ଭବନୀପାଟଣା: ଚାକିରୀ ନାଁରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ଦୋଷୀକୁ କାରାଦଣ୍ଡା ନିର୍ଦ୍ଦେଶ । ଯୁବପିଢୀଙ୍କୁ ଚାକିରୀର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ନେଉଥିବା ଅଭିଯୋଗରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସରକାରୀ ଓକିଲଙ୍କ ସୂଚନା ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସ ୧୮ ତାରିଖ ରେ ଚାକିରୀ ଦେବା ନାଁରେ ଠକେଇ ହୋଇଥିବା ନେଇ ଭବାନୀପାଟଣା ଟାଉନ ଥାନାରେ ଅଭିଯୋଗ ହୋଇଥିଲା । ଏତଲାକୁ ଆଧାର କରି ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ମେଦିନିପୁର ଗାଁର ମନୋରଞ୍ଜନ ନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।
ଏହି ମାମଲାର ଆଜି ଶୁଣାଣି କରିଛନ୍ତି କୋର୍ଟ । ଭବାନୀପାଟଣା SDJM କୋର୍ଟ ଜଜ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତ ମନୋରଞ୍ଜନ ନନ୍ଦକୁ ୩ବର୍ଷ ସଶ୍ରମ କାରାଦଣ୍ଡା ନିର୍ଦ୍ଦେଶ ଦେଇଥିବା ବେଳେ ୧ ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି । ଏତଦ ବ୍ୟତୀତ କ୍ଷତିପୂରଣ ବାବଦକୁ ୧ ଲକ୍ଷ ୫୦ ହଜାର ଟଙ୍କା ନିର୍ଦ୍ଦେଶ ଦେଇଛନ୍ତି । କ୍ଷତିପୂରଣ ଜୋରିମାନା ଅନାଦୟ ହେଲେ ଅତିରିକ୍ତ ୬ମାସ ସଶ୍ରମ କାରାଦଣ୍ଡା ଦେଶ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଏପିପି ଲକ୍ଷ୍ମୀକାନ୍ତ ପାତ୍ର ପରିଚାଳନା କରିଥିଲେ ।
ଇଟିଭି ଭାରତ, କଳାହାଣ୍ଡି