ଖୋର୍ଦ୍ଧା: ଲଦାଖ ସୀମାରେ ଭାରତ-ଚୀନ ସେନା ସଂଘର୍ଷରେ ଭାରତର ଜଣେ କମାଣ୍ଡିଙ୍ଗ ଅଫିସରଙ୍କ ସମେତ 20 ଯବାନ ଶହିଦ ହୋଇଛନ୍ତି । ଯାହାକୁ ନେଇ ପ୍ରତି ଭାରତୀୟଙ୍କ ହୃଦୟ କାନ୍ଦିବା ସହ ସାରା ଦେଶରେ ଏବେ ଶୋକୁକଳ ପରିବେଶ। ଚୀନର ଏହି ଛଳନାପୂର୍ବକ ଆକ୍ରମଣକୁ ଖୋର୍ଦ୍ଧା ଜିଲ୍ଲା ଏବିଭିପି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି ।
ଖୋର୍ଦ୍ଧା ଜିଲ୍ଲା ଏବିଭିପି ପକ୍ଷରୁ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଚୀନକୁ ମୁହଁତୋଡ ଜବାବ ଦେବାକୁ ଚାଇନା ସାମଗ୍ରୀ ବର୍ଜନ କରିବାକୁ ଆହ୍ବାନ ଦିଆଯାଇଛି । ଏନେଇ ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡ ଛକରେ ଏବିଭିପି ପକ୍ଷରୁ ପ୍ରତିବାଦ କରାଯାଇଛି । ସେହିପରି ଚାଇନାକୁ ବୁଲେଟର ଜବାବ ୱାଲେଟରେ ଦେବା ପାଇଁ ନିବେଦନ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ