ETV Bharat / state

Higher Education Department: ମନ୍ତ୍ରୀଙ୍କ ପରେ ହଟିଲେ ସଚିବ, ବିଷ୍ଣୁପଦ ସେଠୀ ବିଦା - ରୋହିତ ପୂଜାରୀ

ବିଭାଗୀୟ ମନ୍ତ୍ରୀଙ୍କୁ ଆଜି ରାଜ୍ୟ ସରକାର ହଟାଇ ଦେଇଛନ୍ତି, ସେହି ଆଧାରରେ ସଚିବଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି । ଅଧିକ ପଢନ୍ତୁ

Higher Education Department
Higher Education Department
author img

By

Published : Jun 9, 2023, 8:16 PM IST

ଭୁବନେଶ୍ବର: ମନ୍ତ୍ରୀଙ୍କ ପରେ ହଟିଲେ ସଚିବ । ବିଷ୍ଣୁପଦ ସେଠୀଙ୍କୁ ବିଦା କଲେ ରାଜ୍ୟ ସରକାର। ନୂଆ ଉଚ୍ଚଶିକ୍ଷା ସଚିବ ହେଲେ ଅରବିନ୍ଦ ଅଗ୍ରୱାଲ। ବିଷ୍ଣୁପଦ ସେଠୀଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ନିଯୁକ୍ତ କଲେ ରାଜ୍ୟ ସରକାର। ଏହାସହ OHPC ଅଧ୍ୟକ୍ଷ ପଦରୁ ମଧ୍ୟ ହଟିଲେ ବିଷ୍ଣୁପଦ ସେଠୀ। ନୂଆ OHPC ଅଧ୍ୟକ୍ଷ ହେଲେ ବିଶାଲ ଦେବ ।

ଯେହେତୁ ବିଭାଗୀୟ ମନ୍ତ୍ରୀଙ୍କୁ ଆଜି ରାଜ୍ୟ ସରକାର ହଟାଇ ଦେଇଛନ୍ତି, ସେହି ଆଧାରରେ ସଚିବଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି । ଏହି କାର୍ଯ୍ୟାନୁଷ୍ଠାନ ପଛରେ କଣ ରହିଛି ପୁରା ଘଟଣା ସ୍ପଷ୍ଟ ହୋଇନଥିଲେ ମଧ୍ୟ, ଏକ ବଡ ଧରଣର କୌଣସି ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଚର୍ଚ୍ଚା ହେଉଛି ।

ଏହାବି ପଢନ୍ତୁ- ନବୀନଙ୍କ ମନ୍ତ୍ରୀମଣ୍ଡଳରୁ ରୋହିତ ପୂଜାରୀ ବାଦ, ଅତନୁ ସବ୍ୟସାଚୀଙ୍କୁ ମିଳିଲା ଦାୟିତ୍ୱ

ସେପଟେ ଆଜି ମୁଖ୍ୟମନ୍ତ୍ରୀ ମନ୍ତ୍ରୀମଣ୍ଡଳରୁ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ବାଦ ଦେବା ପାଇଁ ରାଜ୍ୟପାଳଙ୍କୁ ସୁପାରିଶ କରିଛନ୍ତି। ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ମନ୍ତ୍ରୀମଣ୍ଡଳରୁ ବାଦ ଦେବାକୁ ସୁପାରିସ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଭାଗୀୟ ବାର୍ଷିକ ରିପୋର୍ଟ ଆଧାରରେ ପ୍ରଦର୍ଶନ ନୈରାଶ୍ୟଜନକ ଥିବାରୁ ମନ୍ତ୍ରୀମଣ୍ଡଳରୁ ତାଙ୍କୁ ବାଦ ଦେବାକୁ ସୁପାରିସ କରାଯାଇଥିବା ଚର୍ଚ୍ଚା ହେଉଛି ।

ବିଭାଗୀୟ ସମୀକ୍ଷାରେ ଉଚ୍ଚଶିକ୍ଷା ବିଭାଗର ଦୁର୍ବଳ ପ୍ରଦର୍ଶନ ପାଇଁ ରୋହିତ ପୂଜାରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବାଦ ଦେବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । 23 ବର୍ଷର ଚତୁର୍ଥ ପାଳିର ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ସମୀକ୍ଷା କରିଥିଲେ । ଏହି କ୍ରମରେ ନବୀନ ପ୍ରତ୍ୟେକ ବିଭାଗରେ କିଭଳି କାର୍ଯ୍ୟ କରାଯାଉଛି ତାହାର ଏକ ରିପୋର୍ଟ କାର୍ଡ ଦେବାକୁ କହିଥିଲେ । ଏହି ରିପୋର୍ଟ ମୁତାବକ ଉଚ୍ଚଶିକ୍ଷା ବିଭାଗର ପ୍ରଦର୍ଶନ ନୈରାଶ୍ୟଜନକ ଥିବା କୁହାଯାଉଛି । ତେବେ ଏହାକୁ ନେଇ ବିଧିବଦ୍ଧ ଭାବରେ କୌଣସି ସୂଚନା ପ୍ରଦାନ କରାଯାଇନାହିଁ ।

ରୋହିତ ପୂଜାରୀ ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା ରେଢାଖୋଲ ବିଧାନସବା ଆସନରୁ 2014ରୁ ବିଜେଡି ଟିକେଟରେ ବିଧାୟକ ହୋଇଥିଲେ । 2019 ସାଧାରଣ ନିର୍ବାଚନରେ ବିଜୟୀ ହୋଇ ପୁଣି ଥରେ ବିଧାୟକ ହୋଇଥିଲେ । ରୋହିତ ପୂଜାରୀ 2022 ଜୁନରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବେଳେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିଲେ । ତାଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ବ ମିଳିଥିଲା । ଆଗକୁ ନିର୍ବାଚନ ଆସୁଥିବାରୁ ଦଳକୁ ଅଧିକ ସଂଗଠିତ କରିବାକୁ ବିଜେଡି ପ୍ରୟାସ ଜାରି ରହିଛି । ରୋହିତ ପଶ୍ଚିମ ଓଡିଶାର ଜଣେ ଜଣାଶୁଣା ନେତା ଭାବେ ପରିଚିତ । ନିକଟରେ କେତେକ ବୟାନବାଜି ଯୋଗୁଁ ମଧ୍ୟ ବିବାଦ ପରିସରକୁ ଆସିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.