ଖୋର୍ଦ୍ଧା: ଜିଲ୍ଲାରେ ଲୁଟପାଟ ଛିନତାଇ ଭଳି ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଅପରାଧର ଶିକାର ହୋଇ ଲୋକେ ମଧ୍ୟ ଅତିଷ୍ଠ ହୋଇପଡ଼ିଲେଣି । ଏଥିପାଇଁ ଏଭଳି ଲୋକଙ୍କ ହାତରେ ପଡ଼ିଲେ ଲୋକେ ଶାସ୍ତି ଦେଇ ଆଇନ ହାତକୁ ନେବାକୁ ପଛାଉ ନାହାନ୍ତି । ଖୋର୍ଦ୍ଧା ନିରାକାରପୁର ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ।
ହରିପୁର ଗ୍ରାମରେ ଦିଦ୍ବିପ୍ରହରରେ ଜଣେ ମହିଳାଙ୍କ ବେକରୁ ସୁନାଚେନ ଟାଣି ନେଉଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରା ପଡ଼ିଗଲା ଅଭିଯୁକ୍ତ ଯୁବକ । ଏହାପରେ ଗ୍ରାମବାସୀ ଅଭିଯୁ୍କ୍ତ ନିସ୍ତୁକ ମାଡ଼ ମାରି ସବୁ ରାଗ ସୁଝାଇଥିବା ଦେଖିବାକୁ ମିଳିଛି । ଶେଷରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ନିରାକାରପୁର ଥାନା ଜିମାରେ ଦେଇଛନ୍ତି ।
ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ ସ୍ଥାନୀୟ ପ୍ରଶାସନ ଏଭଳି ଅପରାଧକୁ ନିୟନ୍ତ୍ରଣ କରିବାରେ ଫେଲ ମାରିଛି । ଶେଷରେ ଏହି ଅପରାଧୀ ଯେତେବେଳେ ଲୋକଙ୍କ ହାତରେ ପଡ଼ୁଛନ୍ତି, ସେତେବେଳେ ଲହୁଲୁହାଣ ହେଉଛନ୍ତି । ଏହାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ