ETV Bharat / state

Jharsuguda By Poll: ପ୍ରାର୍ଥୀମାନଙ୍କ ସହଯୋଗ ଲୋଡିଲା ପ୍ରଶାସନ - ଝାରସୁଗୁଡା ଉପନିର୍ବାଚନ

ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦେଓ କ୍ରିଷ୍ଣା ତିୱାରୀ ଏବଂ ପୋଲିସ ପର୍ଯ୍ୟବେକ୍ଷକ ଭାରତୀୟ ପୋଲିସ ସେବା ଅଧିକାରୀ ହମିଦ ଅଖତର ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସ୍ବଛ, ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସମସ୍ତଙ୍କର ସହଯୋଗକାମନା କରିଛନ୍ତି । ଅଧିକ ପଢନ୍ତୁ

ପ୍ରାର୍ଥୀ ମାନଙ୍କ ସହଯୋଗ ଲୋଡିଲା  ପ୍ରଶାସନ
ପ୍ରାର୍ଥୀ ମାନଙ୍କ ସହଯୋଗ ଲୋଡିଲା ପ୍ରଶାସନ
author img

By

Published : Apr 25, 2023, 10:40 PM IST

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ପାଇଁ ଯୋରଦାର ଚାଲିଛି ପ୍ରଚାର । ତିନି ପ୍ରମୁଖ ଦଳ ଓ ଦଳୀୟ ପ୍ରାର୍ଥୀ ମାନେ ନିର୍ବାଚନ ପ୍ରଚାର ପାଇଁ ରାତି ଦିନ ଏକ କରିଦେଇଛନ୍ତି । ସବୁ ଦଳର ତୁଙ୍ଗନେତା ମାନେ ଝାରସୁଗୁଡାରେ ଡେରା ପକାଇ ପ୍ରଚାର ଚଳାଇଛନ୍ତି । ପ୍ରଶାସନ ମଧ୍ୟ ନିର୍ବାଚନ ଆଚରଣ ବିଧି ପାଳନ ପାଇଁ ସବୁ ଦଳର ସହଯୋଗ ଲୋଡିଛି । ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ମୋଟ 9 ଜଣ ପ୍ରାର୍ଥୀ ରହିଛନ୍ତି । ସ୍ବଛ ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶିକାର ଅନୁପାଳନ ହେଉଛି କି ନାହିଁ ତଦାରଖ ପାଇଁ ଜିଲ୍ଲାରେ ସାଧାରଣ ପର୍ଯ୍ୟବେକ୍ଷକ ପହଞ୍ଚିଛନ୍ତି।

ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ କାର୍ଯ୍ୟ ତଦାରଖ ସକାଶେ ପୋଲିସ ପର୍ଯ୍ୟବେକ୍ଷକ ମଧ୍ୟ ପହଞ୍ଚିଛନ୍ତି । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏକ ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଦେଓ କ୍ରିଷ୍ଣା ତିୱାରୀ ଏବଂ ପୋଲିସ ପର୍ଯ୍ୟବେକ୍ଷକ ଭାରତୀୟ ପୋଲିସ ସେବା ଅଧିକାରୀ ହମିଦ ଅଖତର ପ୍ରତିଦ୍ବନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ସ୍ବଛ , ମୁକ୍ତ ଓ ଅବାଧ ନିର୍ବାଚନ ପରିଚାଳନା ପାଇଁ ସମସ୍ତଙ୍କର ସହଯୋଗକାମନା କରିଛନ୍ତି।

ସେହିଭଳି ଆଦର୍ଶ ଆଚରଣ ବିଧି ଉଲଂଘନ ହେଉଥିଲେ ସି-ଭିଜିଲ ଆପ ମାଧ୍ୟମରେ ଅଭିଯୋଗ ଦାଖଲ ପାଇଁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। ନିର୍ବାଚନ ପରିପ୍ରେକ୍ଷୀରେ କଣ କରାଯିବ ଓ କଣ କରାନଯିବ ସେ ସମ୍ପର୍କରେ ପ୍ରାର୍ଥୀମାନଙ୍କୁ ଅବଗତ କରାଯାଇଥିଲା । ନିର୍ବାଚନ ସଂକ୍ରାନ୍ତରେ କୌଣସି ସାଧାରଣ ଅଭିଯୋଗ ଥିଲେ ସାଧାରଣ ପର୍ଯ୍ୟବେକ୍ଷକଙ୍କୁ ମୋବାଇଲ ନମ୍ବର ୮୮୯୫୮୩୨୯୬୭ଙ୍କୁ ଯୋଗାଯୋଗ କରାଯାଇପାରିବ ।

ଅନ୍ୟପଟେ ପୋଲିସ ପର୍ଯ୍ୟବେକ୍ଷକଙ୍କୁ ମୋବାଇଲ ନମ୍ବର ୮୪୮୦୪୪୫୧୨୫ ଯୋଗେ ଯୋଗାଯୋଗ କରାଯାଇପାରିବ। ସମସ୍ତ କାର୍ଯ୍ୟ ଦିବସରେ ଉଭୟ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ପ୍ରଥମ ମହଲାରେ ପର୍ଯ୍ୟବେକ୍ଷକ ଙ୍କ ପ୍ରକୋଷ୍ଠରେ ଦିନ ଦଶଟାରୁ ଦିନ ସାଢ଼େ ଏଗାରଟା ମଧ୍ୟରେ ସାକ୍ଷାତ କରାଯାଇପାରିବ । ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅବୋଲୀ ସୁନିଲ ନରୱାଣେ , ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର , ଅତିରିକ୍ତ ଜିଲ୍ଲାପାଳ ପ୍ରବୀର କୁମାର ନାୟକ , ଉପଜିଲ୍ଲାପାଳ କିଶୋର ଚନ୍ଦ୍ର ସ୍ବାଇଁଙ୍କ ସମେତ ପ୍ରାର୍ଥୀ ଓ ସେମାନଙ୍କର ପ୍ରତିନିଧି ଉପସ୍ଥିତ ଥିଲେ ।

ଝାରସୁଗୁଡା ଉପନିର୍ବାଚନ ଆସନ୍ତା ମାସ 10 ତାରିଖରେ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ କଂଗ୍ରେସ, ବିଜେଡି ଏବଂ ବିଜେପି ପ୍ରାର୍ଥୀ ନାମାଙ୍କନ ଭରି ସାରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.