରୁ ନୂଆଖାଇ ପର୍ବକୁ ଆରମ୍ଭ କରିଥିଲେ । ସେବେଠାରୁ ଏହି ଅଞ୍ଚଳରେ ନୂଆଁଖାଇ ପର୍ବ ପାଳନ କରାଯାଉଥିବା କହିଛନ୍ତି ବୃଦ୍ଧିଜୀବୀ । ଏହି ନୂଆଁଖାଇ ଜାତି ଅଜାତି ଉଚ୍ଚନୀଚ ଭେଦଭାବ ନ ଥାଏ । ସମସ୍ତେ ମାନ ଅଭିମାନ ରାଗ ରୁଷା ଭୁଲି ଯାଆନ୍ତି ଏକାଠି ହେବା ପରେ ମନ୍ଦିର ବାରଣ୍ଡାରେ ପ୍ରସାଦ ସେବନ କରିନ୍ତି ।

ଏହାବି ପଢନ୍ତୁ : ନୂଆଁଖାଇ ତିହାର, ସୁରେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ

ସୂଚନା ଥାଉକି, ନୂଆଁଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ପାଞ୍ଜି ଅନୁସାରେ ଏହା ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ ତିଥିରେ (ଗଣେଶ ଚତୁର୍ଥୀର ପରଦିନ) ପାଳିତ ହୋଇଥାଏ । ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ବର୍ଷା ଶେଷ ହେବାପରେ ଶରତ ଋତୁ ଧରା ପୃଷ୍ଠରେ ଅବତରଣ କରେ । ଏହି ସମୟରେ ଚାଷୀ ଜମିରେ ବେଉଷଣ କାର୍ଯ୍ୟ ଆରମ୍ଭ କରିଥାଏ ପରେ ସହଳ ଅମଳକ୍ଷମ ଧାନ ଗର୍ଭଧାରଣ କରି କେଣ୍ଡା ପକେଇବାର କାର୍ଯ୍ୟ କରିଥାଏ । ଚାଷୀ ପ୍ରଥମକରି ଅମଳକ୍ଷମ ଧାନକୁ ଇଷ୍ଟଦେବୀଙ୍କଠାରେ ସମର୍ପଣ କରିବା ହିଁ ନବାନ୍ନ ଭକ୍ଷଣ । ଏହାକୁ ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷାରେ ନୂଆଁଖାଇ କୁହାଯାଏ । ନୂଆଖାଇ ପାଳନ ନିମନ୍ତେ ପୂର୍ବରୁ "ଲଗନ" ବା "ତିଥି" ନିର୍ଣ୍ଣୟ କରି ପୂଜା ଆଦି ସହ ଆରିସା ପିଠା ଭୋଗ କରାଯାଇଥାଏ ।

ନୂଆଖାଇ ଏକ ଗଣପର୍ବ । ଗ୍ରାମ ବା ସହରର ପଡ଼ା ଅଞ୍ଚଳରେ ନୂଆଁଖାଇ ଦିନ ନବାନ୍ନ ଦେଇ ପୂଜା ବିଧି ସମାପ୍ତ ହେବା ପରେ ପରିବାରର ମୁଖ୍ୟଙ୍କ ହାତରୁ ସମସ୍ତେ ନବାନ୍ନ ଭୋଗ ଗ୍ରହଣ କରନ୍ତି । ତାହା ଖାଇ ସାରି ପରିବାରର ସମସ୍ତ ବ୍ୟକ୍ତି ନିଜର ବୟସ୍କମାନଙ୍କୁ ଭୂମିଷ୍ଠ ପ୍ରଣାମ ସହ ଆଶୀର୍ବାଦ ଗ୍ରହଣ କରନ୍ତି । ପରେ ପିଠା ପଣା ସହ ନବାନ୍ନ ଭୋଜି ଖାଇ ସାରିବା ପରେ ଗ୍ରାମରେ ଥିବା ସମସ୍ତ ବୟୋଜ୍ୟେଷ୍ଠ ମାନଙ୍କୁ ଭେଟି ପ୍ରଣାମ କରିଥାନ୍ତି । ଏହି ସମୟରେ ଗ୍ରାମ ବା ପଡ଼ାର ଲୋକ ମାନେ ନିଜ ଭିତରେ ପୂର୍ବରୁ ଥିବା ଭେଦ ଭାବ ଭୁଲି ଯାଆନ୍ତି । ପରିବାର ମଧ୍ୟରେ ଥିବା ମତଭେଦ ମଧ୍ୟ ଏହି ସମୟରେ ସମାଧାନ ହୋଇଥାଏ । ସମସ୍ତେ ପୁଣି ଏକଜୁଟ ହୋଇ ରହନ୍ତି । ଏହା ନୂଆଖାଇ ପର୍ବର ଏକ ବିଶେଷତା ।

ଇଟିଭି ଭାରତ,ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.