ETV Bharat / state

57ନଂ ଜାତୀୟ ରାଜପଥରେ ବଢୁଛି ଦୁର୍ଘଟଣା, ନିମ୍ନମାନର ରାସ୍ତାକାମକୁ ଦାୟୀ କଲେ ଲୋକେ

author img

By

Published : Dec 16, 2020, 9:43 AM IST

କୋଟି କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ନିର୍ମାଣ ହେଉଥିବା ରାସ୍ତା ନିର୍ମାଣ ପାଇଁ ନିୟୋଜିତ ହୋଇଥିବା ଠିକା ସଂସ୍ଥାର ମନମାନି କାର୍ଯ୍ୟ ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ।

ନିମ୍ନମାନର ରାସ୍ତା କାମ ଦ୍ବାରା ଦୁର୍ଘଟଣା ବଢୁଥିବା ଅଭିଯୋଗ

ଖୋର୍ଦ୍ଧା:ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥ ପାଲିଟିଛି ମରଣଯନ୍ତା । ଦୈନିକ ଏହି ରାସ୍ତା ଦେଇ ହଜାର ହଜାର ସଂଖ୍ୟାରେ ଗାଡିମଟର ଚଳାଚଳ କରୁଥିବା ବେଳେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟି ଜନଜୀବନ ହାନି ହେଉଛି । କୋଟିକୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧା ଠାରୁ ବଲାଙ୍ଗୀର ପର୍ଯ୍ୟନ୍ତ ୫୭ ନଂ ଜାତୀୟ ରାଜପଥର ପ୍ରଶସ୍ତିକରଣ ପାଇଁ ଏଆରଏସଏସ ଠିକା ସଂସ୍ଥାକୁ ନିୟୋଜିତ କରିଛି ଜାତୀୟ ରାଜପଥ ପ୍ରାଧିକରଣ । କିନ୍ତୁ ରାସ୍ତା ନିର୍ମାଣ ପାଇଁ ନିୟୋଜିତ ହୋଇଥିବା ଠିକା ସଂସ୍ଥାର ମନମାନି କାର୍ଯ୍ୟ ଯୋଗୁଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ। ଫଳରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟୁଛି।

ସେହିଭଳି ବେଗୁନିଆ ଅଞ୍ଚଳର ସ୍ଥାନୀୟ ସମାଜସେବୀ ସୁକାନ୍ତ ପରିଡା ନିମ୍ନ ମାନର ରାସ୍ତାକାମ ସହିତ ଠିକା ସଂସ୍ଥା ନୀତିନିୟମ ନମାନିବାର ପ୍ରତିବାଦ କରିଛନ୍ତି। ଠିକା ସଂସ୍ଥା ବେଗୁନିଆ ଦେଇ ଯାଇଥିବା ଜାତୀୟ ରାଜପଥ ରାସ୍ତା କାମକୁ ତୁରନ୍ତ ମରାମତି ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି ବେଗୁନିଆର ଯୁବ ସମାଜସେବୀ ସୁକାନ୍ତ ପରିଡା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.