ଖୋର୍ଦ୍ଧା: ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତର କଳାବ୍ୟାଚ ପରିଧାନ କରିଛନ୍ତି । ଡାକ୍ତରମାନଙ୍କୁ ଡ୍ୟୁଟି ସମୟରେ ସୁରକ୍ଷା ଯୋଗାଇଦେବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଆସନ୍ତା ସୋମବାର ସର୍ବଭାରତୀୟ ସ୍ତରୀୟ ଧର୍ମଘଟରେ ଡାକ୍ତରଖାନାର ସମସ୍ତ ଡାକ୍ତର ସାମିଲ ହେବେ ବୋଲି ଏଡିଏମ ଡାକ୍ତର ରଘୁନାଥ ନାୟକ ସୂଚନା ଦେଇଛନ୍ତି ।
ଡାକ୍ତରଖାନାରେ ଥିବା ଗୋପବନ୍ଧୁ ପ୍ରତିମୂର୍ତ୍ତି ନିକଟରେ ଡାକ୍ତରମାନେ ଧାରଣା ହୋଇଥିଲେ । ଏହି ଧାରଣାରେ ମାନସିକ ବିଭାଗ ଡାକ୍ତର ଆଲୋକ ଜ୍ୟୋତି ସାହୁ, ସର୍ଜରୀ ବିଭାଗ ଡାକ୍ତର ଶୁଭ୍ରାଂଶୁ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଡାକ୍ତରମାନେ ଯୋଗ ଦେଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ