ETV Bharat / state

ପୁଣି ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ - selling

ବୁଧବାର ଖୋର୍ଦ୍ଧା ଅବକାରୀ ବିଭାଗ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ  ଚଢ଼ାଉ କରି 15 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି ।

ଫଟୋ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jul 17, 2019, 12:48 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଛି ଏକ ବଡ ସଫଳତା । ବୁଧବାର ଖୋର୍ଦ୍ଧା ଅବକାରୀ ବିଭାଗ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରି 15 ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଗିରଫ ଯୁବକ ଜଣକ ନିରାକାରପୁର ଅଞ୍ଚଳର ଅବିନାଶ ସାମନ୍ତରାୟ ବୋଲି ଜଣାପଡିଛି । ତେବେ ଏହି ଅଞ୍ଚଳରେ ଦୀର୍ଘଦିନରୁ ଚଢାଉ କରିଆସୁଥିଲେ ହେଁ ପୋଲିସକୁ କୌଣସି ସଫଳତା ମିଳିନଥିଲା ।

ଭିଡିଓ ସୌଜନ୍ୟ:ପ୍ରତିନିଧି, ଖୋର୍ଦ୍ଧା

ସୂଚନା ଅନୁଯାୟୀ, ବହୁ ଦିନ ହେବ ନିଶା ବେପାରୀଙ୍କ ଉପରେ ଏସଟିଏଫ କଡା ନଜର ରଖିଥିବା ବେଳେ ଖୋର୍ଦ୍ଧା ଅଞ୍ଚଳରେ ବ୍ରାଉନସୁଗାର ଚାଲାଣ ଥମିବାର ନାଁ ଧରୁନି । ତେଣୁ ବୁଧବାର ଖୋର୍ଦ୍ଧା ଅବକାରୀ ବିଭାଗ ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ଅଭିଯୁକ୍ତ ଅବିନାଶ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ଅଞ୍ଚଳରେ ବ୍ରାଉନସୁଗାର ବ୍ୟବସାୟ କରୁଥିଲା ।

ଠିକ୍ ସମୟରେ ଅବକାରୀ ବିଭାଗ ଅବିନାଶଙ୍କୁ କାବୁ କରି ଗିରଫ କରିଥିଲେ । ଏଥିସହ ତାଙ୍କ ପାଖରୁ 15 ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.