ETV Bharat / state

ଓଡିଶାରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ସରକାରଙ୍କ ବିରୋଧରେ ଗର୍ଜିଲା ଏବିଭିପି

author img

By

Published : Apr 27, 2023, 4:02 PM IST

Updated : Apr 27, 2023, 4:41 PM IST

ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ବିରୋଧ କରି ରାଜଧାନୀରେ ଏବିଭିପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ସରକରଙ୍କ ବିରୋଧରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଧିକ ପଢ଼ନ୍ତୁ

ମାଷ୍ଟର କ୍ୟାଣ୍ଟିନ ଠାରେ ସରକାରଙ୍କ ବିରୋଧରେ ଗର୍ଜିଲା ଏବିଭିପି

ଭୁବନେଶ୍ବର: ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପଦର୍ଶନ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ । ଓଡ଼ିଶାର ବିପର୍ଯ୍ୟସ୍ତ ଶିକ୍ଷା, ସୁରକ୍ଷା, ଆଇନ ଶୃଙ୍ଖଳାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏଭିବିପି । ସରକାର ଶିକ୍ଷାର ଉନ୍ନତି ଘଟିଥିବା ନେଇ ଢିଣ୍ଡିମ ପିଟୁଥିବା ବେଳେ ପ୍ରକୃତରେ ଏହା ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚି ପାରୁନି । ସରକାରୀ କଲେଜମାନଙ୍କରେ ଅଣଛାତ୍ରଙ୍କ ପ୍ରଭାବ ବେଶି ରହୁଥିବା ଅଭିଯୋଗ କରିଛି ଏଭିବିପି ।

ଏବିଭିପି ମିଡିଆ ସଂଯୋଜକ ବିଶ୍ୱଜିତ ପାତ୍ର କହିଛନ୍ତି, "ଶିକ୍ଷା ବ୍ୟବସ୍ଥାରେ ବିଭିନ୍ନ ବ୍ୟତିକ୍ରମ ଦେଖା ଦେଲାଣି । OSSC ପରୀକ୍ଷାରେ ପ୍ରଶ୍ନପତ୍ର ମୁଦ୍ରଣ ତ୍ରୁଟି ଏବଂ ପରୀକ୍ଷା ବାତିଲ କରିବା ଛାତ୍ରଛାତ୍ରୀଙ୍କ ଉପରେ ବେଶ ପ୍ରଭାବ ପକାଇଛି । ମାଟ୍ରିକ୍ ପରୀକ୍ଷାରେ ୧୫ହଜାରରୁ ଊର୍ଦ୍ଧ୍ବ ପିଲା ପରୀକ୍ଷା ନଦେବା ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ସଙ୍କେତ ଦେଉଛି । ରାଜ୍ୟରେ ଶତାଧିକ ଅଧ୍ୟାପକ ପଦବୀ ଖାଲି ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ସ୍ଥିତିକୁ ଦର୍ଶାଉଛି । ଖାଲି ସେତିକି ନୁହେଁ ରାଜଧାନୀର ପ୍ରମୁଖ କଲେଜ ବିଜେବି କଲେଜ, ମହର୍ଷି କଲେଜ ଓ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ସମେତ ରାଜ୍ୟର ବିଭିନ୍ନ କ୍ୟାମ୍ପସ ପରିସରରେ ଅଣଛାତ୍ରଙ୍କ ପ୍ରବେଶ ବୃଦ୍ଧି ପାଉଛି । ଯାହାଫଳରେ କ୍ୟାମ୍ପସ ଛାତ୍ରଛାତ୍ରୀଙ୍କ ପାଇଁ ଅସୁରକ୍ଷିତ ହେବାରେ ଲାଗିଛି । ମହିଳା ଅସଦାଚରଣ ଭଳି ଘଟଣା ଦିନକୁ ଦିନ ବଢିବାରେ ଦେଖିବାକୁ ମିଳୁଛି । ହକି ବିଶ୍ବକପ ସମୟରେ ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ପଟିଆ ରେଳ ଷ୍ଟେସନରେ ଗଣଦୁଷ୍କର୍ମ କଥା ହେଉ କି ବିଜେବି କଲେଜ ରୂଚିକାକୁ ଆଜି ଯାଏଁ ନ୍ୟାୟ ପାଇବାରୁ ବଞ୍ଚିତ ଅଛନ୍ତି । ସରକାର ଛାତ୍ରୀଙ୍କ ସୁରକ୍ଷାକୁ ନେଇ ତୁରନ୍ତ ସକ୍ରୀୟ ହୁଆନ୍ତୁ ବୋଲି ଦାବି ରହିଛି । ’’

ଏହାସହ ଏଭିବିପିର ଅନ୍ୟ ସଦସ୍ୟ କହିଛନ୍ତି, ‘‘OSSC, ମାଟ୍ରିକ ପରୀକ୍ଷାରେ ତ୍ରୁଟିକୁ ସୁଧାରି ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ । ଇଂଲିଶ ଟ୍ରାନ୍ସଲେସନ ନୁହେଁ ଓଡ଼ିଆରେ ପ୍ରଶ୍ନ ପତ୍ର ପ୍ରସ୍ତୁତ କରନ୍ତୁ । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ୨.୨୬ ଲକ୍ଷ ସରକାରୀ ପଦବୀର ତୁରନ୍ତ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରନ୍ତୁ ସରକାର । ଏହି ସବୁ ବିଷୟକୁ ନିଜେ ମୁଖ୍ୟମନ୍ତ୍ରୀ ଧ୍ୟାନ ଦେଇ ସମାଧାନ କରନ୍ତୁ ନହଲେ ଗାଦି ଛାଡିଦିଅନ୍ତୁ । ଅନ୍ୟଥା ଆଗାମୀ ଦିନରେ ଏବିଭିପି ସବୁ ବିଷୟର ଜବାବ ମାଗିବାକୁ ନବୀନ ନିବାସ ପର୍ଯ୍ୟନ୍ତ ଯିବ ।" ସରକାରଙ୍କ ବିରୋଧରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି ସଂଘ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 27, 2023, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.