ETV Bharat / state

ତୈଳଦର ବୃଦ୍ଧି ପରେ ବିଜେଡିର ନିରବତାକୁ କଂଗ୍ରେସର ସମାଲୋଚନା - HIKE

ତୈଳଦର ବୃଦ୍ଧି ପରେ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 6, 2019, 8:56 PM IST

ଭୁବନେଶ୍ବର: ସାଧାରଣ ବଜେଟରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି 2 ଟଙ୍କା ବଢିଛି । ଦରବୃଦ୍ଧି ସତ୍ତ୍ବେ ରାଜ୍ୟ ସରକାରଙ୍କ ନୀରବତାକୁ ସମାଲୋଚନା କରିଛି ପ୍ରଦେଶ କଂଗ୍ରେସ । ପୂର୍ବରୁ ତେଲଦର ବଢ଼ିଲା ମାତ୍ରେ ରାଜରାସ୍ତାକୁ ଓହ୍ଲାଇ କେନ୍ଦ୍ରମନ୍ତ୍ରୀ ଓ ସରକାରଙ୍କ ବିରୋଧରେ ନାରା ଦେଉଥିବା ବିଜେଡି ଏବେ ଚୁପ କାହିଁକି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଜେଟକୁ ପ୍ରଶଂସା କଲେ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କଂଗ୍ରେସ ଅଭିଯୋଗ କରିଛି ଯେ ଗତ ବର୍ଷ ଏମଏସପି ବୃଦ୍ଧି ହେବା ପରେ ବିଜେଡି ରାଜରାସ୍ତାକୁ ଓହ୍ଲାଇ ନାରାବାଜି କରିଥିଲା । ହେଲେ ଏଥର 2ଟଙ୍କା ବୃଦ୍ଧି ହୋଇଛି କିନ୍ତୁ ବିଜେଡି କିଛି ପାଟି ଖୋଲିନି । ସେହିପରି ପୋଲାଭରମ କଥାକୁ ନେଇ ରାଜ୍ୟ ସରକାର ନିରବ ରହିଛନ୍ତି । ଏବେ କଂଗ୍ରେସ ଏହାର ତୀବ୍ର ବିରୋଧ କରିବ । ରାସ୍ତାକୁ ଓହ୍ଲାଇବ ବୋଲି ସୁର କହିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା କହିଛନ୍ତି, ସବୁଥିରେ ବିରୋଧ କରିବା ଠିକ୍‌ ପରମ୍ପରା ନୁହେଁ । ଭଲ କାମକୁ ପ୍ରଶଂସା ବି କରିବା ଉଚିତ । ତେବେ ତେଲ ଦର ବୃଦ୍ଧି ଓଡିଶା ସରକାରଙ୍କୁ ବେଶ ପ୍ରଭାବିତ କରିବା ବୋଲି ସେ ସ୍ପଷ୍ଟ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:

BLANK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.