ETV Bharat / state

ଆଜି ପୁଣି ଖୋର୍ଦ୍ଧାରୁ 3 କୋରୋନା ପଜିଟିଭ ଚିହ୍ନଟ - କୋରୋନା ଅପଡେଟ

ଆଜି ରାଜ୍ୟରେ ଚିହ୍ନଟ ହୋଇଥିବା 91 ଜଣ କୋରୋନା ସଂକ୍ରମିତଙ୍କ ମଧ୍ୟରେ 3 ଜଣ ଖୋର୍ଦ୍ଧାର ରହିଛନ୍ତି । ଯେଉଁମାନେ ଚୀନ ଓ ସୁରତ ଫେରନ୍ତା ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

ଆଜି ପୁଣି ଖୋର୍ଦ୍ଧାରୁ 3 କୋରୋନା ପଜିଟିଭ ଚିହ୍ନଟ

author img

By

Published : May 17, 2020, 2:08 PM IST

Updated : May 17, 2020, 2:53 PM IST

ଖୋର୍ଦ୍ଧା: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି । ଆଜି ପୁଣି 91 ଜଣଙ୍କ ଠାରେ କୋରୋନା ଚିହ୍ନଟ ହୋଇଛି । ଏମାନଙ୍କୁ ମଧ୍ୟରୁ 3 ଜଣ ଖୋର୍ଦ୍ଧାର । ଆଜି ଚିହ୍ନଟ କୋରୋନା ପଜିଟିଭ ଚିହ୍ନଟ ପରେ ଖୋର୍ଦ୍ଧାରେ ମୋଟ ଆକ୍ରାନ୍ତ ସଂଖ୍ୟା 9 ରହିଛି ।

ଆଜି ପୁଣି ଖୋର୍ଦ୍ଧାରୁ 3 କୋରୋନା ପଜିଟିଭ ଚିହ୍ନଟ

ଆକ୍ରାନ୍ତ ମଧ୍ୟରୁ ଜଣେ ବେଗୁନିଆ ବ୍ଲକ ହଜ ପଞ୍ଚାୟତର କାଳୁଚୁଆ ପାଟଣା ଗାଁର । ସେ ଗତ ମାର୍ଚ୍ଚ ମାସରେ ଚେନ୍ନାଇରୁ ଫେରି ହୋମ କ୍ବାରେଣ୍ଟାଇନରେ ରହିଥିଲେ । ସେହିପରି ଦ୍ବିତୀୟ ଆକ୍ରାନ୍ତ ଜଣକ ଚିଲିକା ବ୍ଲକ ହାଟବରଡି ଗାଁର ବୋଲି ଜଣାପଡିଛି । ସେ ସୁରତରୁ ଫେରି ନିଜ ପଞ୍ଚାୟତରେ କ୍ବାରେଣ୍ଟାଇନରେ ଥିଲେ । ତୃତୀୟ ଆକ୍ରାନ୍ତ ଜଣକ ଚିଲିକା ବ୍ଲକ ସିଙ୍ଗେଶ୍ବର ପଞ୍ଚାୟତର ଝିଅ ଖଲା ଗାଁର । ସେ ମଧ୍ୟ ସୁରତରୁ ଫେରି କ୍ବାରେଣ୍ଟାଇନରେ ରହିଥିଲେ ।

ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 17, 2020, 2:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.