ETV Bharat / state

ଚିଲିକାକୁ ମା’ ସମ୍ବୋଧନ କରି କେନ୍ଦ୍ର ଉପରେ ବର୍ଷିଲେ ନବୀନ

ଚିଲିକାକୁ ମା’ ବୋଲି ସମ୍ବୋଧନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଲିକା ଆମର ମା’ ଓଡିଶାର ଗୌରବ । ଏହାକୁ ବିକ୍ରି କରିବାକୁ ବିଜେପି ଉଦ୍ୟମ କରୁଛି କହି କେନ୍ଦ୍ର ସରକାର ଉପରେ ଖୁବ୍ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 19, 2019, 3:53 PM IST

ଖୋର୍ଦ୍ଧା: ଚିଲିକା ଆମର ମା’ ଏବଂ ଓଡିଶାର ଗୌରବ । ଚିଲିକା ହଜାର ହଜାର ମତ୍ସ୍ୟଜୀବୀଙ୍କୁ ଜୀବିକା ଦେଇଛି କିନ୍ତୁ ବିଜେପି ଚିଲିକାକୁ ବିକ୍ରି କରିବାକୁ ଉଦ୍ୟମ କରୁଛି । ମୁଁ ଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ବାର୍ଥ ନଷ୍ଟ ହେବାକୁ ଦେବି ନାହିଁ । ଚିଲିକାରେ ନିର୍ବାଚନୀ ମଣ୍ଡଳୀର ବାଣପୁର ପଲଟନରେ ଆୟୋଜିତ ନିର୍ବାଚନୀ ସଭାରେ ଯୋଗ ଦେଇ ବିଜେପି ସରକାରଙ୍କୁ ଏଭଳି ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ସବୁଥର ଭଳି କାଳିଆ ଯୋଜନାକୁ ନେଇ ଏଥର ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ ନବୀନ । କାଳିଆ ଯୋଜନା ବନ୍ଦ କରିବାକୁ କେନ୍ଦ୍ର ଚକ୍ରାନ୍ତ କରୁଥିବା ନେଇ ମଧ୍ୟ କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଭୋଟ୍‌ ଦେଇ ଜୟଯୁକ୍ତ କରିବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର, ଚିଲିକା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ଜଗଦେବ, ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସମେତ ହଜାର ହଜାର ଦଳୀୟ କର୍ମୀ ଯୋଗଦେଇଥିଲେ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:

dhrd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.