ETV Bharat / state

Manoj Mishra Ban: ‘ରାଗ ଭୁଲି ବ୍ୟକ୍ତିଗତ ସ୍ତରରେ ସମାଧାନ ହେଉ, ଓଡ଼ିଆ ସିନେମା ପାଇଁ ଭଲ ହେବ’ - ମନୋଜ ମିଶ୍ର

ମନୋଜ ମିଶ୍ରଙ୍କୁ ଓଡ଼ିଶା ପ୍ରଡ୍ୟୁସର ଆସୋସିଏସନ ବ୍ୟାନ କରିବା ଘଟଣା । ସଂଘର ଏହି ନିଷ୍ପତ୍ତିକୁ ନେଇ ପଶ୍ଚିମ ଓଡ଼ିଶାରେ ତୀବ୍ର ବିରୋଧ କରାଯାଉଥିବା ବେଳେ ବର୍ତ୍ତମାନ ଅଭିନେତା ବାବୁସାନ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ...

ବାବୁସାନ ମହାନ୍ତିଙ୍କ ନିବେଦନ, କହିଲେ 'ବ୍ୟକ୍ତିଗତ ସ୍ତରରେ ସମାଧାନ କରିଦିଅନ୍ତୁ'

author img

By ETV Bharat Odisha Team

Published : Oct 27, 2023, 5:19 PM IST

ବାବୁସାନ ମହାନ୍ତିଙ୍କ ନିବେଦନ, କହିଲେ 'ବ୍ୟକ୍ତିଗତ ସ୍ତରରେ ସମାଧାନ କରିଦିଅନ୍ତୁ'

ଭୁବନେଶ୍ବର: ଦିନକୁ ଦିନ ତେଜିବାରେ ଲାଗିଛି ସମ୍ବଲପୁର ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ କରିବା ଘଟଣା । ଏହାକୁ ନେଇ ପଶ୍ଚିମ ଓଡ଼ିଶାରେ ତୀବ୍ର ବିରୋଧ କରାଯାଉଥିବା ଦେଖିବାକୁ ମିଳିଛି । ଏପରିକି ସେଠାରେ କୌଣସି ଓଡ଼ିଆ ଫିଲ୍ମ ନ ଚଲାଇବାକୁ ଚେତାବନୀ ମଧ୍ୟ ଦେଉଛନ୍ତି । ତେବେ ଏପରି ପରିସ୍ଥିତିରେ ଓଲିଉଡ ଅଭିନେତା ବାବୁସାନ ମହାନ୍ତି ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଯାହା ହୋଇଛି ସେ ସବୁ ପାଇଁ ମୁ ଭୁଲ ବା କ୍ଷମା ମାଗୁଛି । ସବୁ ରାଗ ଭୁଲି ବ୍ୟକ୍ତିଗତ ସ୍ତରରେ ଏହାର ସମାଧାନ କରିଦିଅନ୍ତୁ । ଓଡ଼ିଆ ସିନେମା ବିକାଶ ଦିଗରେ ହାତ ମିଳାଇ ସମସ୍ତେ କାମ କରନ୍ତୁ ।

ବାବୁସାନ ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଁ ମିଡିଆରେ ଯାହା ଦେଖିଲି ତାହା ମୋତେ ମଧ୍ୟ ଖରାପ ଲାଗିଛି । ମୁଁ ମନୋଜ ଭାଇଙ୍କୁ ବହୁତ ଭଲ ପାଏ ଏବଂ ସମ୍ମାନ କରେ । ଦେଖିଲି ତାଙ୍କ ଇମୋସନକୁ ବହୁତ କଷ୍ଟ ହୋଇଛି । ବ୍ୟକ୍ତିଗତ ସ୍ତରରେ ଯଦି ତାଙ୍କୁ କଷ୍ଟ ହୋଇଛି ମୁଁ କ୍ଷମା ମାଗୁଛି । ଯାହା ହୋଇଛି ସେ ସବୁ ପାଇଁ ମୁ ଭୁଲ ବା କ୍ଷମା ମାଗୁଛି। ଏବଂ ସମ୍ବଲପୁର ଭାବାବେଗକୁ ଯଦି ଆଘାତ ହୋଇଛି ତେବେ ମୁଁ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରିଆ, ମୋ ମା' ମଧ୍ୟ ସମ୍ବଲପୁରିଆ । କେହି ଚାହିଁଲେ ବି ଏହି ଜିନିଷକୁ ଛଡାଇପାରିବେ ନାହିଁ । ସମ୍ବଲପୁର ଆମ ଭିତରେ ଅଛି ସମସ୍ତ ଓଡ଼ିଆଙ୍କ ଭିତରେ ଅଛି। ଏହି ଯେଉଁ ଘଟଣା ଘଟିଛି ତାକୁ ଆଉ ବଡ଼ କରା ନଯାଉ । କାରଣ ଆମ ଭିତରର ବ୍ୟକ୍ତିଗତ ବିବାଦକୁ ନେଇ ସିନେମା ଶିଳ୍ପ ଏକ ବିବାଦକୁ ଟାଣିହେଉଛି । ଏଣୁ ମୁଁ ଅନୁରୋଧ କରୁଛି ବିଶେଷ କରି ମନୋଜ ଭାଇଙ୍କୁ ସବୁ ଭୁଲି ବ୍ୟକ୍ତିଗତ ସ୍ତରରେ ଏହାର ସମାଧାନ କରିଦିଅନ୍ତୁ । ଏହା ଆମ ସମସ୍ତଙ୍କ ପାଇଁ ଏବଂ ଆମ ଓଡ଼ିଆ ସମାଜ ପାଇଁ ଭଲ ହେବ । ଏବଂ ଓଡ଼ିଆ ସିନେମା ବିକାଶ ଦିଗରେ ହାତମିଳାଇ ସମସ୍ତେ କାମ କରନ୍ତୁ ।

ସୂଚନା ଥାଉ କି, ଅରନ୍ଦିମ ରୟଙ୍କ ଓଡ଼ିଆ ଫିଲ୍ମ 'ରାମ'କୁ ସମ୍ବଲପୁରରେ ନ ଚଳାଇଦେବା ନେଇ ମନୋଜ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା । ରାମ୍ ଫିଲ୍ମ ଗତ ୨୦ ତାରିଖରେ ସାରା ଓଡ଼ିଶାରେ ହୋଇଥିଲା ରିଲିଜ । ସମ୍ବଲପୁରର ଆଇଲେକକ୍ସ ସିନେମା ହଲରେ ୩ ଜଣ ବ୍ୟକ୍ତି 'ରାମ'କୁ ବିରୋଧ କରିବାର ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏମାନେ ମନୋଜଙ୍କ ସମର୍ଥକ ହୋଇଥିବା ବେଳେ ଅଞ୍ଚଳରେ ଶୋ' ବନ୍ଦ କରିଦେଇଥିବା ନେଇ ଅରିନ୍ଦମଙ୍କୁ ଜଣାଇଥିଲେ ଡିଷ୍ଟ୍ରିବ୍ୟୁଟର । ଏହାପରେ ଅଭିନେତା ଅରିନ୍ଦମ ପ୍ରଡ୍ୟୁସର ସଂଘକୁ ଏନେଇ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ମିଳିବାରୁ ମନୋଜ ମିଶ୍ରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ସଂଘ । ଏବଂ ଦୁଇ ବର୍ଷ କୌଣସି ଫିଲ୍ମରେ ଅଭିନୟ ପାଇଁ ନିଆଯିବନି ବା ବ୍ୟାନ କରାଯିବ ବୋଲି ନିଷ୍ପତ୍ତି ନେଇଥିଲା ।

ଏହା ମଧ୍ୟ ପଢନ୍ତୁ: Manoj Mishra Ban: ୨ ବର୍ଷ ବ୍ୟାନ ଉପରେ ପ୍ରତିକ୍ରିୟା ରଖିଲେ ମନୋଜ ମିଶ୍ର

ଏହା ପରେ ମନୋଜ ମିଶ୍ର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ସେ ରାମ ଫିଲ୍ମକୁ ସମ୍ବଲପୁରର କୌଣସି ହଲରେ ପ୍ରତିବାଦ କରିବାକୁ କହିନାହାଁନ୍ତି । ଓଡ଼ିଆ ଫିଲ୍ମ ଜାତୀୟ ସ୍ତରକୁ ପହଞ୍ଚୁ ବୋଲି ସେ ଚାହାଁନ୍ତି । ଏଥିପାଇଁ ସମସ୍ତେ ମିଳିମିଶି କାମ କରିବା ଓ ଓଡ଼ିଆ ଫିଲ୍ମକୁ ରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବାକୁ ଉଦ୍ୟମ କରିବା ବୋଲି ସେ କହିଛନ୍ତି । ସେପଟେ ସଂଘର ଏହି ନିଷ୍ପତ୍ତିକୁ ବିରୋଧ କରି ପଶ୍ଚିମ ଓଡ଼ିଶାରେ କୋଶନ ମୁକ୍ତି ମୋର୍ଚ୍ଚା ଏବଂ କୋଶଳ ସେନା ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ଏବଂ ଏହି ନିଷ୍ପତ୍ତ ହଟାନଗଲେ କୌଣସି ଓଡ଼ିଆ ଫିଲ୍ମ ଅଞ୍ଚଳରେ ରିଲିଜ ଚଳାଇ ଦେବେନି ବୋଲି ଚେତାବନୀ ଦେଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.