ETV Bharat / state

ଓଡ଼ିଶା କର୍ପୋରେଟ ଜଗତରେ ହଇଚଇ, ପ୍ରୋଜେକ୍ଟ ଇନଭେଷ୍ଟମେଣ୍ଟ ଆଳରେ ବଡ଼ ଠକେଇ - ନୟାପଲ୍ଲୀ ଅଞ୍ଚଳରୁ ଗିରଫ ହେଲା ଠକ

୩୩ ଲକ୍ଷ ଠକେଇ ଅଭିଯୋଗରେ କର୍ପୋରେଟ କମ୍ପାନୀର ଠକ HR ମ୍ୟାନେଜରକୁ ଧରିଲା ପୋଲିସ । ପ୍ରୋଜେକ୍ଟ ଇନଭେଷ୍ଟମେଣ୍ଟ ଆଳରେ ହୋଇଛି ବଡ଼ ଠକେଇ । ଅଧିକ ପଢ଼ନ୍ତୁ

ପ୍ରୋଜେକ୍ଟ ଇନଭେଷ୍ଟମେଣ୍ଟ ଆଳରେ ହୋଇଛି ବଡ଼ ଠକେଇ

author img

By ETV Bharat Odisha Team

Published : Aug 22, 2023, 8:01 PM IST

ପ୍ରୋଜେକ୍ଟ ଇନଭେଷ୍ଟମେଣ୍ଟ ଆଳରେ ହୋଇଛି ବଡ଼ ଠକେଇ

ଭୁବନେଶ୍ବର: ଧରାପଡ଼ିଲା କର୍ପୋରେଟ କମ୍ପାନୀର ଠକ HR ମ୍ୟାନେଜର । ୩୩ ଲକ୍ଷ ଠକେଇ ଅଭିଯୋଗରେ ଠକକୁ ଧରିଲା ପୋଲିସ୍ । ବାଲେଶ୍ବର ଅଞ୍ଚଳରୁ ଠକ HR ଦୁଷ୍ମନ୍ତ ରାଉତକୁ ଗିରଫ କଲା ନୟାପଲ୍ଲୀ ପୋଲିସ । ଯିଏକି ଭେଙ୍କେଟେଶ୍ବର ହାଚେରୀ ନାମକ କମ୍ପାନୀରେ କରୁଛନ୍ତି ଚାକିରି । ତେବେ ପୋଲିସ ହାତରେ ଗୋଟିଏ ପରେ ଗୋଟିଏ ବଡ଼ ବଡ଼ ଠକେଇ ଅଭିଯୋଗ ଲାଗିବା ପରେ ଏକାଧିକ ଲୋକଙ୍କୁ ଠକେଇ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

କମିଶନରେଟ ପୋଲିସର ସୂଚନା ମୁତାବକ ଠକ ଅଭିଯୁକ୍ତ ଦୁଷ୍ମନ୍ତ ରାଉତ ଜଣେ HR ମାନେଜର । ଅନେକ ନାମିଦାମୀ କମ୍ପାନୀର କର୍ମଚାରୀଙ୍କ ସହ ସେ ସମ୍ପର୍କରେ ଥିଲା । ଏପରିକି ଅନେକ କର୍ପୋରେଟ ସଂସ୍ଥାରେ ଚାକିରି ସହ ଅନେକ କର୍ପୋରେଟ କର୍ମଚାରୀଙ୍କ ସହ ମିଶିବା ପରେ ଏନେଇ ଠକେଇ ପାଇଁ ଏକ ପ୍ଲାନ୍ ରଚିଥିଲା ଠକ । ଅନେକ କର୍ପୋରେଟ ସଂସ୍ଥାର ମାଲିକଙ୍କ ସମେତ ଟପ୍ ପୋଜିସନରେ ଥିବା ମ୍ୟାନେଜର, ସିଇଓ, ଏଚ୍‌ଆର୍‌ ହେଡ୍‌ ମାନଙ୍କ ସହ ଥିଲା ଭଲ ସମ୍ପର୍କ । କର୍ପୋରେଟ ଜଗତରେ ଚିହ୍ନା ଜଣା ଲୋକଙ୍କୁ ବିଭିନ୍ନ ପ୍ରୋଜେକ୍ଟ ଦେଖାଇ ଇନଭେଷ୍ଟ୍‌ ପାଇଁ ପ୍ରବର୍ତ୍ତାଉଥିଲା । ଏଭଳି ଠକ ଦୁଷ୍ମନ୍ତ ରାଉତ ଠକେଇ ପାଇଁ ପ୍ଲାନ୍ ରଚିଥିଲା । ଅନେକ କମ୍ପାନୀର କର୍ମଚାରୀ ଓ ବଡ଼ ବଡ଼ ଅଧିକାରୀଙ୍କୁ ଇନଭେଷ୍ଟମେଣ୍ଟର ଲୋଭ ଦେଇ ସେମାନଙ୍କଠୁ କ୍ରେଡିଟ୍‌ କାର୍ଡରେ ଟଙ୍କା କ୍ରେଡିଟ୍‌ କରି ନେଉଥିଲା । ଏପରିକି କ୍ରେଡିଟ୍‌ କାର୍ଡରୁ କ୍ରେଡିଟ୍‌ ଆଳରେ ନେଇ ପରେ ପ୍ରଫିଟ୍‌ ଆକାରରେ ମାସକୁ ମାସ ଫେରାଇ ଦେବାର ଲୋଭ ଦେଉଥିଲା ।

ଏଭଳି ପ୍ରଲୋଭନ ଦେଖାଇ କାହାଠୁ ୧୦ ଲକ୍ଷ ତ କାହାଠୁ ୧୨ ଲକ୍ଷ, ଏଭଳି ୨ ଲକ୍ଷରୁ ଆରମ୍ଭ କରି ୧୫- ୨୦ ଲକ୍ଷ ପର୍ଯ୍ୟନ୍ତ କ୍ରେଡିଟ୍‌ କାର୍ଡରେ ନେଉଥିଲା ଟଙ୍କା । ପ୍ରଥମେ ଦୁଇ ତିନି ମାସ ଟଙ୍କା ଫେରାଉଥିଲା, ହେଲେ ଆଉ ପରେ ଧରାଛୁଆଁ ଦେଉନଥିଲା । ସଫ୍ଟୱେର କର୍ମଚାରୀଙ୍କଠାରୁ ଆରମ୍ଭ କରି ଇନ୍‌ସ୍ୟୁରାନ୍ସ ମ୍ୟାନେଜର, ସରକାରୀ କର୍ମଚାରୀ, ଟେଲିକମ ମ୍ୟାନେଜର, ଏପରିକି ଉଚ୍ଚ ଦରମା ପାଉଥିବା ମେଡିସିନ୍‌ ରିପ୍ରେଜେଣ୍ଟେଟିଭ୍‌ଙ୍କ ଭଳି କର୍ପୋରେଟ୍‌ ସଂସ୍ଥାର ଅନେକ ବଡ଼ ବଡ଼ କର୍ମଚାରୀଙ୍କଠାରୁ ଟଙ୍କା ନେଇ ଇନଭେଷ୍ଟମେଣ୍ଟ ଆଳରେ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲା । ଏନେଇ ନୟାପଲ୍ଲୀ ଥାନାରେ ସୁବ୍ରତ ସାହୁ, ରଞ୍ଜନ ବେହେରା ଓ ସୁକାନ୍ତ ମଲ୍ଲିକଙ୍କ ଭଳି ଅନେକ ଅଭିଯୋଗକାରୀ ୧୦ ଲକ୍ଷ, ୧୨ ଲକ୍ଷ, ୬ ଲକ୍ଷ ଭଳି ଟଙ୍କା ଠକେଇର ଶିକାର ହୋଇଥିବା ଏହିଭଳି ୬ ଜଣ ନୟାପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ ।

ଏହା ମଧ୍ୟ ପଢ଼ନ୍ତୁ...ଠକଙ୍କ ଟାର୍ଗେଟରେ ବ୍ୟବସାୟିକ ପ୍ରତିଷ୍ଠାନ, ଭୁବନେଶ୍ୱରରୁ ଠକି ଫସିଗଲା ସାଇବର ଠକ

ଏନେଇ ଠକ ଦୁଷ୍ମନ୍ତ ରାଉତର ଜଣେ ସହପାଠୀ କଟକ ଅଞ୍ଚଳର ସୁକାନ୍ତ ମଲ୍ଲିକ ମଧ୍ୟ ଅଭିଯୋଗକାରୀ ରହିଛନ୍ତି । ତେବେ ସେ କମ୍ପ୍ୟୁଟର ସାଇନ୍ସ ପାଠ ପଢୁଥିବା ସମୟରୁ ଦୁଷ୍ମନ୍ତ ଏହିପରି ଠକାମି କରି ଆସୁଥିବା ଅଭିଯୋଗରେ ଜଣାଇଛନ୍ତି । ତେବେ ଅନେକ ନାମିଦାମୀ ବ୍ରୋଚର ଓ ପ୍ରେଜେଣ୍ଟେସନ୍‌ ଦେଖାଇ ନିଜ ସହପାଠୀଙ୍କଠାରୁ ମଧ୍ୟ ୬ ଲକ୍ଷ ଠକି ନେଇଥିଲା ଦୁଷ୍ମନ୍ତ । ହେଲେ ପରେ କିଛି ଟଙ୍କା ଫେରାଇବା ପରେ ଆଉ ଧରାଛୁଆଁ ଦେଇନି । ତେବେ ଏଭଳି ଅନେକ କର୍ପୋରେଟ କର୍ମଚାରୀ ଠକାମିର ଶିକାର ହୋଇଥାଇପାରନ୍ତି । ତେଣୁ ସେମାନେ ଏନେଇ ନୟାପଲ୍ଲୀ ପୋଲିସକୁ ଜଣାଇବାକୁ କମିଶନରେଟ୍ ପୋଲିସ ନିବେଦନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.