ETV Bharat / state

ବଢୁଛି ବନ୍ୟା ବିପତ୍ତି, ଜଳବାହିତ ରୋଗ ସହ ବିଷଧରଙ୍କଠାରୁ ସତର୍କ ରହିବାକୁ ସ୍ବାସ୍ଥ୍ଯ ବିଭାଗର ପରାମର୍ଶ - ବିଷଧରଙ୍କ ଠାରୁ ସତର୍କ

ବନ୍ୟାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳବାହିତ ରୋଗରୁ ସତର୍କ ରହିବାକୁ ପରାମର୍ଶ । ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ମହଜୁଦ ରହିବ ଆଣ୍ଟିଭେନମ୍ ଇଞ୍ଜେକସନ୍ । ପ୍ରତ୍ୟେକଟି ଗାଁରେ ହାଲୋଜେନ୍ ବଟିକା ଏବଂ ଓଆରଏସ ବଣ୍ଟାଯିବ । ଅଧିକ ପଢନ୍ତୁ

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଳବାହିତ ରୋଗରୁ ସତର୍କ ରହିବାକୁ ପରାମର୍ଶ

author img

By

Published : Aug 4, 2023, 5:48 PM IST

ଭୁବନେଶ୍ବର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ବେଳେ ବିଭିନ୍ନ ଗାଁ ପାଣି ଘେରରେ ରହିଛି । ପାଣି ଘେରରେ ଥିବା ଅଞ୍ଚଳରେ ଜଳଜନିତ ବିଭିନ୍ନ ରୋଗ ହେବାର ଅଶଙ୍କା ରହିଛି । ଏହାସହ ଅନେକ ସରୀସୃପଙ୍କର ପ୍ରାର୍ଦୃଭାବ ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ସାଧାରଣତଃ ବନ୍ୟା ଜଳରେ ଅନେକ ବିଷଧର ସାପଙ୍କର ପ୍ରାର୍ଦୁଭାବ ରହିଥାଏ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସାପ କାମୁଡ଼ା ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯିବ ସହ ଟେଷ୍ଟିଂ କରାଯିବ । ଏଥିସହ ସମସ୍ତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକରେ ସାପ କାମୁଡାରେ ବ୍ୟବହୃତ ଆଣ୍ଟିଭେନମ୍ ଇଞ୍ଜେକସନ୍ ଓ ଜରୁରୀକାଳୀନ ଔଷଧ ମହଜୁଦ ରଖିବାକୁ କୁହାଯାଇଛି ।

ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି, "ବର୍ତ୍ତମାନ ରାଜ୍ୟରେ ଡେଙ୍ଗୁ ପ୍ରଭାବ ରହିଥିବା ବେଳେ ବନ୍ୟା କାରଣରୁ ଅଧିକାଂଶ ଗାଁରେ ଜଳବାହିତ ରୋଗର ଆଶଙ୍କା ରହିଛି । ପୂର୍ବରୁ ଓଡ଼ିଶାର କେତେକ ସ୍ଥାନରେ ଜଳବାହିତ ରୋଗ ବ୍ୟାପିଥିବା ବେଳେ କେତେକ ରୋଗୀଙ୍କର ଜୀବନ ମଧ୍ୟ ଗଲାଣି । ରାଜ୍ୟରେ ୩୦ ଜଣ ଜଳବାହିତ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ବନ୍ୟା ଅଞ୍ଚଳରେ ଜଳ ଉତ୍ସଗୁଡିକ ଦୂଷିତ ହୋଇଯାଇଥିବାରୁ ଉକ୍ତ ପାଣିରେ ହାଲୋଜେନ ବଟିକା ପକାଇ ପାଣି ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସେହିପରି ପାଣିଘେରରେ ଥିବା ଗାଁରେ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ଶିବିର ମଧ୍ୟ ବ୍ୟବସ୍ଥା କରାଯାଇଛି । ଉକ୍ତ ଶିବିରରେ ଲୋକମାନଙ୍କର ଦୈନିକ ବ୍ୟବହାର ଔଷଧ ମାଗଣା ବିତରଣ କରାଯିବ ସହ ଲୋକମାନେ ଶୁଖିଲା ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଗର୍ଭଧାରଣ କରିଥିବା ମହିଳାମନଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ସହ କୌଣସି ଅସୁବିଧା ଥିଲେ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ପରାମର୍ଶ କରିବାକୁ ନିର୍ଦ୍ଦେଶ ରହିଛି ।

ସୂଚନା ଅନୁଯାୟୀ, ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ୧୫ଟି ଜିଲ୍ଲା ପ୍ରଭାବିତ ହୋଇଛି । ବୈତରଣୀ, ବ୍ରାହ୍ମଣୀ, ମହାନଦୀ ସମେତ ରାଜ୍ୟର ଅନ୍ୟ ନଦୀଗୁଡ଼ିକରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେବା କାରଣରୁ ତଳିଆ ଅଞ୍ଚଳରେ ରହୁଥିବା ହଜାରହଜାର ସଂଖ୍ୟାରେ ଜନସାଧାରଣ ପ୍ରଭାବିତ ହୋଇଛନ୍ତି । କେନ୍ଦୁଝର, ଭଦ୍ରକ, ଯାଜପୁର, ସମ୍ବଲପୁର, ସୋନପୁର, ବୌଦ୍ଧ, କଟକ ସମେତ ରାଜ୍ୟର ମୋଟ ୧୫ଟି ଜିଲ୍ଲାର ୯୦ଟି ବ୍ଲକ ଅଧୀନର ଆସୁଥିବା ୭୬୨ଟି ଗାଁର ଲୋକେ ବନ୍ୟା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଏହି ଗାଁଗୁଡ଼ିକରେ ୧ ଲକ୍ଷ ୨୦ ହଜାର ଲୋକେ ବନ୍ୟାର ସମ୍ମୁଖନୀ ହୋଇଛନ୍ତି । ଲୋକମାନଙ୍କୁ ସୁଖିଲା ଖାଦ୍ୟ ଓ ପାଣି ମାଗଣାରେ ଦିଆଯାଉଛି । ୧୩୬ଟି ସ୍ଥାନରେ ରୋଷେଇ ବ୍ୟବସ୍ଥା କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.